କାହିଁକି ଗୋମାଂସ ଖାଆନ୍ତି ନାହିଁ ସଲମାନ ଖାନ? କହିଲେ “ଗାଈ ଆମର ମା”….

ସଲମାନ ଖାନ ଏହି ନାଁ ହିଁ କାଫି ତାଙ୍କ ପରିଚୟ ପାଇଁ । ବଲିଉଡର ବଡ ବଡ ଷ୍ଟାର ମାନଙ୍କ ଭିତରୁ ସେ ଅନ୍ୟତମ । ତାଙ୍କର ୩୦ ବର୍ଷର କ୍ୟାରିଅରରେ ଏକ ବିଶାଳ ଫ୍ୟାନ୍ ବେସ୍ ହାସଲ କରିଛନ୍ତି । ବଲିଉଡ୍‌ର ଭାଇଜାନ୍‌ ସଲମାନ ଖାନ୍‌ ପ୍ରାୟତଃ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହିଥାନ୍ତି । ନିଜ ବାଦଶାହ ଭଳି ଲାଇଫ୍‌ଷ୍ଟାଇଲ୍‌ ଯୋଗୁ ମଧ୍ୟ ସେ ସବୁବେଳେ ଲାଇମ୍‌ ଲାଇଟ୍‌ରେ ରହିଥାନ୍ତି ।  ଫ୍ୟାନ୍ସମାନେ ସବୁବେଳେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅଧିକ ଜାଣିବାକୁ ଆଗ୍ରହୀ ଥାନ୍ତି ।

‘ଆପ କି ଅଦାଲତ’ ସାକ୍ଷାତକାରରେ ସଲମାନ ଖାନ ତାଙ୍କ ବିଷୟରେ ପ୍ରାୟତଃ ପଚରାଯାଉଥିବା କିଛି ପ୍ରଶ୍ନର ଉତ୍ତର ସ୍ପଷ୍ଟ ଭାବରେ ଦେଇଥିଲେ । ତେବେ ସବୁଠାରୁ ଅଧିକ ପଚରାଯାଉଥିବା ପ୍ରଶ୍ନଗୁଡ଼ିକ ମଧ୍ୟରୁ ଗୋଟିଏ ଥିଲା ତାଙ୍କର ଖାଦ୍ୟ ପସନ୍ଦ ବିଷୟରେ, ଯାହାର ଉତ୍ତରରେ ସଲମାନ ଆରାମରେ କହିଥିଲେ, “ସବୁକିଛି । ମୁଁ କେବଳ ଗୋମାଂସ ଏବଂ ଘୁଷୁରୀ ମାଂସ ଖାଏ ନାହିଁ ।” ଧର୍ମ ଉପରେ ନିଜର ବିଶ୍ୱାସକୁ ବ୍ୟାଖ୍ୟା କରି ସେ ଜୋର ଦେଇ କହିଲେ, “ଗାଈ ଆମର ମା” ।

ମୁଁ ବିଶ୍ୱାସ କରେ ଗାଈ ଆମ ମା’ କାରଣ ମୋ ନିଜ ମା’ ଜଣେ ହିନ୍ଦୁ । ମୋ ବାପା ଜଣେ ମୁସଲମାନ । ମୋର ଦ୍ୱିତୀୟ ମା ହେଲେନ୍ ଜଣେ ଖ୍ରୀଷ୍ଟିଆନ… ଆମେ ପରିବାରରେ ସବୁ ଧର୍ମର ଲୋକ ଅଛନ୍ତି ।” ତେଣୁ ସଲମାନ ସମସ୍ତ ଧର୍ମ ଏବଂ ସଂସ୍କୃତିକୁ ଗଭୀର ସମ୍ମାନ ଦିଅନ୍ତି । ସଲମାନ ନିଜ ଜୀବନ ଏବଂ ବ୍ୟକ୍ତିତ୍ୱ ବିଷୟରେ ସବୁକିଛି ଏଥିରେ ଖୁବ ସରଳ ଭାବରେ କହିଥିଲେ ଯେଉଁଥିପାଇଁ ଏହି ସାକ୍ଷାତକାର ଖୁବ ଭାଇରାଲ ମଧ୍ୟ ହୋଇଥିଲା ।

ତେବେ ନିକଟରେ ସଲମାନ ରାମ ମନ୍ଦିରର ପ୍ରତୀକ ଥିବା ଏକ ଘଣ୍ଟା ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ଯାହାକୁ ନେଇ ବିବାଦ ମଧ୍ୟ ଦେଖାଦେଇଥିଲା । ଗତକାଲି ରିଲିଜ ହୋଇଛି ସଲମାନ ଖାନଙ୍କ ଆକ୍ସନ ଡ୍ରାମା ଫିଲ୍ମ ସିକନ୍ଦର । ବକ୍ସ ଅଫିସରେ ସିକନ୍ଦର କେତେ ଆୟ କରିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

Also read: ଆଜି ରିଲିଜ୍ ହୋଇଛି ସଲମାନଙ୍କ ସିକନ୍ଦର, ପ୍ରଥମ ଦିନର ରୋଜଗାର ଉପରେ ରହିଛି ସମସ୍ତଙ୍କ ନଜର..