ବିରାଟ କୋହଲି ୩ବର୍ଷ ଧରି କରି ଆସୁଛନ୍ତି ଗୋଟିଏ ଏକ୍ସରସାଇଜ, ଦେଖନ୍ତୁ ଭିଡିଓ

ଭାରତୀୟ କ୍ୟାପଟେନ ବିରାଟ କୋହଲି ଏକ ଭିଡିଓ ନିଜ ଇନଷ୍ଟାଗ୍ରାମ ପେଜରେ ସେୟାର କରିଛନ୍ତି । ଯେଉଁ ଭିଡିଓରେ ସେ ଏକ ଏକ୍ସରସାଇଜ କରୁଥିବା ଦେଖାଯାଇଥିଲା । ଯଦି ଆପଣ ଭାବୁଛନ୍ତି କି ବିରାଟ କୋହଲି ସାଧାରଣତଃ ଏପରି ଭିଡିଓ ନିଜ ଆକାଉଣ୍ଟରେ ସେୟାର କରିଥାନ୍ତି ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି ? କିନ୍ତୁ ଏହି ଭିଡିଓର ସ୍ୱତନ୍ତ୍ରତା ହେଉଛି ଏହା ୨୦୧୬ ଏବଂ ୨୦୧୯ର ୱାର୍କଆଉଟ ଭିଡିଓକୁ ଜୋଡାହୋଇ ପ୍ରସ୍ତୁତ କରାଯାଇଛି ।

ଭିଡିଓରେ ସେ ୱେଟ ଟ୍ରେନିଂ କରୁଥିବା ନଜରକୁ ଆସିଛି । ଏହି ଭିଡିଓରେ ସେ ଲେଖିଛନ୍ତି “ଓଜନ ଉଠାଇବା ପୂର୍ବରୁ ପ୍ରଥମେ ଟେକନିକକୁ ଠିକ କରିବା ପାଇଁ ସବୁବେଳେ ଅଧିକ ସମୟ ନିଅନ୍ତୁ । ୩ବର୍ଷ ଧରି ମୁଁ ଏହି ବ୍ୟାୟାମ କରିଆସୁଛି । ଏହାକୁ ନିୟମିତ କରିବା ଦ୍ୱାରା ଏବଂ ଲଗାତର ଟେକନିକ ଉପରେ ଧ୍ୟାନ ଦେବା ଦ୍ୱାରା ମୋର ଗତିଶୀଳତା ଏବଂ ଶରୀରର ସାମର୍ଥ୍ୟରେ ସୁଧାର ଆସିଛି । ସେଥିପାଇଁ ସବୁବେଳେ କିଛି ନୂଆ ଶିଖିବା ପାଇଁ ଧୈର୍ଯ୍ୟ ରଖନ୍ତୁ, ସୁସ୍ଥ ରୁହନ୍ତୁ ସୁସ୍ଥ ରୁହନ୍ତୁ …”।

ଏହାସହ ପଢନ୍ତୁ ଜାହ୍ନବୀ କପୁରଙ୍କ ବେଲି ଡ୍ୟାନ୍ସ ଭାଇରଲ ,ଦେଖନ୍ତୁ ଏହି ଭିଡିଓ

କ୍ରିକେଟ ଜଗତରେ ସବୁଠାରୁ ଫିଟ ଖେଳାଳି ମାନଙ୍କ ମଧ୍ୟରେ ବିରାଟ କୋହଲି ଜଣେ । ଯୁବ ଭାରତୀୟ କ୍ରିକେଟର ମାନେ ଫିଟନେସ ପାଇଁ କ୍ୟାପଟେନ ବିରାଟ କୋହଲିଙ୍କୁ ଫଲୋ କରିଥାନ୍ତି । ବିରାଟ କୋହଲି ଅନେକ ସମୟରେ ନିଜ ୱାର୍କଆଉଟର ଫଟୋ ଏବଂ ଭିଡ଼ିଓ ସୋସିଆଲ ମିଡିଆରେ ସେୟାର କରିଥାନ୍ତି । ବର୍ତ୍ତମାନ ବିରାଟ କୋହଲି ୱେଷ୍ଟ ଇଣ୍ଡିଜ ଟୁରରେ ଅଛନ୍ତି । ତାଙ୍କର ଅଧିନାୟକତ୍ୱରେ ଟିମ ଇଣ୍ଡିଆ T-20 ସିରିଜରେ 3-0ରେ କ୍ଲିନ ସୁଇପ କରିଥିଲା । ୱାନଡେ ସିରିଜ ଆଜିଠାରୁ ଆରମ୍ଭ ହେଉଛି ଏବଂ ଏହି ମ୍ୟାଚ ଗୟାନାରେ ଖେଳାଯିବ ।