ଅଭିନେତ୍ରୀ ବିନ୍ଦୁକୁ ଦେଖିଲେ ନିଜ ପତ୍ନୀଙ୍କୁ ଲୁଚାଇ ଦେଉଥିଲେ ମହିଳା, ଏମିତି କହିଲେ ଅଭିନେତ୍ରୀ

ବଲିଉଡର କ୍ଷାତନାମା ଅଭିନେତ୍ରୀ ବିନ୍ଦୁ କଠିନ ପରିଶ୍ରମ ଓ ପ୍ରଚେଷ୍ଟା ଯୋଗୁ ବଲିଉଡରେ ନିଜର ସ୍ଥାନ ସୃଷ୍ଟି କରିପାରିଥିଲେ । ବଲିଉଡରେ ସେ ସବୁ ବଡ଼ କଳାକାରଙ୍କ ସହ କାମ କରିଛନ୍ତି । ଅଧିକାଂଶ ଫିଲ୍ମରେ ବିନ୍ଦୁ ଆଇଟମ ର୍ଗାଲ ଭାବେ ଅଭିନୟ କରିଛନ୍ତି । ଫିଲ୍ମରେ ତାଙ୍କ ଅଭିନୟ ଏତେ ଜୀବନ୍ତ ଥିଲା ଯେ ରିୟଲ ଲାଇଫରେ ମଧ୍ୟ ତାଙ୍କ ଅଭିନୟର ପ୍ରଭାବ ପଡ଼ୁଥିଲା । ମହିଳାମାନେ ବିନ୍ଦୁଙ୍କ ଆଗକୁ ତାଙ୍କ ସ୍ୱାମୀଙ୍କୁ ଛାଡ଼ୁନଥିଲେ । ଭୟ ଥିଲା ଯେ କାଳେ ତାଙ୍କ ପତିଙ୍କୁ ବିନ୍ଦୁ ଫସାଇ ଦେବେ ।
ବିନ୍ଦୁ ଏହି କଥା ତାଙ୍କର ଏକ ସାକ୍ଷାତକାରରେ କହିଥିଲେ । ଯେତେବେଳେ ତାଙ୍କୁ ପଚରାଗଲା ଯେ ଫିଲ୍ମରେ କରୁଥିବା ଆଇଟମ ଗାର୍ଲ ଭୂମିକା ତାଙ୍କ ବ୍ୟକ୍ତିଗତ ଜୀବନରେ ପ୍ରଭାବ ପକାଇଥାଏ ବୋଲି । ସେ କହିଥିଲେ ଯେ ସେ ଯେତବେଳେ ବାହାରକୁ ଆସନ୍ତି ମହିଳାମାନେ ତାଙ୍କ ସ୍ୱାମୀଙ୍କୁ ଲୁଚାଇ ଦେଉଥିଲେ ।

ସେମାନଙ୍କର ବିଶ୍ୱାସ ଥିଲା ଯେ ମୁଁ ଜଣେ ଖରାପ ଚତିତ୍ରର ଅଭିନେତ୍ରୀ । କାଳେ ତାଙ୍କ ସ୍ୱାମୀଙ୍କୁ ଫସାଇ ଦେବି । ହେଲେ ଏହି କଥା ମୋତେ ବହୁତ ଭଲ ଲାଗିଥିଲା ଯେ ଲୋକେ ମୋତେ ଗାଳି ଦିଅନ୍ତୁ ପଛେ ମୋର ପରିଶ୍ରମ ସାର୍ଥକ ହୋଇଛି । ମୁଁ ମୋର ଅଭିନୟ ମାଧ୍ୟମରେ ଲୋକଙ୍କ ହୃଦୟ ଜୟ କରିପାରିଛି ।
ଏକ ସାକ୍ଷାତକାରରେ ବିନ୍ଦୁ ଏହା କହିଥିଲେ ଯେ ସେ ଯେତେବେଳେ ଫିଲ୍ମକୁ ଆସିଲେ ସେତେବେଳର ଅଭିନେତ୍ରୀ ମୀନା କୁମାରୀ ତାଙ୍କୁ କହିଥିଲେ ‘ତୁମେ ହିରୋଇନ ପାଇଁ ଚେଷ୍ଟା କରନାହିଁ ।’ ବରଂ ଭଲ ହେବ ତୁମେ ଆଇଟମ ଗାର୍ଲ ପାଇଁ ଚେଷ୍ଟା କର । ଯାହାଦ୍ୱାରା ତୁମେ ସବୁ ସମୟରେ ରୋଲ ପାଇ ପାରିବ । ତାଙ୍କ କଥା ସତ୍ୟ ହେଲା । ମୁଁ ଏଥିରେ ହିଁ ବେଶୀ ଦିନ ତିଷ୍ଠି ରହି ପାରିଲି । ଏହି କଥା ମୋର ସର୍ବଦା ମନେ ରହିଛି ।