ମନୋରଂଜନ

ଲତା ମଙ୍ଗେସକରଙ୍କ ଅନ୍ତିମ ସଂସ୍କାର ବେଳେ କାହିଁକି ଯାଇନଥିଲେ ଅମିତାଭ ବଚ୍ଚନ? ସାମ୍ନାକୁ ଆସିଲା ପ୍ରକୃତ କାରଣ

ସୁପରଷ୍ଟାର ଅମିତାଭ ବଚ୍ଚନ ଏକ ଇଣ୍ଟରଭ୍ୟୁରେ କହିଥିଲେ, ଯଦି ପୃଥିବୀରେ ଭଗବାନଙ୍କୁ ସାକ୍ଷାତ୍‌ ଦର୍ଶନ କରିବାକୁ ଚାହୁଁଛ ତେବେ ଲତା ମଙ୍ଗେସକରଙ୍କୁ ଦେଖ। ଅମିତାଭ ବଚ୍ଚନଙ୍କର ଏହି ପଦ କଥାରୁ ହିଁ ବୁଝା ପଡ଼ୁଛି ଯେ ଲତା ଦିଦିଙ୍କୁ ସେ କେତେ ଭଲ ପାଉଥିଲେ ଓ ଆଦର କରୁଥିଲେ। ଲତା ମଙ୍ଗେସକର ମଧ୍ୟ ଅମିତାଭଙ୍କୁ ଅତି ସ୍ନେହ କରୁଥିଲେ।

କିନ୍ତୁ ରବିବାର ସନ୍ଧ୍ୟାରେ ମୁମ୍ବାଇର ଶିବାଜୀ ପାର୍କରେ ଯେତେବେଳେ ଲତା ମଙ୍ଗେସକରଙ୍କ ଅନ୍ତିମ ସଂସ୍କାର କରାଗଲା, ସେତେବେଳେ ଲୋକେ ଆଶା କରିଥିଲେ ଯେ ଅମିତାଭ ବି ସେଠାରେ ଉପସ୍ଥିିତ ଥିବେ। କିନ୍ତୁ ସେମିତି ହୋଇନଥିଲା। ଅମିତାଭ ସେଠାକୁ ଯାଇନଥିଲେ। ସିନେ ଜଗତ, ସାହିତ୍ୟ, ରାଜନୀତି, ସାମାଜିକ ଓ ଆର୍ଥିକ କ୍ଷେତ୍ରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଲତାଙ୍କୁ ଅନ୍ତିମ ବିଦାୟ ଦେଇଥିଲେ, କିନ୍ତୁ ଅମିତାଭ ଏଥିରେ ସାମିଲ ହୋଇନଥିଲେ।

ମାତ୍ର ଅମିତାଭ ବଚ୍ଚନ ଲତାଙ୍କ ପାର୍ଥିକ ଶରୀରର ଦର୍ଶନ କରିବାକୁ ତାଙ୍କ ଘରକୁ ଯାଇଥିଲେ। ଅମିତାଭଙ୍କ ସହ ତାଙ୍କ ଝିଅ ଶ୍ୱେତା ବଚ୍ଚନ ବି ଥିଲେ। ଉଭୟେ ଲତା ମଙ୍ଗେସକରଙ୍କ ଘରକୁ ଯାଇ ଶେଷ ପ୍ରଣାମ ଜଣାଇଥିଲେ।

ତେବେ ଅମିତାଭ ବଚ୍ଚନ ଲତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଚାହୁଁଥିଲେ ବି କେତେକ କାରଣ ଯୋଗୁ ସେ ଯାଇପାରିନଥିଲେ। ବଚ୍ଚନ ପରିବାରର ନିକଟତର ଲୋକଙ୍କ କହିବାନୁସାରେ, ଅମିତାଭ ବଚ୍ଚନ ମଧ୍ୟ ଲତାଙ୍କ ଅନ୍ତିମ ସଂସ୍କାର ସ୍ଥଳକୁ ଆସିବାକୁ ଚାହୁଁଥିଲେ। କିନ୍ତୁ ଡାକ୍ତର ତାଙ୍କୁ ଭିଡ଼ ସ୍ଥାନକୁ ଯିବାକୁ ମନା କରିଛନ୍ତି। କିଛି ଦିନ ତଳେ ଅମିତାଭଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ନଥିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏଣୁ ଏବେ ଡାକ୍ତର ତାଙ୍କୁ ଭିଡ଼କୁ ଯିବାକୁ ବାରଣ କରିଛନ୍ତି। ଏହି କାରଣରୁ ଅମିତାଭଙ୍କ ଇଚ୍ଛା ଥିଲେ ବି ସେ ଲତା ମଙ୍ଗେସକରଙ୍କ ଶେଷ କୃତ୍ୟ ବେଳେ ସାମିଲ ହୋଇପାରିନଥିଲେ।

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago