“ସିଙ୍ଘମ-୩”ରେ ନଜର ଆସିବେ କି ସଲମାନ ଖାନ, ଜାଣନ୍ତୁ କଣ କହୁଛନ୍ତି ନିର୍ଦ୍ଦେଶକ ରୋହିତ ସେଟ୍ଟୀ

ବଲିଉଡ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ଫିଲ୍ମ “ସିଙ୍ଘମ” ର ତୃତୀୟ ଭାଗକୁ ନେଇ ପ୍ରାୟ ସମସ୍ତେ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି । “ସିଂଙ୍ଘମ-୩” ରେ ରୋହିତ କଣ ନୂଆ କରିବାକୁ ଯାଉଛନ୍ତି ତାକୁ ହିଁ ନେଇ ଏବେ ସମସ୍ତଙ୍କ ମନରେ ଉତ୍କଣ୍ଠା । ଏବେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ କଣ ଏହି ଫିଲ୍ମରେ କିଛି ଟ୍ଵିଷ୍ଟ ଆସିବାକୁ ଯାଉଛି ? ଫ୍ୟାନ୍ସ ମାନଙ୍କ ଉତ୍ସୁକତାକୁ ଦେଖି ଆଜି “ସିଙ୍ଘମ ୩” ଅପଡ଼େଟ ନେଇ ଆସିଛୁ । ପ୍ରକୃତରେ ନିର୍ଦ୍ଦେଶକ ରୋହିତ ସେଟ୍ଟୀ ମିଡ଼ିଆ ହାଉସକୁ ଦେଇଥିବା ସାକ୍ଷାତ୍କାରରେ କହିଛନ୍ତିକି “ସିଂଙ୍ଘମ-୩”ର ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।

ନିର୍ଦ୍ଦେଶକ କହିଛନ୍ତିକି,” ଆମେ “ସିଙ୍ଘମ-୩”ର କାମ ଆରମ୍ଭ କରି ଦେଇଛୁ । ମୁଁ ସିଙ୍ଘମ ଫ୍ରାଞ୍ଚାଇଜିରେ କାମ କରିବା ଦୀର୍ଘ ସମୟ ହୋଇଗଲାଣି । ଆମେ ଆସନ୍ତା ବର୍ଷ ଏପ୍ରିଲ ମାସରୁ ଫିଲ୍ମର ସୁଟିଙ୍ଗ ଆରମ୍ଭ କରିବାକୁ ଯାଉଛୁ । ଅଜୟ ସାର ନିଜ କାମରେ ବ୍ୟସ୍ତ ଥିବାବେଳେ ମୁଁ ବି ମୋ ଫିଲ୍ମ “ସର୍କସ” କାମରେ ବ୍ୟସ୍ତ ଅଛି । ତେଣୁ ଆସନ୍ତା ଏପ୍ରିଲ ଯାଏଁ ଆମ ପାଖରେ ସମୟ ନାହିଁ । ବିଗ ବସ ୧୫ରେ ଯେବେ ରୋହିତ ସେଟ୍ଟୀ ନିଜ ଫିଲ୍ମର ପ୍ରମୋସନ କରିବାକୁ ଆସିଥିଲେ, ସେହି ସମୟରେ ସେ ସଂକେତ ଦେଇଥିଲେକି ଚୁଲବୁଲ ପାଣ୍ଡେ ତାଙ୍କ ପୋଲିସ ୟୁନିଫର୍ମରେ କେମିଓ କରିପାରିବେ ।

ଏହା ବ୍ୟତୀତ ଯେବେ ବିଗ ବସ- ୧୩ରେ ରୋହିତ କ୍ୟାଟ୍ରିନା କେଫଙ୍କ ସହିତ ଫିଲ୍ମ ସୂର୍ଯ୍ୟବଂଶୀର ପ୍ରଚାର କରିବାକୁ ଆସିଥିଲେ । ସେହି ସମୟରେ ଦବଂଗର ଚୁଲବୁଲ ପାଣ୍ଡେ ଓ ପୋଲିସ ୟୁନିଫର୍ମ ଭିତରେ ଥିବା ସମ୍ଭାବିତ କ୍ରସଓଭର ବିଷୟରେ ସଂକେତ ଦେଇଥିଲେ । ଏହି ସବୁ ଦୃଷ୍ଟିରୁ ଆଶଙ୍କା କରାଯାଉଛି ଯେ ସିଂହମ ୩ରେ ସଲ୍ମାନ କେମିଓ କରିପାରନ୍ତି ।

Leave A Reply

Your email address will not be published.