ଜାଣନ୍ତୁ Bigg Boss 13ର ‘ଲଭର୍‌ ବୟ’ କିଏ ?

ବିଗ୍‌ ବସ୍‌ ୧୩ର ସମସ୍ତ ସିଜିନ୍‌ରେ ବହୁତ କିଛି ନୂଆ ଦେଖିବାକୁ ମିଳିଛି। ସେହିଭଳି ସ୍ମାର୍ଟନେସ୍‌ ଏବଂ ପର୍ସନାଲିଟି ମାମଲାରେ ତିନି ଜଣ ମେଲ୍‌ ଆକ୍ଟର୍ସ (୩ଜଣ ପୁରୁଷ ଅଭିନେତା) ବିଗ୍‌ ବସ୍‌ ଘରେ ସାମ୍ନାକୁ ଆସିଛନ୍ତି। ସେହି ତିନି ଆଉ କେହି ନୁହଁନ୍ତି ସେମାନେ ହେଉଛନ୍ତି ପାରସ ଛାବଡା, ସିଦ୍ଧାର୍ଥ ଶୁକ୍ଳା ଏବଂ ଆସିମ ରିୟାଜ୍‌। ଶୋ’ରେ ଏହି ତିନି ଜଣ ଆକ୍ଟରଙ୍କ ପର୍ସସନାଲିଟି ଦର୍ଶକଙ୍କ ଧ୍ୟାନକୁ ନିଜ ଆଡକୁ ଆକର୍ଷିତ କରିଥାଏ। ଏହି ସିଜିନ୍‌ ତିନି ଜଣ ନିଜର ରୋମାନ୍ସ ଏବଂ ଲଭ୍‌ ଆଙ୍ଗେଲ୍‌ ପାଇଁ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି।

bigg bossଏହି କାରଣରୁ ଆଜି ଭାଲେଣ୍ଟାଇନ୍‌ ଡେ’ ହୋଇଥିବାରୁ ବିଗ୍‌ ବସ୍‌ ଘରେ ତିନି ଜଣଙ୍କ ମଧ୍ୟରେ ଏକ ନିଆରା ପ୍ରିତିଯୋଗୀତା କରାଯିବ- BB13 ‘ବେଷ୍ଟ ଲଭର୍‌ ବୟ’ ପ୍ରତିଯୋଗୀତା। ଏଥିପାଇଁ ସୋସିଆଲ ମିଡିଆରେ ଫ୍ୟାନ୍ସମାନେ ଏଗ୍ଜିଟ୍‌ ପୋଲ କରିବା ସହ ପ୍ରଶ୍ନ ପଚରାଯାଉଛି ବିଗ୍‌ ବସ୍‌ ଘର ଭିତରେ ଆସିମ, ସିଦ୍ଧାର୍ଥ ଏବଂ ପାରସଙ୍କ ମଧ୍ୟରେ ‘ଲଭର ବୟ’ କିଏ ?

bigg boss-ସୂଚନା ମୁତାବକ ଏହାକୁ ନେଇ ଏବେ ତିନି ଜଣ ଷ୍ଟାରଙ୍କ ମଧ୍ୟରେ କାଫି କ୍ରେଜ୍‌ ଥିବାର ଦେଖିବାକୁ ମିଳିଛି। ଫ୍ୟାନ୍ସମାନେ ମଧ୍ୟ ନିଜର ଫେଭରାଇଟ୍‌ ଆକ୍ଟରଙ୍କୁ ବିଜେତା କରିବା ପାଇଁ ଭୋଟିଂ କରୁଛନ୍ତି। ଯେଉଁଥିରେ ଆସିମ ରିୟାଜ୍‌ଙ୍କୁ ୩୨% ଭୋଟ ମିଳିଛି। ସିଦ୍ଧାର୍ଥ ଶୁକ୍ଳାଙ୍କୁ ୨୩% ଏବଂ ପାରସଙ୍କୁ ସବୁଠାରୁ ଅଧିକ ଭୋଟ୍‌ ୪୫% ମିଳିଛି। ପାରସଙ୍କ ଫଲୋର୍ସମାନଙ୍କ କହିବାନୁଯାୟୀ ପୁରା ସିଜିନ୍‌ ପାରସ ମାହିରାଙ୍କ ସାହ ବିତାଇଛନ୍ତି। ସେ ମାହିରାଙ୍କ ସହ ନିଷ୍ଠା ଏବଂ ତାଙ୍କ ସହ ଲଭର ବୟ ପରି ରହିଆସିଛନ୍ତି।