ଜାଣିଛନ୍ତି କି ଆଡଲ୍ଟ ସିନେମାକୁ କାହିଁକି କୁହାଯାଏ ବ୍ଲୁ ଫିଲ୍ମ ?

ବିଦେଶରୁ ନେଇ ଦେଶ ଯାଏଁ ସବୁଠାରେ ଯେଉଁ ଫିଲ୍ମ ନିଜ ପାଦ ଜମାଇବାରେ ବ୍ୟସ୍ତ ତାହା ହେଉଛି ପର୍ଣ୍ଣ ସିନେମା । ପର୍ଣ୍ଣ ସିନେମା, ଯାହାକୁ ବ୍ଲୁ ଫିଲ୍ମ କୁହାଯାଏ ଆଜି ସବୁ ବର୍ଗରେ ଦେଖୁଥିବା ଲୋକଙ୍କ ସଂଖ୍ୟା ବଢି ଚାଲିଛି । ଆଡଲ୍ଟ କଣ୍ଟେଟ୍ ଉପରେ ଆଧାରିତ ଏହି ସିନେମାକୁ ଖୁଲମ ଖୁଲ୍ଲା ଦେଖିବା ପାଇଁ ଯଦିଓ ମନା ତଥାପି ଲୋକମାନେ ଏହାକୁ ଦେଖିବା ପାଇଁ ପଛ ଘୁଂଚା ଦିଅନ୍ତି ନାହିଁ ।

ପର୍ଣ୍ଣ ସିନେମାର ବ୍ୟବସାୟ ପୁରା ବିଶ୍ବରେ ବହୁତ ବଡ଼ । ଏବଂ ପ୍ରତିବର୍ଷ ଏହି ଫିଲ୍ମରୁ କୋଟି କୋଟି ଟଙ୍କା ଆଦାୟ ହୋଇଥାଏ । କିନ୍ତୁ ପ୍ରଶ୍ନ ଉଠୁଛି ପ୍ରଥମେ କେବେ ଏହିପରି ସିନେମା ତିଆରି ହୋଇଥିଲା । ଆଉ କାହିଁକି ଏହାର ନାମ ବ୍ଲୁ ଫିଲ୍ମ ଦିଆ ଗଲା । ଯଦି ଏସବୁ ପ୍ରଶ୍ନର ଉତ୍ତର ଜାଣି ନାହାଁନ୍ତି ତେବେ ଆଜି ଆମେ ଆପଣଙ୍କୁ ବ୍ଲୁ ଫିଲ୍ମର ଇତିହାସ କହିବୁ ।

କେମିତି ହେଲା ପ୍ରଥମ ସିନେମା :

ପ୍ରଥମ ପର୍ଣ୍ଣ ଷ୍ଟାରଙ୍କ ନାଁ ହେଉଛି ଲିଣ୍ଡା ସୁଜନ ବୋରମେନ୍ ବା ଲିଣ୍ଡା ଲବଲେସ୍ । ଲିଣ୍ଡା ପ୍ରଥମ ଅଭିନେତ୍ରୀ ଯିଏ ଏପରି ସିନେମା କରିବା ପାଇଁ ସାହାସ କରିଥିଲେ । ୧୯୭୨ରେ ପ୍ରଥମ ପର୍ଣ୍ଣ ସିନେମା ଆସିଥିଲା ଯାହାର ନାଁ ଥିଲା ଡିପ୍ ଥ୍ରୋଟ୍ । କୁହାଯାଏ ଏହି ସିନେମା ସୁପର ଡୁପର୍ ହିଟ୍ ହୋଇଥିଲା । ଏହି ଫିଲ୍ମଟି ୟୁଏସରେ ତିଆରି ହୋଇଥିଲା । ଏହି ଫିଲ୍ମଟି ଏତେ ହିଟ୍ ହୋଇଥିଲା ଯେ ସେ ସମୟର “ପୁସି କ୍ୟାଟ୍ ଥିଏଟର’ରେ ଦିନକୁ ୧୦ ଥର ଚଲାଯାଉଥିଲା ।

ଏହା ସହ ପଢନ୍ତୁ : ରହସ୍ୟମୟୀ କୁଅ : ଯାହା ପୃଥିବୀକୁ ନାଗଲୋକ ସହ କରିଛି ସଂଯୋଗ

ପ୍ରଥମ ସିନେମାର ରୋଜଗାର :

ଏହି ଫିଲ୍ମର ରୋଜଗାର ସେ ସମୟରେ ଖୁବ୍ ଆଶ୍ଚର୍ୟ୍ୟ ଜନକ ଥିଲା । କୁହାଯାଏ ଏହି ସିନେମା ୬୦୦ ମିଲିୟନ୍ ଡଲାର୍ ଅର୍ଥାତ୍ ୪ ହଜାର କୋଟି ରୋଜଗାର କରିଥିଲା । ହେଲେ ଏହି ଫିଲ୍ମ ପାଇଁ ଅଭିନେତ୍ରୀ ଲିଣ୍ଡାକୁ କେବଳ ୧୨୫୦ ଡଲାର୍ ଅର୍ଥାତ୍ ୭୦ ହଜାର ଟଙ୍କା ମିଳିଥିଲା ।

କାହିଁକି କୁହାଯାଏ ବ୍ଲୁ ଫିଲ୍ମ :

ଏହି ଆଡଲ୍ଟ ସିନେମାକୁ ବ୍ଲୁ ଫିଲ୍ମ କୁହାଯିବା ପଛର କାରଣ ଖୁବ୍ ରୋଚକ । ପ୍ରଥମ କାରଣ ହେଉଛି ଏହି ସବୁ ସିନେମାର ପୋଷ୍ଟର ବ୍ଲୁ ଥିଲା । ତେବେ ପ୍ରଶ୍ନ ଉଠେ ପୋଷ୍ଟରକୁ କାହିଁକି ନୀଳ ରଙ୍ଗ କରଯାଉଥିଲା । ଏହାର ଉତ୍ତର ହେଉଛି ନୀଳ ରଙ୍ଗ ଅତି ସହଜରେ ନିଜ ଆଡକୁ ଲୋକଙ୍କୁ ଆକର୍ଷିତ କରିଥାଏ ।

ବ୍ଲୁ ଲ ରେ ଏହି ସିନେମାର ନାଁ ଖୁବ୍ ଅଲଗା ଭାବରେ ରଖାଯାଇଛି । ତେବେ ପ୍ରାୟ ଗୋଟିଏ ଦଶନ୍ଧି ପୂର୍ବରୁ ବ୍ଲୁ ଲ ଏକ ଧାର୍ମିକ ନିୟମ ଥିଲା । ଏହାକୁ ଚର୍ଚ୍ଚ ଦ୍ବାରା ଲାଗୁ କରାଯାଇଥିଲା । ଯାହା ମୂତାବକ ରବିବାର ଦିନ ସବୁ ପ୍ରକାର ଗତିବିଧି ଉପରେ ରୋକ୍ ଲଗାଯାଇଥିଲା । କୁହାଯାଏ ଏହା ସେ ସମୟ ଥିଲା ଯେତେବେଳେ ଇଂରେଜ ମାନେ ଭାରତରେ ଶାସନ କରୁଥିଲେ। ତେଣୁ ଏହି ଲ ବିଷୟରେ ଭାରତୀୟ ବେଶ୍ ଅବଗତ ଥିଲେ । ଏମିତିରେ ଏହି ବ୍ଲୁ ଲ ପ୍ରଣୟନ ସମୟରେ ଯିଏ ରବିବାର ଦିନ ଫିଲ୍ମ ଦେଖି ଯାଉଥିଲା ସେମାନଙ୍କୁ ବ୍ଲୁ କୁହାଯାଉଥିଲା । ଆଉ ଏହି ଗତିବଧି ବ୍ଲୁ ଲ ବିରୁଦ୍ଧ ହେଉଥିବାରୁ ଏହାକୁ ଫିଲ୍ମ କହିବାକୁ ଲାଗିଥିଲେ ଲୋକ । ସମୟ ସହ ବ୍ଲୁ ଲ ନିଜ ଅସ୍ତିତ୍ବ ହରାଇଥିଲା କିନ୍ତୁ ପର୍ଣ୍ଣ ଫିଲ୍ମକୁ ମିଳିଥିବା ନୂଆ ନାଁ ଆଜି ଯାଏଁ ଚାଲିଛି ।

KNews Bureau

Recent Posts

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

29 seconds ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

54 seconds ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

8 mins ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

14 mins ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

31 mins ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

40 mins ago