ରାତାରାତି ନିଜ ଇସାରାରେ ଦିଓ୍ଵାନା କରିଥିଲେ ପ୍ରିୟା ପ୍ରକାଶ, ଏବେ ଏହି ନୂଆ ଭିଡିଓ ଦର୍ଶକଙ୍କୁ କରୁଛି କିମିଆ

ଆକ୍ଟ୍ରେସ୍‌ ପ୍ରିୟା ପ୍ରକାଶ ଭାରିୟର ଫ୍ୟାନ୍ସଙ୍କ ଭିତରେ ବହୁତ ପପୁଲାର। ତାଙ୍କର ଗୋଟିଏ ଆଖି ମରା ସିନ ପାଇଁ ସେ ରାତାରାତି ସମସ୍ତଙ୍କର ପ୍ରିୟ ହୋଇପାରିଥିଲେ। ସବୁବେଳେ ପ୍ରାୟ ଦେଖିବାକୁ ମିଳେ ତାଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ମନକୁ ଛୁଉଁଛି। ଏବେ ପୁଣି ଥରେ ଦର୍ଶକ ପ୍ରିୟାଙ୍କ ନୂଆ ଅନ୍ଦାଜରେ ନିଜର ହୃଦୟ ଦେଇଛନ୍ତି। ପ୍ରିୟାଙ୍କର ଆଖିର ଇସାରା ପୂରା ସୋସିଆଲ ମିଡିଆରେ ହଙ୍ଗାମା କରିଦେଇଥିଲା। ଏବେ ଆଉ ଥରେ ତାଙ୍କର ଶ୍ୱରର ଜାଦୁ ତାଙ୍କ ପ୍ରଶଂସକ ମାନଙ୍କୁ ଦିଓ୍ଵାନା କରୁଛି।

priyaପ୍ରିୟା ପ୍ରକାଶ ସିଂଗିଙ୍ଗ୍‌ ମାଧ୍ୟମରେ ଲୋକଙ୍କର ହୃଦୟ ଜିଣୁଛନ୍ତି। ଆଜ୍ଞା ହଁ ନିକଟରେ ପ୍ରିୟା ନିଜର ୟୁଟ୍ୟୁବ୍‌ ଚ୍ୟାନେଲରେ ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ରରବୀର କପୁର, ଅନୁଷ୍କା ଶର୍ମା ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସୁପରହିଟ୍‌ ଫିଲ୍ମ ‘ୟେ ଦିଲ୍‌ ହେ ମୁସକିଲ’ର ପପୁଲାର ସଙ୍ଗ୍‌ ‘ଚନ୍ନା ମେରେୟା’ ଗୀତ ଗାଉଛନ୍ତି।

ଯେବେ ଠାରୁ ପ୍ରିୟ ପ୍ରକାଶ ଏହି ଭିଡିଓ ନିଜ ୟୁଟ୍ୟୁବ ଚ୍ୟାନେଲରେ ପୋଷ୍ଟ କରିଛନ୍ତି ସେବେଠାରୁ ଏହି ଭିଡିଓ ଖୁବ୍‌ ଧମାଲ ମଚାଉଛି। ଏବେ ପର୍ଯ୍ୟନ୍ତ ଲୋକମାନେ ତାଙ୍କର ଆଦାଓ୍ଵକୁ ନେଇ ଦିଓ୍ଵାନା ଥିଲେ କିନ୍ତୁ ଏବେ ତାଙ୍କର ଏହି ଭିଡିଓ ପରେ ଫ୍ୟାନ୍ସ ତାଙ୍କ ଶ୍ୱରର ମଧ୍ୟ ଦିଓ୍ଵାନା ହୋଇଯାଇଛନ୍ତି।