ମନୋରଂଜନ

ଆସୁଛି ରକିଂ ଷ୍ଟାର ୟଶଙ୍କ ଫିଲ୍ମ ‘ଟକ୍ସିକ’, ଇନଷ୍ଟାଗ୍ରାମରେ ସେୟାର କଲେ ଫାଷ୍ଟ ଲୁକ୍

‘KGF’ ଜରିଆରେ ଅନେକ ସୁନାମ ଆଣିଥିବା ଅଭିନେତା ୟଶ୍‌ଙ୍କ ଆଗାମୀ ଫିଲ୍ମକୁ ଫ୍ୟାନ୍ସ ଖୁବ ଆଗ୍ରହର ସହ ଅପେକ୍ଷା କରିଛନ୍ତି । ତେବେ ନିକଟରେ ୟଶ୍ ନିଜ ସୋସିଆଲ ମିଡିଆରେ ତାଙ୍କ ଆଗାମୀ ଫିଲ୍ମର ଟାଇଟଲ ବିଷୟରେ ଜଣାଇଛନ୍ତି । ଟିଜର୍‌ରୁ ଏହି ଫିଲ୍ମର ନାମ ‘ଟକ୍ସିକ୍’ ବୋଲି ଜଣା ପଡିଛି । ଏଥିରେ ୟଶ୍ ହାତରେ ଏକ ସିଗାରେଟ୍ ଏବଂ ଟୋପି ପିନ୍ଧିଥିବାର ନଜର ଆସିଛନ୍ତି । ମାଲୟାଲମ୍ ଫିଲ୍ମର ପ୍ରଯୋଜକ ଗୀତୁ ମୋହନଦାସ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି । ୨୦୨୫ ଏପ୍ରିଲ ୧୦ରେ ଏହି ଫିଲ୍ମ ରିଲିଜ ହେବା ବୋଲି ସୂଚନା ମିଳିଛି ।

ୟଶ୍‌ଙ୍କ ବିପକ୍ଷରେ ସାଉଥର ଲୋକପ୍ରିୟ ଅଭିନେତ୍ରୀ ସାଇପଲ୍ଲବୀ ଦେଖାଯାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଫିଲ୍ମର କାହାଣୀ ଡ୍ରଗ୍ଧ ମାଫିଆଙ୍କ ଉପରେ ଆଧାରିତ ହେବ । ଏହା ଏକ ହାଇ ବଜେଟ ଫିଲ୍ମ ହେବ ବୋଲି ଜଣା ପଡ଼ିଛି । ତେବେ ୨୦୦୭ରେ ୟଶ୍ ତାଙ୍କ ଅଭିନୟ ଆରମ୍ଭ କରିଥିଲେ । ଏହାପରେ ସେ ଅନେକ ଫିଲ୍ମ କରିଛନ୍ତି । ତେବେ ଶେଷ ଥର ପାଇଁ ୟଶ୍ ‘କେଜିଏଫ୍ ୨’ରେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲେ । ନିଜ ଅଭିନୟ ଦ୍ୱାରା ଫ୍ୟାନ୍ସଙ୍କ ପ୍ରିୟ ହୋଇ ପାରିଛନ୍ତି ୟଶ । ଏଥିସହ ସେ ଅନେକ ଟେଲିଭିଜନ ଶୋ’ରେ ମଧ୍ୟ ନଜର ଆସିଛନ୍ତି ।

KNews Bureau

Recent Posts

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

8 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

42 mins ago

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

50 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

1 hour ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

1 hour ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

1 hour ago