ପୁଣି ପଦାରେ ପଡିଲା ବଡ ବଡିଆଙ୍କ କଳି: ଓଡ଼ିଶାର ନାମୀ ଗାୟକ ହ୍ୟୁମାନ ସାଗରଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଲେ ପତ୍ନୀ

କଟକ (କେନ୍ୟୁଜ): ଓଡ଼ିଶାର ନାମୀ ଗାୟକ ହ୍ୟୁମାନ ସାଗରଙ୍କ ନାଁରେ ଅଭିଯୋଗ । ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ତାଙ୍କରି ପତ୍ନୀ । କଟକରେ ରହୁଥିବା ହ୍ୟୁମାନ ସାଗରଙ୍କ ବିରୋଧରେ ପତ୍ନୀ ନିର୍ଯାତନା ଅଭିଯୋଗ କରି ଗତକାଲି ଡିସିପି ପିନାକ ମିଶ୍ରଙ୍କୁ ଭେଟିଥିବା ସୂଚନା ମିଳିଛି ।

ଘଟଣାର ତଦନ୍ତ କରିବା ପାଇଁ ଡିସିପି ମହିଳା ଥାନାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି । ଯାହା ସୂଚନା ରହିଛି, ପାରିବାରିକ ଗଣ୍ଡଗୋଳ ଯୋଗୁଁ ପତ୍ନୀ ନିଜ ବାଲେଶ୍ୱର ସ୍ଥିତ ବାପଘରକୁ ଚାଲି ଯାଇଥିଲେ । ତେବେ ଅଭିଯୋଗକୁ ନେଇ ଉଭୟ ହ୍ୟୁମାନ ସାଗର ଏବଂ ତାଙ୍କ ପତ୍ନୀଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.