ଟାଇଗର ଶ୍ରଫ ଏବଂ ରଶ୍ମିକାଙ୍କ ଫିଲ୍ମ ‘ସ୍କ୍ରୁ ଢିଲା’ର ଟ୍ରେଲର ରିଲିଜ, ଅଲଗା ଅନ୍ଦାଜରେ ନଜର ଆସିଲେ ଟାଇଗର

କରନ ଜୋହରଙ୍କ ଅପକମିଂ ଫିଲ୍ମ ‘ସ୍କ୍ରୁ ଢିଲା’ର ଟ୍ରେଲର ରିଲିଜ ହୋଇଛି। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କରନ ଏହାର ଘୋଷଣା କରିଛନ୍ତି। ଏହି ଟ୍ରେଲରରେ ଟାଇଗର ଶ୍ରଫଙ୍କ ଅଲଗା ଅନ୍ଦାଜ ଦେଖିବାକୁ ମିଳିଛି। କରନ ଇନଷ୍ଟା ଏବଂ ଟ୍ଵିଟର ଆକାଉଣ୍ଟରେ ଏହି ଭିଡିଓ ସେୟାର କରି ଲେଖିଛନ୍ତି, ଏଣ୍ଟରଟେନମେଣ୍ଟ ଉଇଥ ସଲିଡ ପଞ୍ଚ, ସୁପର ଏକ୍ସଟାଇଟେଡ୍‌ ଉଇଥ ଟାଇଗର ଶ୍ରଫ।

ଏହି ଫିଲ୍ମରେ ଟାଇଗର ଶ୍ରଫ ଏବଂ ରଶ୍ମିକା ମନ୍ଦାନା ଏକାଠି କାମ କରିବେ। ପୂର୍ବରୁ କରନ ଜୋହର ଏହାକୁ ନେଇ ଘୋଷଣା କରିଥିଲେ କି, କିଛି ବଡ ଘୋଷଣା କରିବେ ବୋଲି। ତେବେ ଏହାକୁ ନେଇ ସମସ୍ତେ ଦ୍ୱନ୍ଦ୍ୱରେ ରହିଥିଲେ। କିନ୍ତୁ ଏବେ କରନଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ପରେ ସବୁ ଦ୍ୱନ୍ଦ୍ୱ ଦୂର ହୋଇଛି। ଏହି ଫିଲ୍ମର ନିର୍ଦ୍ଦେଶନା ଶଶାଙ୍କ ଖେତାନ କରୁଛନ୍ତି।

 

View this post on Instagram

 

A post shared by Karan Johar (@karanjohar)

ରଶ୍ମିକା ମନ୍ଦାନା ନିକଟରେ ଅମିତାଭ ବଚ୍ଚନଙ୍କ ସହିତ ଫିଲ୍ମ ‘ଅଲବିଦା’ର ସୁଟିଂ ଶେଷ କରିଛନ୍ତି। ବଲିଉଡ ଡେବ୍ୟୁ ଫିଲ୍ମ ‘ମିଶନ ମଜନୁ’ ରିଲିଜ ଅପେକ୍ଷାରେ ରହିଛି। ଏହାଛଡା ରଣବୀରଙ୍କ ଫିଲ୍ମ ‘ଆନିମଲ’ରେ ମଧ୍ୟ ନଜର ଆସିବେ ରଶ୍ମିକା। ସେହିପରି ଟାଇଗରଙ୍କ ଅପକମିଂ ଫିଲ୍ମ ରହିଛି ‘ଗଣପତ’। ଚଳିତବର୍ଷ ଡିସେମ୍ବରରେ ଫିଲ୍ମଟି ରିଲିଜ ହେବ।

 

View this post on Instagram

 

A post shared by Karan Johar (@karanjohar)

 

 

ନିକଟରେ ଟାଇଗର ଏକ ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଏହି ଭିଡିଓରେ ଟାଇଗରଙ୍କ ମୁହଁରୁ ରକ୍ତ ଝରୁଥିବା ନଜର ଆସିଥିଲା। ଯାହାକୁ ନେଇ ଟାଇଗରଙ୍କ ଫ୍ୟାନ୍ସ ଚିନ୍ତିତ ହୋଇପଡିଥିଲେ। କିନ୍ତୁ ଏହା ସତରେ ନୁହେଁ ବରଂ ଅପକମିଂ ଫିଲ୍ମ ‘ଗଣପତ-ପାର୍ଟ୨’ର ସୁଟିଂ ପାଇଁ ହୋଇଥିଲା। ଏହି ଫିଲ୍ମରେ ଟାଇଗରଙ୍କ ସହିତ କୃତି ସାନନ ନଜର ଆସିବେ।

 

View this post on Instagram

 

A post shared by Tiger Shroff (@tigerjackieshroff)

Leave A Reply

Your email address will not be published.