କିଏ ନୁସରତ ଜହାଁଙ୍କ ପିଲାର ବାପା? ଜନ୍ମ ପ୍ରମାଣପତ୍ରରୁ ହୋଇଗଲା ଖୁଲାସା

ଅଭିନେତ୍ରୀ ତଥା ସାଂସଦ ନୁସରତ ଜହାଁଙ୍କ ପିଲାର ବାପାଙ୍କ ନାଁ ସାମ୍ନାକୁ ଆସିଯାଇଛି। ବାପାଙ୍କ ନାଁର ଖୁଲାସା ପିଲାର ଜନ୍ମ ପ୍ରମାଣପତ୍ରରେ ହୋଇଛି। ନୁସରତଙ୍କ ଏହି ପିଲାର ବାପା ସ୍ୱାମୀ ନିଖିଲ ଜୈନ ନୁହନ୍ତି, ବରଂ ବୟଫ୍ରେଣ୍ଡ ୟଶ ଦାସ୍‌ଗୁପ୍ତା ବୋଲି ଜଣାପଡ଼ିଛି। ନୁସରତଙ୍କ କଥିତ ପ୍ରେମିକ ତଥା ବଙ୍ଗାଳୀ ଆକ୍ଟର ୟଶ୍‌ ଦାସ୍‌ଗୁପ୍ତାଙ୍କ ନାଁ ପିଲାର ଜନ୍ମ ପ୍ରମାଣପତ୍ର ରେଜିଷ୍ଟ୍ରେଶନରେ ବାପାଙ୍କ ନାଁ ଜାଗାରେ ଲେଖାଯାଇଛି। ଖାସ୍‌ କଥା ହେଉଛି କି, ଏଥି ପୂର୍ବରୁ ଅଭିନେତ୍ରୀ ପିଲାର ବାପାଙ୍କ ନାଁ ଜଣେଇବାକୁ ମନା କରି ଦେଇଥିଲେ।

ଯେତେବେଳେ ଏହାକୁ ନେଇ ତାଙ୍କୁ ପ୍ରଶ୍ନ ପଚରା ଯାଇଥିଲା, ତ ନୁସରତ ଜହାଁ ନିଜ ପୁଅର ବାପାଙ୍କ ବିଷୟରେ ଖୁଲାସା କରି କହିଥିଲେ କି, ‘ଏହା ବହୁତ ସହଜ ତରିକା କୌଣସି ମହିଳାଙ୍କ ଚରିତ୍ର ଉପରେ ଦାଗ ଲଗେଇବାର, ଏହା ପଚାରିକି କି ପିଲାର ବାପାଙ୍କ ନାଁ କ’ଣ। ପିଲାର ବାପାଙ୍କୁ ଜଣାଅଛି କି, ସେ ତା’ର ବାପା। ଆମେ ସାଥୀ ହୋଇ ନିଜର ପ୍ୟାରେଣ୍ଟହୁଡ୍‌କୁ ବହୁତ ଏଞ୍ଜୟ କରୁଛୁ’। ସେ ଆହୁରି କହିଥିଲେ ଯେ ‘ମୁଁ ଆଉ ୟଶ୍‌ ଏକ ସାଥୀରେ ଭଲ ସମୟ ବିତାଉଛୁ’।

ନୁସରତ ନିଜ ପୁଅର ନାଁ ଈଶାନ ରଖିଛନ୍ତି। ଏହି ନାଁ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଅଭିନେତା ୟଶ୍‌ ଦାସଗୁପ୍ତାଙ୍କୁ ପିଲାର ବାପା ବୋଲି କୁହାଯାଉଥିଲା। ସେ ହିଁ ସୋସିଆଲ ମିଡିଆ ଜରିଆରେ ନୁସରତ ମା’ ହେବା ନେଇ ଖବର ସେୟାର କରିଥିଲେ। ଏପରି କି, ହସ୍ପିଟାଲରୁ ଡିସ୍‌ଚାର୍ଜ ହେବା ପରେ ମା’ ଓ ପିଲାଙ୍କୁ ନିଜ କାର୍‌ରେ ଘରକୁ ଆଣିଥିଲେ। କହି ରଖୁଛୁ, ନୁସରତ ଜହାଁ ନିଜ ସ୍ୱାମୀ ନିଖିଲ ଜୈନଙ୍କଠାରୁ ଅଲଗା ହୋଇ ସାରିଛନ୍ତି।

 

View this post on Instagram

 

A post shared by Nusrat (@nusratchirps)

 

Leave A Reply

Your email address will not be published.