ସୁଟିଂ ଅଧାରୁ ଗୋବିନ୍ଦାଙ୍କୁ ‘ଜୁଡ଼ଓ୍ଵା’ ଫିଲ୍ମ ଛାଡ଼ିବାକୁ ବାଧ୍ୟ କରିଥିଲେ ସଲମାନ୍‌, ଖୁଲାସା କଲେ ଚିଚି

ସମସ୍ତେ ଜାଣନ୍ତି ଯେ ସଲମାନ୍‌ ଖାନ୍‌ ଓ ଗୋବିନ୍ଦା ଭଲ ବନ୍ଧୁ। ସଲମାନ୍‌ ଖାନ୍‌ଙ୍କ ଯୋଗୁ ହିଁ ଗୋବିନ୍ଦା ପୁନର୍ବାର ପାର୍ଟନର ଫିଲ୍ମ ଜରିଆରେ ବଡ଼ ପରଦାକୁ ଫେରିଥିଲେ। ଉଭୟେ ସଲମାନ୍‌ ଓ ଗୋବିନ୍ଦା ଏହି ଫିଲ୍ମରେ ଅଭିନୟ କରିଥିଲେ। ସେତେବେଳେ ଏହି ଫିଲ୍ମ ସୁପର ଡୁପର ହିଟ୍‌ ହୋଇଥିଲା। ପାର୍ଟନର ଫିଲ୍ମ ମାଧ୍ୟମରେ ଗୋବିନ୍ଦାଙ୍କୁ ପୁଣି ଥରେ ଫିଲ୍ମ ଇଣ୍ଡଷ୍ଟ୍ରୀକୁ ଆଣିଥିବା ସଲମାନ୍‌ ଦିନେ ତାଙ୍କ ଠାରୁ ଫିଲ୍ମ ଛଡ଼ାଇ ନେଇଥିଲେ।

Salman Khan, Govinda's latest posts prove there's still love ...

ଏହି କଥା ଖୁବ୍‌ କମ୍‌ ଲୋକ ଜାଣନ୍ତି ଯେ ସଲମାନ୍‌ଙ୍କ ହିଟ୍‌ ଫିଲ୍ମ ଜୁଡ଼ଓ୍ଵାରେ ପ୍ରକୃତରେ ସଲମାନ ନୁହେଁ ବରଂ ଗୋବିନ୍ଦାଙ୍କୁ ଲିଡ୍‌ ରୋଲ ମିଳିଥିଲା। ମାତ୍ର ସୁଟିଂ ଅଧାରେ ତାହା ସଲମାନଙ୍କ ହାତକୁ ଚାଲିଯାଇଥିଲା। ସଲମାନ୍‌ ଜାଣି ଶୁଣି ଚକ୍ରାନ୍ତ କରି ଏଭଳି କରିଥିଲେ ବୋଲି ଫିଲ୍ମ ରିଲିଜ୍‌ ହେବା ପରେ ଜଣାପଡ଼ିଥିଲା। ଏନେଇ ଗୋବିନ୍ଦା ଏକ ଇଣ୍ଟରଭ୍ୟୁରେ ନିଜେ କହିଥିଲେ, ଯାହାର ଭିଡିଓ ଏବେ ଭାଇରାଲ ହେଉଛି।

@coolboysrdTHIS IS TRUE OR FALSE GUYSS?##bollywood ##foryoupage ##foryou ##fypg ##fyp ##shahrukhkhan ##salmankhan ##judwa ##coolboy ##govinda ##faisusquad ##bollywood

♬ original sound – coolboysrd

ଭାଇରାଲ ହେଉଥିବା ଟିକ୍‌ଟକ୍‌ ଭିଡିଓଟି ଏକ ଇଣ୍ଟରଭ୍ୟୁର। ଏଥିରେ ଗୋବିନ୍ଦା କହିଛନ୍ତି ଯେ ‘ଜୁଡ଼ଓ୍ଵା ଫିଲ୍ମର ସୁଟିଂ ଚାଲିଥିବା ବେଳେ ଥରେ ସଲମାନ୍‌ ଖାନ୍‌ ମୋତେ କଲ କରି କହିଲେ ଚିଚି ଭାଇ କେମିତି ଅଛ। ଏବେ ତ ତୁମେ ପୂରା ହିଟ୍‌। ଗୋଟେ କାମ କର ତୁମ ଜୁଡ଼ଓ୍ଵା ଫିଲ୍ମ ମୋତେ ଦେଇଦିଅ। ମୁଁ କହିଲି ଫିଲ୍ମର ସୁଟିଂ ଆରମ୍ଭ ହୋଇଗଲାଣି। ଏବେ କେମିତି। ସେ କହିଲେ ହଁ ଏବେ ବନ୍ଦ କରିଦିଅ। ମୋତେ ତୁମ ଡାଇରେକ୍ଟର ଓ ପ୍ରଡ୍ୟୁସର ବି ଦେଇଦିଅ’।

Bigg Boss Day 91: Salman Partners With Govinda For a Fun Night ...

ତା’ପରେ ଗୋବିନ୍ଦାଙ୍କ ବଦଳରେ ଜୁଡ଼ଓ୍ଵାରେ ସଲମାନ୍‌ ଅଭିନୟ କରିଥିଲେ, ଯାହା ସୁପରଡୁପର ହିଟ୍‌ ହୋଇଥିଲା। ଗୋବିନ୍ଦାଙ୍କ ଏହି ଭିଡିଓକୁ ଟିକ୍‌ଟକ୍‌ରେ coolboysrd ଆକାଉଣ୍ଟରୁ ସେୟାର କରାଯାଇଛି। ଏହି ଭିଡିଓ ଭାଇରାଲ ହେବା ପରେ ସୁଶାନ୍ତ ସିଂହ ରାଜପୁତଙ୍କ ଫ୍ୟାନ୍‌ମାନେ ମଧ୍ୟ ବିରକ୍ତି ପ୍ରକାଶ କରିଛନ୍ତି। ଜଣେ ୟୁଜର କହିଛନ୍ତି ଏମିତି କରି ସଲମାନ୍‌ ସୁଶାନ୍ତଙ୍କ ହାତରୁ ମଧ୍ୟ ଫିଲ୍ମ ଛଡ଼ାଇ ନେଇଥିବେ। ଭିଡିଓକୁ ଏବେ ଯାଏଁ ୨ ଲକ୍ଷରୁ ଊର୍ଦ୍ଧ୍ୱ ଲାଇକ୍‌ ଓ ୧୮୦୦ରୁ ଊର୍ଦ୍ଧ୍ୱ କମେଣ୍ଟ ମିଳିଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.