ବଲିଉଡ୍‌ ଚିହ୍ନିପାରିଲାନି ମାତ୍ର ହଲିଉଡ୍‌ର ଏହି ଷ୍ଟାର ଚିହ୍ନିଲେ ସୁଶାନ୍ତଙ୍କ ପ୍ରତିଭା, ଫଟୋ ସେୟାର କରି ଜଣାଇଲେ ଶ୍ରଦ୍ଧାଞ୍ଜଳି

ଆତ୍ମହତ୍ୟା କରିବା ପରେ ଏବେ ସବୁଠି ସୁଶାନ୍ତ ସିଂହ ରାଜପୁତକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଜୁନ୍‌ ୧୪ ତାରିଖରେ ନିଜ ବେଡରୁମ୍‌ରୁ ସୁଶାନ୍ତଙ୍କ ଗଳିତ ଶବ ଉଦ୍ଧାର କରାଯାଇଥିଲା। ତେବେ ଡିପ୍ରେସନ୍‌ ଯୋଗୁ ସୁଶାନ୍ତ ଆତ୍ମହତ୍ୟା କରିଥିବା କୁହାଯାଉଥିଲେ ମଧ୍ୟ ଏହାକୁ କିଛି କଳାକାର ବିଧିବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। କିଛି ବଡ଼ ବଡ଼ ବ୍ୟାନର ସୁଶାନ୍ତଙ୍କୁ ବ୍ୟାନ୍‌ କରିଥିବାରୁ ସେ କିଛି ଦିନ ହେବ ଚିନ୍ତାରେ ଥିଲେ। ଏହି କାରଣରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ସୁଶାନ୍ତଙ୍କ ମୃତ୍ୟୁ ପରେ ଉଭୟ ଟିଭି ଓ ବଲିଉଡ୍‌ ଜଗତର ଷ୍ଟାରମାନେ ଶୋକବ୍ୟକ୍ତ କରିଛନ୍ତି। ତାଙ୍କ ନିଧନରେ ସମସ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ଦେଖାଯାଇଛି। ସୁଶାନ୍ତଙ୍କ ମୃତ୍ୟୁ ଖବର କେବଳ ବଲିଉଡ୍‌ରେ ନୁହେଁ ହଲିଉଡ୍‌ ପର୍ଯ୍ୟନ୍ତ ବି ପହଞ୍ଚିଛି। କିଛି ସମୟ ପୂର୍ବରୁ ହଲିଉଡ୍‌ର ସୁପରଷ୍ଟାର ତଥା ଡବ୍ଲ୍ୟୁଡବ୍ଲ୍ୟୁଇର ଷ୍ଟାର ଜନ୍‌ ସିନା ସୁଶାନ୍ତ ସିଂହ ରାଜପୁତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଜନ୍‌ ସିନା ସୁଶାନ୍ତ ସିଂହ ରାଜପୁତଙ୍କ ଏକ ଫଟୋକୁ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। କିନ୍ତୁ ଏହାର କ୍ୟାପସନ୍‌ରେ ସେ କିଛି ବି ଲେଖିନାହାନ୍ତି।

 

View this post on Instagram

 

A post shared by John Cena (@johncena) on

ଜନ୍‌ ସିନାଙ୍କ ଏହି ପୋଷ୍ଟକୁ ଦେଖି ସୁଶାନ୍ତ ସିଂହ ରାଜପୁତଙ୍କ ଫ୍ୟାନ୍‌ ପ୍ରଶଂସା କରୁଥିବା ଦେଖାଯାଇଛି। ଫ୍ୟାନ୍‌ଙ୍କ କହିବାନୁସାରେ ନେପୋଟିଜମ୍‌ ଯୋଗୁ ଯେଉଁ ଟ୍ୟାଲେଣ୍ଟ ବଲିଉଡକୁ ନଜର ଆସିଲା ନାହିଁ ହଲିଉଡ୍‌ର ଏହି ଷ୍ଟାର ତାହାକୁ ଚିହ୍ନିପାରିଲେ। ଏହି ପୋଷ୍ଟକୁ ଯଦି ସୁଶାନ୍ତ ଦେଖିଥାନ୍ତେ ତେବେ ସେ ଖୁସିରେ ଆତ୍ମହରା ହୋଇପଡ଼ିଥାନ୍ତେ ବୋଲି ତାଙ୍କ ଫ୍ୟାନ୍‌ମାନେ କହିଛନ୍ତି। ସୁଶାନ୍ତଙ୍କୁ ପ୍ରଶଂସା କରି ଫ୍ୟାନ୍‌ମାନେ ତାଙ୍କୁ ‘ବଲିଉଡ୍‌ର କିଙ୍ଗ୍‌’ ଭାବେ ସମ୍ବୋଧିତ କରିଥିବା ଦେଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.