କାନ୍ସ ଫିଲ୍ମ ଫେଷ୍ଟିଭାଲରେ କାହିଁକି ଯାଆନ୍ତି ଭାରତୀୟ ଅଭିନେତ୍ରୀ, ଏହା ପଛରେ କାରଣ କଣ ଥାଏ ?

ମନୋରଞ୍ଜନ ଜଗତରୁ ସବୁଠୁ ବଡ ଇଭେଣ୍ଟ ମଧ୍ୟରେ ହେଉଛି କାନ୍ସ ଫିଲ୍ମ ଫେଷ୍ଟିଭାଲ । ଯାହା ୧୭ମେରୁ ଆରମ୍ଭ ହେବାକୁ ଯାଉଛି । ଭାରତ ପକ୍ଷରୁ ବି ଅନେକ ସେଲିବ୍ରେଟି ଭାଗ ନେବେ । ଏଥର କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଦିପିକା ପାଦୁକୋନ ଜୁଲୀ ମେମ୍ବରରେ ସାମିଲ ଅଛନ୍ତି । ଚଳିତଥର ପ୍ରସିଦ୍ଧ ଲୋକ ଗାୟକ ମାମେ ଖାନ, ଅଭିନେତା ନୱାଜ ଉଦ୍ଦ୍‌ିନ ସିଦ୍ଧକି, ନୟନତାରା, ତମନ୍ନା ଭାଟିଆ ଓ ବାଣୀ ତ୍ରିପାଠୀ ଏବଂ ସଂଗୀତକାର ରିକି ଫେଜ ରହିବେ । ଏହାଛଡା ଆହୁରି ମଦ୍ୟ ଅନ୍ୟ ସେଲିବ୍ରେଟି ମାନେ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସାମିଲ ହେବେ ।

ଆପଣ ଦେଖିଥିବେ ଯେବେ ବି କାନ୍ସ ଫେଷ୍ଟିଭାଲ ହୋଇଥାଏ ରେଡ କାର୍ପେଟର ଫଟୋ ସେୟାର କରାଯାଇଥାଏ । ରେଡ କାର୍ପେଟ ଉପରେ ଭାରତୀୟ ସେଲିବ୍ରେଟୀମାନେ ନିଜର ଜଲୱା ଦେଖାଇଥାନ୍ତି । ଯେପର୍ଯ୍ୟନ୍ତ ଏହି ଫଷ୍ଟିଭାଲ ଚାଲିଥାଏ ସେପର୍ଯ୍ୟନ୍ତ ସେଲିବ୍ରେଟୀ ୱାକ କରୁଥିବାର ଫଟୋ ନଜର ଆସିଥାଏ । ରେଡ କାର୍ପେଟ ଉପରେ ଲୁକ୍ସ ଓ ୱକର ଫଟୋ ସେୟାର ହୋଇଥାଏ । କେବେ କେବେ ଏମିତି ବି ହୁଏ ନିଜ ଲୁକ୍ସ ପାଇଁ ଆକ୍ଟ୍ରେସେସ ଟ୍ରୋଲ ହୋଇଥାନ୍ତି ତ କେବେ କେବେ ବହୁତ ଆପ୍ରୋସିଏସନ ମଦ୍ୟ ମିଳିଥାଏ ।

ତେବେ ଆପଣ ଭାବୁଥିବେ ଏମାନେ ସେଠାକୁ କାହିଁକି ଯାଇଥାନ୍ତି । କହୁରଖୁଛୁ କି ଏହି ସେଲିବ୍ରେଟି ମାନେ ବ୍ରାଣ୍ଡ୍‌ ପ୍ରମୋଶନ ପାଇଁ ସେଠାକୁ ଯାଇଥାନ୍ତି । ଇଣ୍ଟରନ୍ୟାସନାଲ କସମେଟିକ ବ୍ରାଣ୍ଡ ଲରିଆଲ ପ୍ୟାରିସ ଗତ କିଛି ବର୍ଷ ମଧ୍ୟରେ କାନ୍ସ ଫେଷ୍ଟିଭାଲର ଡ୍ୟୁଟି ପାର୍ଟନର ଅଟନ୍ତି । ଓ ଇଣ୍ଡିଆରୁ ଐଶର‍୍ୟା ଓ ସୋନମ ଦୁହେଁ ଲରିଆଲର ବ୍ରାଣ୍ଡ୍‌ ଆମ୍ବାସଡର । ତାଛଡା କଙ୍ଗନା ରାଣାୱତ ମଧ୍ୟ ଗ୍ରେ ଗୁସ ଭୋଡକା ତରଫରୁ ସେଠାକୁ ଯାଇଥାନ୍ତି । ଯିଏକି ଫିଲ୍ମ ଫେଷ୍ଟିଭାଲର ସ୍ପନ୍ସର ।

ତେବେ ବ୍ରାଣ୍ଡ୍‌ ତରଫରୁ ଏହି ସେଲିବ୍ରେଟିମାନେ ଫେଷ୍ଟିଭାଲରେ ସାମିଲ ହୋଇଥାନ୍ତି । ପ୍ରତି ବ୍ରାଣ୍ଡ୍‌ ଅଲଗା ଅଲଗା ଆକ୍ଟ୍ରେସଙ୍କ ଆପ୍ରୋଚ କରିଥାଏ । ଯେଉଁମାନଙ୍କର ଫିଲ୍ମ ସହ ଲେନା ଦେନା ନଥାଏ ବି ନଥାଏ ସେମାନେ ବ୍ରାଣ୍ଡ୍‌ ତରଫରୁ ସେଠାକୁ ଯାଇଥାନ୍ତି । ଯଦି କୌଣସି ଆକ୍ଟ୍ରେସଙ୍କ ପିଲ୍ମ ସେଠାରେ ଦେଖାଯାଇଥାଏ ତେବେ ସେକଥା ବିଲକୁଲ ଅଲଗା ଅଟେ । ପୂର୍ବରୁ ବି କଟ୍ରିନା କୈଫ ଓ ଦିପିକା ପାଦୁକୋନ ଆମ୍ବାସଡର ହୋଇଛନ୍ତି । ଲରିଆଲ ହିଁ ଏହି ହିରୋଇନଙ୍କୁ ସ୍ପନ୍ସର କରିଥାଏ । ଏବଂ ଏମାନେ କମ୍ପାନୀର ବ୍ୟୁଟି ପ୍ରଡକ୍ଟକୁ ପ୍ରମୋଟ କରିଥାନ୍ତି ।

ଏହି ସମୟରେ ବିଶ୍ୱର ମିଡିଆ ସେମାନଙ୍କୁ କଭର କରିଥାନ୍ତି । ତା ସହ ଫିଲ୍ମ ନିର୍ମାତାଙ୍କ ସହ ମଧ୍ୟ ସେମାନଙ୍କର ଇଣ୍ଟରଆକ୍ସନ ହୋଇଥାଏ । ଏହା ସହିତ ନୂଆଁ ଫିଲ୍ମ ଓ ପିଲ୍ମ କାରୀଙ୍କୁ ଆଗକୁ ବଡିବାକୁ ସୁଯୋଗ ମିଳିଥାଏ । ଏନେକ ହିରୋଇନ ସେଠାରେ ଫ୍ୟାଶନ ଫର ରିଲିଫ ମାଧ୍ୟମରେ ପର୍ଯ୍ୟାବରଣ ଓ ମାନବୀୟ କାରଣ ପାଇଁ ଫଣ୍ଡ ଜମା କରିବାକୁ ବି ଯାଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.