Categories: ମନୋରଂଜନ

ଜେଲ୍‌ରେ ଥିଲା ବେଳେ ସଞ୍ଜୟ ଦତ୍ତ ଠୁଙ୍ଗା ତିଆରି କରୁଥିଲେ, ଜାଣନ୍ତୁ ଏ ବାବଦ ପଇସା ସେ କଣ କଲେ ?

ଅନେକ ଦିନ ପରେ ପୁଣି ପରଦାରେ ଦିଶିବେ ସଞ୍ଜୟ ଦତ୍ତ । ଆସୁଛି ଐତିହାସିକ ପୃଷ୍ଠଭୂମିରେ ନିର୍ମିତ ଫିଲ୍ମ ‘ପାନିପତ୍‌’ । ଏବେ ସେ ଏହି ଫିଲ୍ମର ପ୍ରମୋସନ୍‌ରେ ଲାଗିଛନ୍ତି । ଏହା ସହିତ କପିଲ ଶର୍ମାଙ୍କ ସୋ’ରେ ମଧ୍ୟ ସଞ୍ଜୟ ଦତ୍ତଙ୍କୁ ଦେଖିବାକୁ ମିଳିବ । ଏହି ସୋ’ରେ କପିଳଙ୍କ କିଛି ପ୍ରଶ୍ନର ଉତ୍ତରରେ ଅନେକ ଅକୁହା କଥା କହିଛନ୍ତି ସଞ୍ଜୁ ବାବା । ତାଙ୍କୁ କପିଳ ପଚାରିଛନ୍ତି ଜେଲ୍‌ରେ ଥିବା ବେଳେ ସେ ସେଠାରେ ଏତେ ଶୀଘ୍ର କିଭଳି ଠୁଙ୍ଗା ତିଆରି କରିବା, କାଠ ଜିନିଷ ତିଆରି କରିବା ସହ ରେଡିଓ ପ୍ରୋଗ୍ରାମ୍‌ କରିବା କିଭଳି ଶିଖିଗଲେ । ଉତ୍ତରରେ ସଞ୍ଜୟ କହିଛନ୍ତି, ଶୀଘ୍ର ନୁହେଁ ଏଥିପାଇଁ ଅନେକ ସମୟ ଲାଗିଥିଲା । ତଥାପି ମୁଁ ଶୀଘ୍ର ଶିଖିବାକୁ ଚେଷ୍ଟା କରିଥିଲି । କାରଣ ଜେଲ୍‌ରେ ଭଲ କାମ କଲେ ଦଣ୍ଡ କମି ଯାଏ । ସେଥିଲାଗି ମୁଁ ଏସବୁ କାମ କରୁଥିଲି ।

ପ୍ରତ୍ୟେକ ପେପର୍‌ ବ୍ୟାଗ୍‌ ତିଆରି କରିବା ବାବଦରେ ତାଙ୍କୁ ମିଳୁଥିଲା ୧୦ ପଇସା । ଏହି ପଇସା ସେ ଜମା କରିଥିଲେ ଭଉଣୀଙ୍କୁ ରାକ୍ଷୀରେ ଭେଟି ଦେବା ପାଇଁ । ଏକଥା ସଞ୍ଜୟ ଦତ୍ତ କହିଲା ବେଳେ କେବଳ ସେ ନିଜେ ନୁହେଁ ଉପସ୍ଥିତ ଦର୍ଶକ ମଧ୍ୟ ଭାବବିହ୍ଵଳ ହୋଇପଡ଼ିଥିଲେ । ସୂଚନା ଥାଉ କି, ୧୯୯୩ ମୁମ୍ବାଇରେ ବିସ୍ଫୋରଣ ଘଟଣା ପରେ ବେଆଇନ୍‌ ଅସ୍ତ୍ରଶସ୍ତ୍ର ରଖିଥିବା ଦୋଷରେ ସଞ୍ଜୟଙ୍କୁ ୪୨ ମାସ ଜେଲ୍‌ଦଣ୍ଡ ଭୋଗିବାକୁ ପଡ଼ିଥିଲା । ସେ ଏହି ସମୟରେ ମୁମ୍ବାଇର ୟେରଓ୍ଵାଡ଼ା ଜେଲ୍‌ରେ ରହିଥିଲେ ।

 

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

7 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

9 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

15 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

24 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

24 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

42 mins ago