ନିତେଶ ତିୱାରୀଙ୍କ ରାମାୟଣ ଫିଲ୍ମ ଘୋଷଣା ହେବା ପରଠାରୁ ବିବେକ ଓବେରୟ ଖବରରେ ରହିଛନ୍ତି । ଏହି ଫିଲ୍ମକୁ ନେଇ ପ୍ରତିଦିନ ନୂଆ ନୂଆ ଅପଡେଟ୍ ମଧ୍ୟ ସାମ୍ନାକୁ ଆସୁଛି । ଯେଉଁଥିରେ ବିବେକ ଓବେରୟ ନିତେଶ ତିୱାରୀ ମୁଖ୍ୟ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମର ୪୦୦୦ କୋଟି ଟଙ୍କା ଫିସ୍ ଦାନ କରିବେ ବୋଲି ବିବେକ କହିଛନ୍ତି । ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ ରହିଛନ୍ତି ।
ସେ ଏହି ଫିଲ୍ମରୁ କାହିଁକି ଟଙ୍କା ନେବେ ନାହିଁ ସେ ସମ୍ପର୍କରେ ସ୍ପଷ୍ଟୀକରଣ ରଖିଛନ୍ତି । ସେ ପ୍ରଡ୍ୟୁସର ନମିତ ମଲହୋତ୍ରାଙ୍କୁ କହିଥିଲେ ଯେ, ସେ ଏହି ଫିଲ୍ମରୁ ଗୋଟିଏ ବି ଟଙ୍କା ନେବେ ନାହିଁ । ଏଥିସହ ତାଙ୍କ ଫିସ୍ କର୍କଟ ରୋଗରେ ପୀଡିତ ଥିବା ପିଲାଙ୍କୁ ସାହାଯ୍ୟ କରିବାରେ ବ୍ୟବହାର କରାଯାଉ ବୋଲି ମଧ୍ୟ ସେ କହିଥିଲେ ।
ଏହା ବ୍ୟତୀତ ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାମାୟଣ ହଲିଉଡକୁ ଭାରତର ଏକ ଉତ୍ତର । ଏହା ଏପରି ଏକ କମ୍ପାନୀ ସହିତ ଜଡିତ ଯାହା VFX ପାଇଁ ୭ ରୁ ୮ଟି ଅସ୍କାର ଜିତିଛି । ଏହି ଫିଲ୍ମରେ ସେ କାମ କରିବା ସହିତ ପ୍ରଯୋଜକଙ୍କ ସହ ଖୁବ୍ ମଜାମସ୍ତି ମଧ୍ୟ କରିଛନ୍ତି । ବିବେକଙ୍କ ସମେତ ଏହି ଫିଲ୍ମରେ ରଣବୀର କପୁର ରାମ ଭୂମିକାରେ,ୟଶ ଚୋପ୍ରା ରାବଣ ଭୂମିକାରେ, ସାଇ ପଲ୍ଲବୀ ସୀତା ଭୂମିକାରେ ସନ୍ନି ଦେଓଲ ହନୁମାନ ଏବଂ ରବି ଦୁବେ ଲକ୍ଷ୍ମଣ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି । ଯଦି ଏହି ଫିଲ୍ମର ରିଲିଜ କଥା କୁହାଯିବ ତେବେ ଏହାର ପ୍ରଥମ ପାର୍ଟ ୨୦୨୬ ଦୀପାବଳିର ଏବଂ ଦ୍ବିତୀୟ ପାର୍ଟ ୨୦୨୭ ରେ ରିଲିଜ ହେବ ।
Also Read : ଜୟ ଭାନୁଶାଲୀ ଏବଂ ମାହି ଭିଜଙ୍କ ଛାଡପତ୍ରକୁ ନେଇ ଚର୍ଚ୍ଚା, ୧୫ ବର୍ଷର ସମ୍ପର୍କରେ ପଡିବ କି ପୂର୍ଣ୍ଣଚ୍ଛେଦ !