ଝିଅ ବାମିକା ସହ ବ୍ରେକ୍‌ଫାଷ୍ଟ କରୁଥିବା ବେଳର ଫଟୋ ସେୟାର କଲେ ବିରାଟ କୋହଲି, ଦେଖନ୍ତୁ ଫ୍ୟାମିଲି ଫଟୋ

ଭାରତୀୟ କ୍ରିକେଟ୍‌ ଟିମ୍‌ର କ୍ୟାପ୍‌ଟେନ୍‌ ଏବେ ଟି-୨୦ ବିଶ୍ୱ କପ୍‌ ପାଇଁ ଦୁବାଇରେ ଅଛନ୍ତି। ଏ ଅବସରରେ ସେ ପରିବାର ସହ ମଧ୍ୟ ସମୟ କାଟୁଛନ୍ତି। ପୂର୍ବରୁ ଆଇପିଏଲ୍‌ ବେଳେ ବଲିଉଡ୍‌ ଅଭିନେତ୍ରୀ ତଥା ବିରାଟଙ୍କ ପତ୍ନୀ ଅନୁଷ୍କା ଶର୍ମା ଓ ଝିଅ ବାମିକା ମୁମ୍ବାଇ ଫେରି ଆସିଥିଲେ। କିନ୍ତୁ ଏବେ ଏହି ଦୁଇ ଜଣ ମଧ୍ୟ ପୁଣିଥରେ ଦୁବାଇ ଯାଇଛନ୍ତି। ଏ ଅବସରରେ ବିରାଟ କୋହଲି ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ପତ୍ନୀ ଓ ଝିଅ ସହ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି।

 

View this post on Instagram

 

A post shared by Virat Kohli (@virat.kohli)

ବିରାଟ କୋହଲି ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଥିବା ଫଟୋରେ ସେ, ଅନୁଷ୍କା ଶର୍ମା ଓ ଝିଅ ବାମିକା ଡାଇନିଂରେ ବସି ସକାଳର ଜଳଖିଆ ଖାଉଥିବାର ଦେଖିବାକୁ ମିଳିଛି। ତେବେ ଏହି ଫଟୋରେ ବି ସବୁଥର ଭଳି ଏଥର ମଧ୍ୟ କପଲ ନିଜ ଝିଅର ମୁହଁ ଦେଖାଇ ନାହାନ୍ତି। ଫଟୋଟି ବାମକାର ପଛପଟୁ ଉଠାଯାଇଛି। ଫଟୋରେ ସମସ୍ତେ ବେଶ୍‌ ଖୁସି ନଜର ଆସୁଛନ୍ତି। ଫ୍ୟାନ୍‌ଙ୍କୁ ବି ଏହି ଫଟୋଟି ଖୁବ୍‌ ଭଲ ଲାଗିଛି। ଇତି ମଧ୍ୟରେ ଏହି ଫଟୋରେ ୪୮ ଲକ୍ଷରୁ ଅଧିକ ଲାଇକ୍‌ ମିଳିସାରିଲାଣି। ଏହି ଫଟୋର କ୍ୟାପ୍‌ସନ୍‌ରେ ବିରାଟ କୋହଲି କିଛି ଲେଖିନାହାନ୍ତି। କେବଳ ଏକ ହାର୍ଟ ଇମୋଜି ଦେଇଛନ୍ତି।

 

View this post on Instagram

 

A post shared by AnushkaSharma1588 (@anushkasharma)


ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ଅନୁଷ୍କା ଶର୍ମା ମଧ୍ୟ ବିରାଟ କୋହଲି ଝିଅ ବାମିକା ସହ ଖେଳୁଥିବା ବେଳର ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ନିକଟରେ ଅନୁଷ୍କା ନବରାତ୍ର ବେଳେ ଅଷ୍ଟମୀ ଦିନ ଶୁଭେଚ୍ଛା ଜଣାଇବା ଅବସରରେ ବାମିକା ସହ ଏକ ଫଟୋ ସେୟାର କରିଥିଲେ। ଫଟୋରେ ସେ ଝିଅକୁ ଦେବୀଙ୍କ ରୂପ ବୋଲି କହିଥିଲେ।
ସୂଚନାଯୋଗ୍ୟ ଯେ ବିରାଟ କୋହଲି ଓ ଅନୁଷ୍କା ଶର୍ମା ଇଟାଲୀରେ ୨୦୧୭ ମସିହା ଡିସେମ୍ବର ୧୧ରେ ବିବାହ କରିଥିଲେ। ୧୧ ଜାନୁଆରୀ ୨୦୨୧ରେ ଉଭୟଙ୍କ ଝିଅ ବାମିକା ଜନ୍ମ ନେଇଥିଲା। କିନ୍ତୁ ଏହି ଷ୍ଟାର କପଲ ଏବେ ଯାଏଁ ଝିଅର ମୁହଁକୁ ସୋସିଆଲ ମିଡିଆରେ ସେୟାର କରିନାହାନ୍ତି।

Leave A Reply

Your email address will not be published.