ଦେଶୀଗାର୍ଲଙ୍କୁ ପ୍ରେମରେ କଣ ଡ଼ାକୁଛନ୍ତି ନିକ୍ ?

ମୁମ୍ବାଇ : ନିକଟରେ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ବଲିଉଡ଼ର ଦେଶୀ ଗର୍ଲ ଏବଂ ନିକ୍ ଜୋନ୍ସ। ଦୁହିଁଙ୍କ ର୍ନିବନ୍ଧ ଏବଂ ରୋକା ନିକଟରେ ଶେଷ ହୋଇଥିବା ବେଳେ ବିଟାଉନରୁ ଉଭୟଙ୍କ ପାଇଁ ଶୁଭେତ୍ସା ସୁଅ ଛୁଟିଛି। ତେବେ ଆପଣ ଜଶଣିଛନ୍ତି କି, ଦେଶୀ ଗାର୍ଲ ପ୍ରିୟଙ୍କାଙ୍କୁ ମିସ୍ କରୁଛନ୍ତି ନିକ୍ ଜୋନ୍ସ।
ନିକ୍ ପ୍ରିୟଙ୍କାଙ୍କ ଏକ ଭିଡିଓ ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି। ଏହି ଭିଡିଓଟିରେ ପ୍ରିୟଙ୍କା ଅନାଥ ପିଲାଙ୍କ ସହ ନାଚୁଛନ୍ତି ଓ ମସ୍ତି କରୁଛନ୍ତି । ନିକ୍ ଲେଖିଛନ୍ତି ସେଣ୍ଟ କାଥେରିନ୍ ଅନାଥାଶ୍ରମ। ମୋର ହୃଦୟ ପ୍ରେମରେ ପୂର୍ଣ୍ଣ ହୋଇଗଲା। ରବିବାର ନିକ୍ଙ୍କ ସହ ମୁମ୍ବାଇରେ ଏକ ଅନାଥାଶ୍ରମରେ ପହଞ୍ଚିଥିଲେ ପ୍ରିୟଙ୍କା। ପିଲାଙ୍କ ସହ ମିଶି ଢେର ମସ୍ତି କରିଥିଲେ। ସେ ସମୟର ଭିଡିଓକୁ ଶେୟାର କରିଛନ୍ତି ନିକ୍। ରବିବାର ରାତିରେ ବାପା ଓ ମାଙ୍କ ସହ ୟୁଏସ୍ ଫେରିଯାଇଛନ୍ତି ନିକ୍।
ନିଶ୍ଚିତ ପଢ଼ନ୍ତୁ: କୋଟିପତି ହେବାକୁ ପ୍ରସ୍ତୁତ ହୋଇଯାଆନ୍ତୁ : ବିଗ୍ ଆରମ୍ଭ କଲେ କେବିସି ୧୦ର ସୁଟିଂ
ଶନିବାର ମୁମ୍ବାଇରେ ପଞ୍ଜାବୀ ରୀତିନୀତିରେ ସରିଛି ଦୁଇ ଲଭ୍ ବର୍ଡଙ୍କ ନିର୍ବନ୍ଧ । ଟ୍ରାଡିସିନାଲ୍ ଲୁକ୍ସରେ ନଜର ଆସିଥିଲେ ପ୍ରିୟଙ୍କା । ହଳଦିଆ ରଙ୍ଗର ସୁଟ୍ ପ୍ଲାଜୋରେ ବେଶ ସୁନ୍ଦର ଲାଗୁଥିଲେ ଦେଶୀ ଗର୍ଲ । ସେହିପରି ଧଳା ରଙ୍ଗର ସେରଓ୍ଵାନୀ ପିନ୍ଧିଥିଲେ ନିକ୍ ଜୋନ୍ସ । ଦୁହେଁ ଏକାଠି ପୂଜା କରିଥିଲେ । ପାଖରେ ଥିଲେ ନିକ୍ ଜୋନ୍ସଙ୍କ ମାଆ ଡେନିସ୍ ଓ ପାବା ପଲ୍ କେଭିନ୍ । ସେମାନେ ବି ଭାରତୀୟ ବେଶଭୂଷାରେ ସଜେଇ ହୋଇଥିଲେ । ନିର୍ବନ୍ଧରେ ସାମିଲ ହୋଇଥିଲେ ଉଭୟଙ୍କ ପରିବାର ଓ କିଛି ଆତ୍ମୀୟ ସ୍ୱଜନ ।