ନିଜ ଘର ବାହାରେ ଫ୍ୟାନମାନଙ୍କୁ ଭେଟିବା ପୂର୍ବରୁ କାହିଁକି ଜୋତା, ଚପଲ ଖୋଲି ଥାଆନ୍ତି ଅମିତାଭ ବଚ୍ଚନ; ଜଣାଇଲେ କାରଣ…

ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ଘର ‘ଜଲ୍‌ସା’ ବାହାରେ ଫ୍ୟାନ୍‌ମାନଙ୍କ ଭିଡ଼ କମିବାରେ ଲାଗିଛି। ଏହି କଥା ନିଜେ ଅମିତାଭ ବଚ୍ଚନ କହିଛନ୍ତି। ବଚ୍ଚନଙ୍କ କହିବା ହେଲା, ଫ୍ୟାନମାନଙ୍କ ସହ ତାଙ୍କ ସାକ୍ଷାତରେ ରୋମାଞ୍ଚ ଏବେ କମ୍‌ ହେବାରେ ଲାଗିଛି। ଏଥି ସହିତ ସେ ଜଣାଇଛନ୍ତି କି, ତାଙ୍କ ଘର ବାହାରେ ଫ୍ୟାନ୍‌ମାନଙ୍କ ଭିଡ଼ ତାଙ୍କ ପାଇଁ କ’ଣ ମହତ୍ତ୍ୱ ରଖିଥାଏ।

ଅମିତାଭ ବଚ୍ଚନ କହିଛନ୍ତି, ସେ ଫ୍ୟାନମାନଙ୍କୁ ଭେଟିବା ପୂର୍ବରୁ ନିଜ ଜୋତା, ଚପଲ ଖୋଲି ଥାଆନ୍ତି। ଏହାକୁ ସେ ନିଜ ଫ୍ୟାନ୍‌ମାନଙ୍କ ପ୍ରତି ତାଙ୍କର ଭକ୍ତି ବୋଲି କହିଛନ୍ତି। ବଚ୍ଚନ କହିଛନ୍ତି, ‘ମୁଁ ଧ୍ୟାନ ଦେଉଛି କି, ଲୋକମାନଙ୍କ ସଂଖ୍ୟା ହ୍ରାସ ପାଇଛି ଏବଂ ଉତ୍ସାହ କମି ଯାଇଛି। ଏବେ ଲୋକମାନଙ୍କ ଖୁସିର ଚିତ୍କାରର ଜାଗା ମୋବାଇଲର କ୍ୟାମେରା ନେଇ ଯାଇଛି। ଏହା ସେହି କଥା ଆଡ଼କୁ ସଙ୍କେତ କରୁଛି ଯେ ସମୟ ବଦଳି ସାରିଛି ଏବଂ କିଛି ବି ସବୁଦିନ ପାଇଁ ରହି ନ ଥାଏ’।

୮୦ ବର୍ଷୀୟ ଅମିତାଭ ବଚ୍ଚନ ବର୍ଷ ବର୍ଷ ଧରି ନିଜ ଘର ‘ଜଲ୍‌ସା’ ବାହାରେ ଫ୍ୟାନ୍‌ମାନଙ୍କୁ ଭେଟି ଆସୁଛନ୍ତି। ସେ ଫ୍ୟାନ୍‌ମାନଙ୍କ ଆଡ଼କୁ ହାତ ହଲାଇ ସେମାନଙ୍କୁ ଅଭିବାଦନ ମଧ୍ୟ ଜଣାନ୍ତି। ଏହି ସାକ୍ଷାତକୁ ବିଗ୍‌ ବିଙ୍କ ଫ୍ୟାନ୍‌ମାନେ ‘ଦର୍ଶନ’ ନାମ ଦେଇଛନ୍ତି। ତେବେ କୋଭିଡ୍‌-୧୯ ପରଠାରୁ ସେ ଫ୍ୟାନ୍‌ମାନଙ୍କୁ ଭେଟିବା ବନ୍ଦ କରି ଦେଇଥିଲେ। କିନ୍ତୁ କିଛି ମାସ ତଳୁ ଏହା ପୁଣିଥରେ ଆରମ୍ଭ ହୋଇଛି। ନିଜ ଫ୍ୟାନମାନଙ୍କ ବିଷୟରେ କହିବା ସହିତ ଅମିତାଭ ‘ଜଲ୍‌ସା’ର ଫଟୋଗୁଡ଼ିକ ମଧ୍ୟ ସେୟାର କରିଛନ୍ତି। ଏହି ସବୁ ଫଟୋରେ ଜଲ୍‌ସାରେ ଦୀପାବଳିର ସାଜସଜ୍ଜା ଦେଖିବାକୁ ମିଳୁଛି।

ପ୍ରୋଜେକ୍ଟ ବିଷୟରେ କଥା ହେବା ତ ଅମିତାଭ ବଚ୍ଚନ ଏବେ ନିଜ ଆଗାମୀ ଫିଲ୍ମ ‘ଉଁଚାଇ’ର ରିଲିଜ୍‌ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ଏହା ବ୍ୟତୀତ ସେ କୌନ ବନେଗା କରୋଡପତି ୧୪କୁ ହୋଷ୍ଟ୍‍ କରିବାରେ ବ୍ୟସ୍ତ ଅଛନ୍ତି। ଏବେ କେବିସିରେ ପିଲାମାନଙ୍କୁ ପ୍ରତିଯୋଗୀ ଭାବରେ ଦେଖାଯାଉଛି। ଏଥି ସହିତ ବିଗ୍‌ ବିଙ୍କର ଭିନ୍ନ ରୂପ ମଧ୍ୟ ଫ୍ୟାନମାନଙ୍କୁ ଦେଖିବାକୁ ମିଳୁଛି। ଫିଲ୍ମ ‘ଉଁଚାଇ’ ୪ ଜଣ ସାଙ୍ଗଙ୍କ କାହାଣୀ। ଏଥିରେ ଅମିତାଭଙ୍କ ସହ ଅନୁପମ୍‌ ଖେର, ବୋମନ ଇରାନୀ ଓ ଡ୍ୟାନି ଡେନ୍‌ଜୋଙ୍ଗପା ନଜର ଆସିବେ। ନିର୍ଦ୍ଦେଶକ ସୂରଜ ବଡ଼ଜାତ୍ୟାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ୧୧ ନଭେମ୍ବରରେ ରିଲିଜ୍‌ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.