ଗୋବିନ୍ଦା ଆସିଲେ ବୋଲି କପିଲ ଶର୍ମା ଶୋ’ରୁ ଗାୟବ ହୋଇଗଲେ ଭଣଜା କ୍ରିଷ୍ଣା ଅଭିଷେକ, ଜାଣନ୍ତୁ କାହିଁକି

ଗତ ରବିବାର ରାତିରେ ସବୁଠାରୁ ଲୋକପ୍ରିୟ ଟିଭି ଶୋ ‘ଦ କପିଲ ଶର୍ମା ଶୋ’ରେ ଅଭିନେତା ଗୋବିନ୍ଦା ଯୋଗ ଦେଇଥିଲେ। କପିଲ ଶର୍ମା, କିକୁ ଶାରଦା, ସୁମୋନା ଚକ୍ରବର୍ତ୍ତୀ ଏବଂ ଚନ୍ଦନ ପ୍ରଭାକର ଶୋ’କୁ ଆସିବା ମାତ୍ରେ ସେମାନଙ୍କ ସହ ବହୁତ ମଜା କରିଥିଲେ, କିନ୍ତୁ ଏହି ସମୟ ମଧ୍ୟରେ ଗୋବିନ୍ଦାଙ୍କ ଭଣଜା କ୍ରିଷ୍ଣା ଅଭିଷେକ ଉପସ୍ଥିତ ନଥିଲେ। ସେ ଶୋ’ରୁ ଗାୟବ ହୋଇ ଯାଇଥିଲେ। ଏନେଇ କ୍ରିଷ୍ଣା ଅଭିଷେକ ବର୍ତ୍ତମାନ ଏକ ସାକ୍ଷାତକାରରେ ଏହା ପଛର କାରଣ ଦର୍ଶାଇଛନ୍ତି।

krishna abhisekhଏକ ସାକ୍ଷାତକାରରେ କ୍ରିଷ୍ଣା କହିଛନ୍ତି, ସେ ତାଙ୍କ ମାମୁଁଙ୍କ ସହ ମଜବୁତ୍‌ ସମ୍ପର୍କ ରଖିଥିଲେ। କିନ୍ତୁ ଶତ୍ରୁତା ସେମାନଙ୍କୁ ପ୍ରଭାବିତ କରିଛି। ସେ କହିଛନ୍ତି, “ମୁଁ ୧୦ ଦିନ ପୂର୍ବରୁ ଶୁଣିଥିଲି ଯେ ଚିଚି (ଗୋବିନ୍ଦା) ମାମା ଆସୁଛନ୍ତି। ମାମାଙ୍କ ସହ ସୁନୀତା ମାମି ନଥିବାରୁ ଦଳ ଅନୁଭବ କରିଥିଲା ଯେ ମତେ ଅଭିନୟ କରିବାରେ କୌଣସି ସମସ୍ୟା ହେବ ନାହିଁ। ତଥାପି ଘଟି ଯାଇଥିବା କିଛି ଘଟଣା ଯୋଗୁ ଆମ ଭିତରେ ତିକ୍ତତା ରହିଛି। ଗତ ବର୍ଷ ସୁନୀତା ଚାହୁଁ ନଥିଲେ ମୁଁ ତାଙ୍କ ସାମ୍ନାରେ କୌଣସି ପ୍ରଦର୍ଶନ କରେ। ଏହି କାରଣରୁ ମୁଁ ନିଜେ ଏଥର ଏପରି କରିବା ପାଇଁ ନିଷ୍ପତ୍ତି ନେଇଥିଲି।

ଆଗକୁ କ୍ରିଷ୍ଣା ଏହାମଧ୍ୟ କହିଛନ୍ତି, ‘ମୋର ମାମୁଁଙ୍କ ସହ ବହୁତ ଭଲ ସମ୍ପର୍କ ଥିଲା। କିନ୍ତୁ ତିକ୍ତ ସମ୍ପର୍କ ମତେ ପ୍ରଭାବିତ କରିଛି। ଯେତେବେଳେ ୨ଜଣ ଲୋକ ସମସ୍ୟାରେ ଥାନ୍ତି ସେତେବେଳେ କମେଡି କରିବା କଷ୍ଟକର ହୋଇଯାଏ। ଏହି ସମୟରେ ମୋର ଥଟ୍ଟା କଥାକୁ ମାମୁଁ ଅପମାନଜନକ ବୋଲି ମଧ୍ୟ ଭାବି ପାରନ୍ତି। ଏକ ଭଲ କମେଡି ପାଇଁ ସେଟ୍‌ ମଧ୍ୟ ଆବଶ୍ୟକ। ମୋର ପ୍ରଦର୍ଶନ ଘରେ ନିଆଁ ଲଗାଇ ପାରିବ ବୋଲି ଏହା ମୁଁ ଦୃଢତାର ସହ ଦାବି କରିପାରିବି।

govinda1ଏଥିସହ ସେ କହିଛନ୍ତି, ‘ମୋ ପିଲାମାନେ ଜୀବନ ମରଣ ସହିତ ଲଢୁଥିବା ବେଳେ ମାମା ମୋ ପିଲାମାନଙ୍କୁ ଦେଖିବା ପାଇଁ ହସ୍ପିଟାଲ ମଧ୍ୟ ଆସି ନଥିଲେ। ଏଥିସହ ସେ ମୋ ଫୋନ କଲର ମଧ୍ୟ ଉତ୍ତର ଦେଇ ନଥିଲେ।’ ଏହା ବ୍ୟତୀତ କ୍ରିଷ୍ଣା ଅନେକ କଥା କହିଥିଲେ, ଯେଉଁଥିରେ ତାଙ୍କର ଏବଂ ଗୋବିନ୍ଦାଙ୍କ ମଧ୍ୟରେ ତିକ୍ତ ସମ୍ପର୍କ ନଜର ଆସିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.