କିଙ୍ଗଖାନଙ୍କୁ କାହିକି ଏଭଳିକଥା କହିଲେ ବଲିଉଡ଼ ସିଙ୍ଗର ଅଭିଜିତ ଭଟ୍ଟାଚାର୍ଯ୍ୟ…
ବଲିଉଡ ସିଙ୍ଗର ଅଭିଜିତ ଓ କିଙ୍ଗଖାନଙ୍କୁ ନେଇ ଚର୍ଚ୍ଚା । ୧୯୯୦ ଓ ୨୦୦୦ସମୟରେ ସୁପରଷ୍ଟାର ଶାହାରୁଖଙ୍କର ଫିଲ୍ମ ପାଇଁ ବହୁତ ହିଟ ଗୀତ ଗାଇଆସିଛନ୍ତି ବଲିଉଡର ଜଣାଶୁଣା ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟ । ତୋବା ତୁମ୍ହାରେ ଇସାରେ ଏବଂ ଓ ଲଡକି ଜୋ ସବସେ ଅଲଗ ହେ ଏଭଳି ଚମତ୍କାର ଗୀତକୁ ନିଜ ସୁନ୍ଦର କଣ୍ଠରେ ଫିଲ୍ମ ଗାଇଛନ୍ତି ଯାହାକି ଆଜି ମଧ୍ୟ ପସନ୍ଦ କରାଯାଉଛି ଏବଂ ଏହି ଦମଦାର ଗୀତ ଗୁଡିକୁ ଆଜି ପର୍ଯନ୍ତ ମଧ୍ୟ ଶୁଣିବାକୁ ମିଳୁଛି । କିନ୍ତୁ କିଛି ସମୟ ଧରି ଶାହାରୁଖ ଏବଂ ଅଭିଜିତଙ୍କ ମଧ୍ୟରେ କିଛି ସମ୍ପର୍କ ଠିକ ନାହିଁ ବୋଲି ଚର୍ଚ୍ଚ। ହୋଇଥିଲା । ତେବେ ଆସନ୍ତୁ ନଜର ପକାଇବା ଘଟଣା ସମ୍ପର୍କରେ ।
ଏକ ନିଦ୍ଧିଷ୍ଟ ଗଣ ମାଧ୍ୟମରେ ସିଙ୍ଗର ଅଭିଜିତଙ୍କୁ ପଚରା ଯାଇଥିଲା ସେ ଶାହରୁଖଙ୍କ ପାଇଁ କାହିଁକି ଗୀତ ଗାଇବା ବନ୍ଦ କରି ଦେଇଛନ୍ତି । ଏହାର ଉତ୍ତରରେ ସିଙ୍ଗର ଅଭିଜିତ କହିଥିଲେ କି ସେମାନଙ୍କ କାମର ସଠିକ ଭାବରେ ପ୍ରଶଂସା କରାଯାଉନାହିଁ । ଯେତେବେଳେ ଆତ୍ମ ସମ୍ମାନରେ ଆଘାତ ଲାଗିଥାଏ ସେତେ ବେଳେ କାହାକୁ ଭଲ ଲାଗି ନଥାଏ । ମୁଁ ଶାହରୁଖଙ୍କ ପାଇଁ ନୁହଁ ମୁଁ ମୋ କାମ ପାଇଁ ଗୀତ ଗାଉଥିଲି । ଯେତେବେଳେ ମୁଁ ଦେଖିଲି କି ଶାହରୁଖ ସେହି ସେଟରେ ଚାହା ବାଲାକୁ ସମ୍ମାନ ଦେଉଛନ୍ତି କିନ୍ତୁ ସିଙ୍ଗରକୁ ନୁହଁ । ସେହି ସମୟରେ ଭାବିଥିଲି ମୁଁ କାହିକିଁ ଶାହରୁଖଙ୍କ ସ୍ବର ହେବି ।
ଶାହରୁଖ ପ୍ରଥମରେ କହିଥିଲେ ଯେଉଁ ସିଙ୍ଗରଙ୍କ ସହ ମୁଁ ଫିଲ୍ମରେ ଗାଇଥିଲି ସେମାନେ ମୋ ପାଖରୁ ଆସି କହିଥିଲେ ଏସବୁ ଭୁଲ ହେଉଛି । ମୁଁ ସେମାନଙ୍କୁ କହିଥିଲି ଆପଣ ସମସ୍ତଙ୍କୁ ଗୀତ ଗାଇବା ଛାଡିଦେବା ଉଚିତ । ଆଗକୁ କଣ ହେବାକୁ ଯାଉଛି ମୁଁ ଦେଖିବି । ଏହା କେବଳ ଥରେ ନୁହେଁ ଦୁଇଟି ଫିଲ୍ମରେ ହୋଇଛି । ମୁଁ ତାଙ୍କୁ ଫାରାହ ଖାନଙ୍କ କହିବି ଯେଉଁ ପର୍ଯନ୍ତ ଆମେ ସଫଳ ହୋଇନାହୁଁ । ସେହି ସମୟ ପର୍ଯ୍ୟନ୍ତ ଆମେ ଫିଲ୍ମ ପାଇଁ ଗୀତ ଦେବୁନାହିଁ । ସେମାନେ ଫାରହା ଙ୍କ ସହ କଥା ହେବାକୁ ପରାମର୍ଶ ଦେଇଥିଲେ । ମୁଁ କହିଥିଲି ମୁଁ କାହିଁକି ଫାରହାଙ୍କୁ କହିବି ମୁଁ ସିଧା ଶାହାରୁଖ ଖାନଙ୍କୁ କହିବି କି ଯେତେବେଳ ପର୍ଯନ୍ତ ଆମକୁ ପ୍ରଶଂସା ମିଳିନାହିଁ ସେହି ପର୍ଯନ୍ତ ମୁଁ ଗୀତ ଗାଇବି ନାହିଁ ।
ସିଙ୍ଗର ଅଭିଜିତ କହିଥିଲେ କି ଶାହାରୁଖ ଏତେବଡ ଷ୍ଟାର ହୋଇଯାଇଛନ୍ତି ଯିଏକି କେବଳ ଜଣେ ମଣିଷ ନୁହନ୍ତି । ସେ ନିଜେ ମଧ୍ୟ ଜାଣିନଥିବେ ଯେ ସେ କେଉଁଠି ପହଞ୍ଚିଛନ୍ତି ତ ସେ କାହିଁକି ମୋ ଠାରେ ଆଶା ରଖିବେ? ମୁଁ ଆଜି ବି ମଣିଷଟିଏ ହୋଇ ରହିଛି ଯେମିତି ପୁର୍ବରୁ ରହିଥିଲି । ମୁଁ ମୋ ଚେଷ୍ଟାରେ ଆଗକୁ ବଢୁଛି । ମୁଁ ତାଙ୍କ ଠାରୁ ୫ରୁ ୬ ବର୍ଷ ବଡ ଅଛି । ମତେ କାହାଠାରୁ କ୍ଷମା ମାଗିବା ଆବଶ୍ୟକ ନାହିଁ । ଆମ ପାଖରେ ନିଜ ନିଜର ଅହଙ୍କାର ରହିଛି । ଆମର ଜନ୍ମଦିନର କେବଳ ଗୋଟିଏ ଦିନର ହିଁ ଫରକ ଅଛି । ମତେ ତାଙ୍କର ସମର୍ଥନ କୌଣସି ଆବଶ୍ୟକତା ନାହିଁ । ତାଙ୍କର ଏହିସବୁ କଥା ଶାହାରୁଖଙ୍କ ପ୍ରଶସଂକ ମାନଙ୍କୁ ପସନ୍ଦ ଆସିବ ନାହିଁ ବୋଲି କହିଛନ୍ତି ସିଙ୍ଗର ଅଭିଜିତ ।