କଙ୍ଗନାଙ୍କୁ ସପୋର୍ଟ କଲେ ବବିତା ଫୋଗତ, କାହିଁକି ଜାଣନ୍ତୁ

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ବଲିଉଡ଼ ଷ୍ଟାରଙ୍କ ଠାରୁ ଆରମ୍ଭ କରି ଫ୍ୟାନ୍ସ ମାନେ ସମସ୍ତେ ସ୍ତବ୍ଧ । ତାଙ୍କ ଶେଷ କୃତ୍ୟ ମୁମ୍ବାଇ ସ୍ଥିତ “ବିଲେ ପାଲେ ଶ୍ମସାନ”ରେ ଶେଷ ହୋଇ ଯାଇଛି । ସୁଶାନ୍ତଙ୍କ ଅକାଳ ମୃତ୍ୟୁ ପରେ ବଲିଉଡ ଜଗତରେ ନେପୋଟିସମକୁ ନେଇ ଚର୍ଚ୍ଚା ପୁଣି ଥରେ ଜୋର ଧରିଛି । ଏହି ସମୟରେ ଆକ୍ଟ୍ରେସ କଙ୍ଗନା ରାଣବାତ ଫିଲ୍ମ ଇଣ୍ଡଷ୍ଟ୍ରିକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ଅନ୍ୟପକ୍ଷରେ ଏହି ମାମଲାରେ ଦେଶର କୁସ୍ତି ଖେଳାଳି ବବିତା ଫୋଗତ ମଧ୍ୟ କଙ୍ଗନା ରଣାବତଙ୍କୁ ସପୋର୍ଟ କରିଛନ୍ତି । ନିଜ ଟ୍ୱିଟର ହ୍ୟାଣ୍ଡଲରେ ସେ ଲେଖିଛନ୍ତିକି, କଙ୍ଗନା ଦେଇଥିବା ବୟାନ ମୋତେ ଠିକ ଲାଗୁଛି ।

ଯେଉଁ ମାନେ ଛୋଟ ସହରରୁ ଇଣ୍ଡଷ୍ଟ୍ରିକୁ ଆସନ୍ତି, ସେମାନଙ୍କ ସହ ଅଧିକାଂଶ ସମୟରେ ଭେଦଭାବ କରାଯାଇଥାଏ । ଫିଲ୍ମ ଇଣ୍ଡଷ୍ଟ୍ରି କାହାରବି ପୈତୃକ ସମ୍ପତ୍ତି ନୁହେଁ । ପାରିବାରିକ ସମ୍ପର୍କ ହେଉଛି ବଲିଉଡ଼ର ସବୁଠୁ ବଡ଼ ଦୁର୍ବଳତା । ବବିତାଙ୍କ ଅନୁଯାୟୀ ତାଙ୍କ ସହ ବି ଭେଦଭାବ ହୋଇଛି । ନିଜର ଆଉ ଏକ ଟ୍ୱିଟରେ ବବିତା ଲେଖିଛନ୍ତିକି, ଏବେ ସମୟ ଆସି ଯାଇଛିକି ଫିଲ୍ମ ଇଣ୍ଡଷ୍ଟ୍ରିକୁ ମୁଷ୍ଟିମେୟ ପରିବାରଙ୍କ କବଳରୁ ରକ୍ଷା କରିବାକୁ ହେବ । ସମସ୍ତ ଦେଶବାସୀଙ୍କୁ ଏକାଠି ହୋଇ ଏହା ବିରୋଧରେ ସ୍ୱର ଉଠାଇବାକୁ ହେବ । ଏମିତିକି ସେହି ହୃଦୟହୀନ ବ୍ୟକ୍ତି ମାନଙ୍କ ସିନେମା ଦେଖିବା ବି ବନ୍ଦ କରିଦେବା ଉଚିତ । ନଚେତ ଛୋଟ ସହରରୁ ଆସୁଥିବା ବ୍ୟକ୍ତିତ୍ବ ମାନେ ଏମିତି ହିଁ ଅକାଳରେ ଜୀବନ ହାରି ଚାଲିଥିବେ । ଖାଲି ସେତିକି ନୁହେଁ, ବଲିଉଡ ଜଗତର ଅନ୍ୟ ଜଣେ ନାମ କରା ପ୍ରଯୋଜକ କରଣ ଜୋହରଙ୍କୁ ବି ସିଧାସଳଖ ଆକ୍ଷେପ କରିଛନ୍ତି ବବିତା ।

babita

ନିଜର ଆଉ ଏକ ଟ୍ୱିଟରେ ସେ ଲେଖିଛନ୍ତିକି, କରଣ ଜୋହର କିଏ ? ସେ ହିଁ ପ୍ରକୃତରେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଖରାପ କରି ଦେଇଛନ୍ତି । ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ଥିବା ପ୍ରତିଟି ମଣିଷ ଏହା ବିରୋଧରେ ସ୍ୱର ଉଠାଇବା ଦରକାର । ଯାହାକି ବର୍ତମାନ କେବଳ କଙ୍ଗନା ହିଁ କରୁଛନ୍ତି । କହିରଖିବା ଉଚିତ ହେବକି, ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା ଜଣାପଡିବା ପରେ କଙ୍ଗନା ଏକ ଭିଡିଓ ସେୟାର କରିଥିଲେ । ଏହି ଭିଡ଼ିଓ ଟିରେ କଙ୍ଗନା ଫିଲ୍ମ ଇଣ୍ଡଷ୍ଟ୍ରିର ବିଭିନ୍ନ ଲୋକଙ୍କୁ ଆକ୍ଷେପ କରିବା ସହ ଏହା ଆତ୍ମହତ୍ୟା ନୁହେଁ, ଏକ ପୂର୍ବ ପୂର୍ବ ପ୍ରସ୍ତୁତ ହତ୍ୟା ବୋଲି କହିଛନ୍ତି ।

 

Leave A Reply

Your email address will not be published.