ଏଥିପାଇଁ କାଜଲଙ୍କ ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି ନାହିଁ ଝିଅ !

ମୁମ୍ବାଇ : ବଲିଉଡ଼ର ଚର୍ଚ୍ଚିତ ଅଭିନେତ୍ରୀ କାଜଲ ତାଙ୍କ ଅଭିନୟ ଦ୍ବାରା ପ୍ରଶଂସକଙ୍କ ମନରେ ଘର କରିଥିବା ବେଳେ ନିକଟରେ ଇନକ୍ରେଡ଼ିବଲ୍-୨ ଚଳଚ୍ଚିତ୍ରରେ ଡ଼ବିଂ କରିଥିବାର ଦେଖାଯାଇଥିଲେ । ଏଥିରେ କାଜଲଙ୍କ ସହିତ ଅଭିନେତା ରଣବୀର ସିଂ ମଧ୍ୟ ଚଳଚ୍ଚିତ୍ରର ଗୋଟେ ଚରିତ୍ରର ଡ଼ବିଂ କରିଥିଲେ । ଚଳଚ୍ଚିତ୍ର ବିଷୟରେ ନିକଟରେ ହୋଇଥିବା ଏକ ଇଣ୍ଟାରଭ୍ୟୁ ସମୟରେ କାଜଲ କହିଥିଲେ ,ତାଙ୍କ ଝିଅ ନ୍ୟାସା ତାଙ୍କର କୌଣସି ଚଳଚ୍ଚିତ୍ର ଦେଖିବା ପାଇଁ ପସନ୍ଦ କରନ୍ତି ନାହିଁ । କାରଣ ତାଙ୍କ ଝିଅଙ୍କ ହିସାବରେ କାଜଲଙ୍କ ଚଳଚ୍ଚିତ୍ର ଗୁଡ଼ିକରେ ବହୁତ କାନ୍ଦ ଏବଂ ଦୁଃଖ ସିନ୍ ରହିଥାଏ । ଏଣୁ ନିକଟରେ କାଜଲଙ୍କ ଡ଼ବିଂରେ ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ତାଙ୍କ ପୁଅ ଝିଅଙ୍କ ମଧ୍ୟରେ ବହୁ ମାତ୍ରାର ଉତ୍ସାହ ଭରି ରହିଛି।

IBTimes India

କାଜଲଙ୍କ ଦୁଇ ପୁଅ-ଝିଅ ନ୍ୟାସା ଏବଂ ଯୁଗଙ୍କୁ ସୁପରହିରୋ ଚଳଚ୍ଚିତ୍ର ଦେଖିବା ବହୁତ ପସନ୍ଦ ।ଦୁଇ ଜଣ ଇନକ୍ରେଡ଼୍ରିବଲ-୨ ରେ ମାଙ୍କ କଣ୍ଠ ଶୁଣିବା ପାଇଁ ବହୁତ ଉତ୍ସାହିତ ହୋଇ ରହିଛନ୍ତି । କାଜଲ କହିଛନ୍ତି ସେ ବହୁତ ଶୀଘ୍ର ତାଙ୍କ ପୁଅ-ଝିଅଙ୍କ ସହ ମିଶି ଚଳଚ୍ଚିତ୍ରର ଟ୍ରାଏଲ ମଧ୍ୟ ଦେଖିବେ । ତାଙ୍କୁ ସୁପରହିରୋ ବହୁତ ପସନ୍ଦ ରହିଥିବା ବେଳେ ସୁପରମ୍ୟାନ ବହୁମାତ୍ରାରେ ପସନ୍ଦ ବୋଲି କହିଛନ୍ତି କାଜଲ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.