ମୋର ଏହି ଫିଲ୍ମ ଫ୍ଲପ ହେଲେ ବିବାହ କରିବି’,ଅକ୍ଷୟଙ୍କୁ ବିବାହ କରିବା ପାଇଁ ଟ୍ବିଙ୍କଲ ରଖିଥିଲେ କିଛି ଏହିଭଳି ସର୍ତ୍ତ !!

ଅକ୍ଷୟ କୁମାର ଏବଂ ଟ୍ବିଙ୍କଲ ଖନ୍ନା ୨୦୦୧ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ପର୍ସନାଲ ଏବଂ ପ୍ରଫେସନାଲ ଜୀବନରେ ଅନେକ ମନାନ୍ତର-ମତାନ୍ତର ସତ୍ତ୍ବେ ବି ଅକ୍ଷୟ ଏବଂ ଟ୍ବିଙ୍କଲ କେବେବି ନିଜ ବିବାହକୁ ଆଞ୍ଚ ଆସିବାକୁ ଦେଇ ନାହାନ୍ତି। ସୁଖ-ଦୁଃଖରେ ସବୁବେଳେ ଅକ୍ଷୟ କୁମାରଙ୍କୁ ସାଥ୍ ଦେଉଥିବା ଟ୍ବିଙ୍କଲ ଖନ୍ନା ଅକ୍ଷୟଙ୍କୁ ବିବାହ କରିବା ପାଇଁ ସହଜରେ ରାଜି ହୋଇନଥିଲେ। ଟ୍ବିଙ୍କଲ ବିବାହ ପାଇଁ ଅକ୍ଷୟଙ୍କ ଆଗରେ ଏକ ସର୍ତ୍ତ ରଖିଥିଲେ।

ଟ୍ବିଙ୍କଲ ଖନ୍ନା ଏବଂ ଅକ୍ଷୟ କୁମାରଙ୍କ ପ୍ରଥମ ଭେଟ ହୋଇଥିଲା ଫିଲ୍ମଫେୟାର ମ୍ୟାଗାଜିନର ଶୁଟରେ। ଟ୍ବିଙ୍କଲ ଖନ୍ନାଙ୍କୁ ଦେଖିବା ମାତ୍ରକେ ହିଁ ବଲିଉଡ ଖୀଲାଡି ଷ୍ଟାରଙ୍କୁ ରାଜେଶ ଖନ୍ନାଙ୍କର ତନୟାଙ୍କ ଉପରେ କ୍ରଶ ହୋଇଯାଇଥିଲା। ଏକ ସାକ୍ଷାତକାରରେ ଅକ୍ଷୟ କୁମାର କହିଥିଲେ ଯେ, ଟ୍ବିଙ୍କଲ ଖନ୍ନାଙ୍କ ସହିତ ପ୍ରଥମ ସାକ୍ଷାତକାର ଫିଲ୍ମଫେୟାର ଫୋଟୋ ସେଶନରେ ହୋଇଥିଲା। ମୋ ପାଖେରେ ସେହି ଫଟୋ ଏବେ ମଧ୍ୟ ଅଛି। ଥ୍ୟାଙ୍କ୍ ୟୁ ଫିଲ୍ମଫେୟାର।

Koffee-With-Karan_Akshay-Kumar-and-Twinkle-Khanna-1କରଣ ଜୋହରଙ୍କ ଶୋରେ ଟ୍ବିଙ୍କଲ ଖନ୍ନା ଏହି କଥାର ଖୁଲାସା କଲେ ଯେ ସେ କେଉଁ ସର୍ତ୍ତରେ ଅକ୍ଷୟ କୁମାରଙ୍କୁ ବିବାହ କରିଥିଲେ। ଟ୍ବିଙ୍କଲ କହିଥିଲେ ଯେ, ‘‘ ମୁଁ ୨୦୦୧ ମସିହାରେ ବିବାହ କରିଥିଲି କାରଣ ଏହା ପଛର ଏକ ସର୍ତ୍ତ ଥିଲା ‘ମେଲା’ ଫିଲ୍ମ ଫ୍ଲପ ହେବା। ଟ୍ବିଙ୍କଲ କହିଲେ ଯେ ମୁଁ ଅକ୍ଷୟଙ୍କୁ ସର୍ତ୍ତ ରଖିଥିଲି ଯେ ଯଦି ‘ମେଲା’ ଫିଲ୍ମ ସିଲଭର ସ୍କ୍ରିନରେ ବିଫଳ ହେଲେ ସେ ବିବାହ କରିବେ।

ଜଣାଇବାକୁ ଚାହିଁବୁ ଯେ ୨୦୦୦ ମସିହାରେ ମେଲା ଫିଲ୍ମ ବକ୍ସ ଅଫିସରେ ସଫଳ ହୋଇପାରିଲା ନାହିଁ। ଫିଲ୍ମରେ ଅମିର ଖାନ ଏବଂ ଟ୍ବିଙ୍କଲ ଖନ୍ନା ମୁଖ୍ୟ ଭୂମିକାରେ ଅଭିନୟ କରୁଥିଲେ। ନିଜ ବୈବାହିକ ଜୀବନକୁ ଉପଭୋଗ କରୁଥିବା ଅକ୍ଷୟ ଏବଂ ଟ୍ବିଙ୍କିଲଙ୍କର ଦୁଇଟି ସନ୍ତାନ ଆରବ ଏବଂ ନିତାରା ଅଛନ୍ତି। ଅକ୍ଷୟଙ୍କ ଅପକମିଙ୍ଗ ଫିଲ୍ମ କେସରୀ ଏବଂ ସୂର‌୍ୟ୍ୟବଂଶୀ ଆଗକୁ ଆସିବାର ଅଛି।