ଝିଅ ଦୁଆ ବିଷୟରେ ଗୁଗଲରେ କ’ଣ ସର୍ଚ୍ଚ କରନ୍ତି ଦୀପିକା ପାଦୁକୋନ? ଇଣ୍ଟରଭ୍ୟୁରେ କରିଲେ ଖୁଲାସା

ବଲିଉଡର ଅନେକ ଚର୍ଚ୍ଚିତ ଯୋଡି ରହିଛନ୍ତି । ସେମାନଙ୍କ ମଧ୍ୟରୁ ଦୀପିକା ପାଦୁକୋନ ଏବଂ ରଣବୀର ସିଂ ସଫଳ ଯୋଡି ଭାବେ ପରିଚିତ । 2024 ମସିହାରେ ଦୁହେଁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଦୀପିକା ନିଜ ଝିଅର ନାମ ଦୁଆ ରଖିଛନ୍ତି । ଝିଅ ଜନ୍ମ ହେବା ପରେ ଦୀପିକା ଫିଲ୍ମ ଠାରୁ ଟିକେ ଦୂରରେ ରହିଛନ୍ତି । ଏବେ ଝିଅ ପାଇଁ ବେଶ ସଜାଗ ହୋଇପଡିଛନ୍ତି ଦୀପିକା । ଝିଅ ଦୁଆର ସୁସ୍ଥ ଶାରୀରିକ ବିକାଶ ପାଇଁ ଫିଲ୍ମରୁ ବିରତି ନେଇ ମା’ର ଦାୟିତ୍ତ୍ଵ ତୁଲାଉଛନ୍ତି ।
ଯଦିଓ ଦୀପିକା ଏପର୍ଯ୍ୟନ୍ତ ନିଜ ଝିଅର ମୁହଁ ଦେଖାଇନାହାଁନ୍ତି ତଥାପି ଝିଅ ସହ ଜଡିତ ପ୍ରତ୍ୟେକ ଜିନିଷକୁ ସୋସିଆଲ ମିଡିଆରେ ସେୟାର କରନ୍ତି ଦୀପିକା । ତେବେ ନିକଟରେ ଦୀପିକା କହିଛନ୍ତି ସେ ନିଜ ଝିଅ ସହ ଜଡିତ ସମସ୍ତ ଜିନିଷକୁ ଗୁଗଲରେ ସର୍ଚ୍ଚ କରନ୍ତି ବୋଲି କହିଛନ୍ତି । ଦୀପିକା ବର୍ତ୍ତମାନ ଅଧିକାଂଶ ସମୟ ତାଙ୍କ ଝିଅ ସହ ବିତାଉଥିବାର ନଜରରେ ଆସିଛନ୍ତି । ନିକଟରେ ଅଭିନେତ୍ରୀ ଦୀପିକା ଆବୁଧାବିରେ ଆୟୋଜିତ ହୋଇଥିବା ଫୋବର୍ସରେ ମଧ୍ୟ ଯୋଗ ଦେଇଥିଲେ ।
ସେହି କାର୍ଯ୍ୟକ୍ରମରେ ସେ ଦୁଆକୁ ନେଇ ଅନେକ କଥା ସେୟାର କରିଥିଲେ । ଏହି ଇଭେଣ୍ଟରେ ଦୀପିକା ଶେଷଥର ପାଇଁ ଇଣ୍ଟରନେଟରେ କ’ଣ ସର୍ଚ୍ଚ କରିଥିଲେ ବୋଲି ପ୍ରଶ୍ନ କରିଥିଲେ ତାଙ୍କ ଫ୍ୟାନ୍ସମାନେ । ମା’ ମାନଙ୍କ ସମସ୍ୟା ସହ ଜଡିତ ଥିବା ପ୍ରଶ୍ନ ଉପରେ ଗୁଗଲରେ ସର୍ଚ୍ଚ କରିଥିଲେ ବୋଲି ଉତ୍ତରରେ କହିଛନ୍ତି ଦୀପିକା । ଯାହା ବିଷୟରେ ଶୁଣିବା ବେଶ ରୋଚକ ଥିଲା । ପ୍ରଥମ ଥର ମା’ ହେବା ସମୟରେ କୌଣସି ବି ନାରୀ ଛୁଆଙ୍କୁ ନେଇ କୌଣସି କଥା ଜାଣିନଥାନ୍ତି ।
ତେଣୁ ପ୍ରତି ମା’ଙ୍କ ପରି ସେ ମଧ୍ୟ ତାଙ୍କ ଝିଅ ପାଇଁ କ’ଣ ଜରୁରୀ ସେ ସମ୍ପର୍କରେ ଜାଣିବାକୁ ମନ ବଳାଇଛନ୍ତି । ଝିଅ ଦୁଆକୁ ନେଇ ସବୁବେଳେ ଗୁଗଲରେ ସର୍ଚ୍ଚ କରନ୍ତି ଦୀପିକା । ସେ ଗୁଗୁଲରେ ସର୍ଚ୍ଚ କରନ୍ତି ତାଙ୍କ ଝିଅ କେବେ ଲାଳ ଗଡାଇବା ବନ୍ଦ କରିବ । ନୂଆ କରି ମା ହୋଇଥିବା ପ୍ରତ୍ୟେକ ନାରୀଙ୍କ ଗୁଗଲରେ ଆପଣ ପିଲାକୁ ନେଇ ଏପରି ପ୍ରଶ୍ନର ତାଲିକା ଦେଖିବାକୁ ପାଇବେ । ଅଭିନେତ୍ରୀ ହେଲେ ବି ସେ ଜଣେ ମା’ ବୋଲି କହିଛନ୍ତି ଦୀପିକା ।
ଆହୁରି ମଧ୍ୟ କହିଛନ୍ତି ଯେ, ତାଙ୍କ ଝିଅ ଦୁଆ ସହ ଜଡିତ ପ୍ରଶ୍ନରେ ତାଙ୍କ ଗୁଗଲ ହିଷ୍ଟ୍ରି ପରିପୂର୍ଣ୍ଣ । ଆହୁରି ମଧ୍ୟ ତାଙ୍କୁ ପ୍ରଶ୍ନ କରାଯାଇଛି ଯେ, ସେ ତାଙ୍କ ଫ୍ରି ଟାଇମରେ କଣ କରନ୍ତି । ଯାହାର ଉତ୍ତର ଦେବାକୁ ଯାଇ ଦୀପିକା କହିଛନ୍ତି ତାଙ୍କ ଝିଅ ଦୁଆ ସହିତ ସମୟ ବିତାଇବାକୁ ସେ ବହୁତ ପସନ୍ଦ କରନ୍ତି । ଅଧିକ କହିବାକୁ ଯାଇ ଦୀପିକା କହିଛନ୍ତି ଯେ, ତାଙ୍କର ନିଜ ସ୍ୱାସ୍ଥ୍ୟ ଏବଂ ମାନସିକ ଶାନ୍ତିର ଗୁରୁତ୍ୱ ବିଷୟରେ ମଧ୍ୟ କହିଛନ୍ତି ।
Also Read:ବ୍ରେକଅପର ୧୮ ବର୍ଷ ପରେ ଏକାଠି ନଜର ଆସିଲେ ସାହିଦ-କରୀନା, ଉଭୟଙ୍କ କେମେଷ୍ଟ୍ରି ଦେଖି ଫିଦା ହେଲେ ଫ୍ୟାନ୍ସ