ଫ୍ଲାଇଟ ଭିତରେ ଭୋଜପୁରୀ ଅଭିନେତ୍ରୀ ମୋନାଲିସାଙ୍କ ଜବରଦସ୍ତ ଡ୍ଯାନ୍ସ, ‘କାଣ୍ଟା ଲଗା’ ଗୀତରେ କଲେ ଧମାଲ, ଭାଇରଲ ହେଉଛି ଭିଡିଓ

ଭୋଜପୁରୀ ଇଣ୍ଡଷ୍ଟ୍ରୀ ଠାରୁ ଆରମ୍ଭ କରି ଛୋଟ ପରଦା ପର୍ଯ୍ଯନ୍ତ ସବୁଠି ମୋନାଲିସା ବେଶ ଚର୍ଚ୍ଚାରେ। କେବଳ ସେତିକି ନୁହେଁ ମୋନାଲିସା ସୋସିଆଲ ମିଡିଆରେ ମଧ୍ୟ ବେଶ ଆକ୍ଟିଭ ରୁହନ୍ତି। ଇନଷ୍ଟାଗ୍ରାମରେ ବିକିନୀ ଲୁକ୍ ଠାରୁ ଆରମ୍ଭ କରି ଶାଢି ପର୍ଯ୍ଯନ୍ତ ନିଜର ଫଟୋ ଏବଂ ଗ୍ଲାମରର୍ସ ଭିଡିଓ ସେୟାର କରନ୍ତି।

ମୋନାଲିସା ନିଜ ଇନଷ୍ଟାଗ୍ରାମରେ ଏକ ନୂଆ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଫ୍ଲାଇଟରେ ଡ୍ଯାନ୍ସ କରୁଥିବା ନଜର ଆସିଛନ୍ତି। ମୋନାଲିସା ଏହି ଭିଡିଓରେ ସାଲୱାର ସୁଟ୍ ପିନ୍ଧିଛନ୍ତି ଏବଂ କାଣ୍ଟା ଲଗା ଗୀତରେ ଡ୍ଯାନ୍ସ କରୁଛନ୍ତି। ଫ୍ଲାଇଟ ମୋନାଲିସାଙ୍କ ଏହି ଡ୍ଯାନ୍ସ ଫ୍ଯାନଙ୍କୁ ବେଶ ପସନ୍ଦ ଆସିଛି।

 

 

 

View this post on Instagram

 

A post shared by MONALISA (@aslimonalisa)

ଭିଡିଓରେ ମୋନାଲିସା ‘କାଣ୍ଟା ଲଗା’ ଗୀତରେ ଡ୍ଯାନ୍ସ କରି ଜବରଦସ୍ତ ଏକ୍ସପ୍ରେସନ ଦେଉଛନ୍ତି। ଏହି ଭିଡିଓ କିଛି ଘଣ୍ଟା ମଧ୍ୟରେ ଅନେକ ଭ୍ଯୁ ଏବଂ ଲାଇକ୍ସ ମିଳିଛି। ସୂଚନାଯୋଗ୍ଯ, ମୋନାଲିସା ଫ୍ଯାନଙ୍କ ମଧ୍ୟରେ ପ୍ରଥମ ପସନ୍ଦ ରହିଛନ୍ତି। କେବେ ନିଜର ଡ୍ଯାନ୍ସ ଭିଡିଓ ତ ଆଉ କେବେ ଫଟୋକୁ ନେଇ ସୋସିଆଲ ମିଡିଆରେ ଛାଇ ରହିଛନ୍ତି।