ଆପକେ ବାପ୍‌ କା କ୍ୟା ଯା ରହା ? ଏ କଥା କିଶୋର କୁମାର ଯେବେ ଅନୁପମ ଖେରଙ୍କୁ କହିଥିଲେ, ଜାଣନ୍ତୁ ପୁରା କାହାଣୀ

ବଲିଉଡର ଅଭିନେତା ହୁଅନ୍ତୁ ବା ସଂଗୀତକାର, ସେମାନଙ୍କ ଜୀବନରେ ଘଟିଯାଇଥିବା କିଛି ମଜେଦାର କଥା ଶୁଣିବାକୁ ସମସ୍ତେ ପସନ୍ଦ କରିଥାନ୍ତି । ଏମିତି ଏକ ମଜାଦାର କାହାଣୀ ଆଜି ଆମେ କହିବୁ ପ୍ରଖ୍ୟାତ ସଂଗୀତକାର କିଶୋର କୁମାର ଓ ଅଭିନେତା ଅନୁପମ ଖେରଙ୍କୁ ନେଇ । ଯାହାକୁ ଅନୁପମ ନିକଟରେ କପିଲ ଶୋ’ ରେ କହିଥିଲେ ।

ପ୍ରଥମ ଥର ପାଇଁ ସେ କିଶୋର କୁମାରଙ୍କୁ କିପରି ଭେଟିଥିଲେ ସେ ସମ୍ପର୍କରେ ଅନୁପମ ଖେର କହିଥିଲେ । ବାନ୍ଦ୍ରାର ମେହେବୁବ ଷ୍ଟୁଡିଓ କିଛି ଦୂରରେ ରହୁଥିଲେ କିଶୋର କୁମାର । ଫିଲ୍ମ ‘ସାରାଂଶ’ ରିଲିଜ ହେବା ପରେ ସେ ଟ୍ୟାକ୍ସିରେ ଯିବା ଆସିବା କରୁଥିଲେ । ଅନୁପମ ପ୍ରଥମେ ବାନ୍ଦ୍ରା ଷ୍ଟେସନ ଯିବାକୁ କହୁଥିଲେ ଓ ଟ୍ୟାକ୍ସି ଷ୍ଟେସନରେ ପହଞ୍ଚିବା ପରେ କିଛି ଭୁଲିଆସିଲେ କହି ମେହେବୁବ ଷ୍ଟୁଡିଓକୁ ଯାଉଥିଲେ । ସେ ଏହିପରି ପ୍ରାୟ ଯିବା ଆସିବା କରୁଥିଲେ ।

ସବୁଦିନ ଏପରି କେହି ଜଣେ ତାଙ୍କର ଟ୍ୟାକ୍ସିକୁ ଫଲୋ କରୁଥିବା ସେ ଦେଖିବାକୁ ପାଇଲେ । ଧୋତି ପିନ୍ଧିଥିବା ସେ ତାଙ୍କୁ ତଳକୁ ଓହ୍ଲାଇବାକୁ କହିଲେ,ଯେପରିକି ସେ ସେହି ଟ୍ୟାକ୍ସିରେ ଯାଇପାରିବେ । ସେ ବ୍ୟକ୍ତି ଥିଲେ କିଶୋର କୁମାର । ଅନୁପମ ମଧ୍ୟ କିଶୋରଙ୍କ ଫ୍ୟାନ ଥିଲେ । ଦ୍ୱିତୀୟ ଥର ସେ ତାଙ୍କୁ ଏକ ସଂଗୀତ କାର୍ଯ୍ୟକ୍ରମରେ ଭେଟିଲେ । ଯେଉଁଠି କିଶୋରଙ୍କୁ ସଂଗୀତ ପରିବେଷଣ କରିବାର ଥିଲା ।

ସେଥିପାଇଁ କିଶୋର ଗୀତଟିକୁ ରିହାଜ କରୁଥିଲେ । ଗୀତ ଥିଲା ‘ଜିନ୍ଦେଗୀ କି ଏହି ରୀତ ହେ’ । କିଶୋରଙ୍କୁ ଲାଇଭ ଦେଖିବାକୁ ସେ ବହୁତ ଉତ୍ସୁକ ଥିଲେ ବୋଲି ଅନୁପମ କହିଥିଲେ । କିଶୋର ଯେତେବେଳେ ଏହି ଗୀତକୁ ରିହାଜ କରୁଥିଲେ ଓ ଅଲଗା ସ୍ୱରରେ ଗାଉଥିଲେ । ଅନୁପମ ତାଙ୍କ ରୋକି ଦେଇଥିଲେ, ଏକଥା କହି ଯେ ସେ ଭୁଲ ସ୍ୱରରେ ଗାଉଛନ୍ତି ।

କିଶୋରଙ୍କ ଟିମ କିଛି କହିବା ପୂର୍ବରୁ କିଶୋର ଅନୁପମଙ୍କୁ ପଚାରିଥିଲେ ଯେ ସେ କ’ଣ କହିବାକୁ ଚାହୁଁଛନ୍ତି । ଅନୁପମ ଏଥର କହିଥିଲେ ଯେ ସେ ଅଲଗା ସ୍ୱରରେ ଗାଉଛନ୍ତି । କିଶୋର ତାଙ୍କୁ ପୁଣି ପଚାରିଲେ, ‘ଅସଲ ଗୀତ କିଏ ଗାଇଛନ୍ତି, ମୁଁ କହିଲି ଆପଣ । ପୁଣି ସେ ପଚାରିଲେ-‘ଏବେ କିଏ ଗାଉଛି ’ । ମୁଁ କହିଲି- ଆପଣ । ତା’ପରେ କିଶୋର କୁମାର କହିଲେ – ‘ତୋ ଆପକେ ବାପ୍‌ କା କ୍ୟା ଯାତା ହେ ?

ଅନୁପମ ନିଜ ଫିଲ୍ମ ‘ଉଚ୍ଚାଇ’ ର ପ୍ରମୋଶନ ପାଇଁ କପିଲ ଶୋ’ ଆସିଥିଲେ । ଏଠାରେ ତାଙ୍କ ସହ ନୀନା ଗୁପ୍ତା, ବୋମାନ ଇରାନୀ ଓ ସାରିକା ମଧ୍ୟ ସାମିଲ ଥିଲେ । ସେଠାରେ ଅନୁପମ ତାଙ୍କ ଜୀବନର ଏହି ସ୍ମୃତି ବାଣ୍ଟିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.