ଓଟିଟି ପ୍ଲାଟଫର୍ମରେ ଧୁମ୍‌ ମଚାଇବାକୁ ଆସୁଛି ୟଶ୍‌ଙ୍କ ‘କେଜିଏଫ୍‌ ୨’, ଏବେ ମାଗଣାରେ ମଜା ନେଇପାରିବେ ଦର୍ଶକ

ପ୍ରଶାନ୍ତ ନୀଲଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କେଜିଏଫ୍‌ ଚାପ୍ଟର ୨’ ବକ୍ସ ଅଫିସ୍‌ରେ ଧୁମ୍‌ ମଚାଇଛି। ଫିଲ୍ମଟି ହଲ୍‌କୁ ଆସିବାର ଇତି ମଧ୍ୟରେ ମାସେରୁ ଅଧିକ ଦିନ ବିତିସାରିଲାଣି। କାରଣ ଏବେ ବି ଏହି ଫିଲ୍ମର ରୋଜଗାର ଜାରି ରହିଛି। ଫିଲ୍ମଟି ଏବେ ୧୨୩୦ କୋଟିରୁ ଅଧିକ ଟଙ୍କା କଲେକ୍ସନ୍‌ କରିସାରିଲାଣି। ତେବେ କେଜିଏଫ୍‌ ଫ୍ୟାନ୍‌ଙ୍କ ପାଇଁ ଏବେ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ଓଟିଟି ପ୍ଲାଟଫର୍ମରେ ଆସୁଛି ରକିଂ ଷ୍ଟାର ୟଶ୍‌ଙ୍କ ଫିଲ୍ମ କେଜିଏଫ୍‌ ଚାପ୍ଟର ୨।

ଏହି ଫିଲ୍ମକୁ ଓଟିଟିରେ ଦେଖିବା ପାଇଁ ଦର୍ଶକ ଅତିରିକ୍ତ ଟଙ୍କା ଦେଉଥିଲେ। କିନ୍ତୁ ଏବେ ଆମାଜନ୍‌ ପ୍ରାଇମ୍‌ର ସବ୍‌ସ୍କ୍ରାଇବରଙ୍କୁ ଏମିତି କରିବାକୁ ପଡ଼ିବ ନାହିଁ। ଖୁବ୍‌ଶୀଘ୍ର ଆମାଜନ୍‌ରେ ଆସିବାକୁ ଯାଉଛି କେଜିଏଫ୍‌ ୨। ଆମାଜନ୍‌ରେ ଫିଲ୍ମ ଆସିବା ପରେ ଦର୍ଶକେ ବିନା ରେଣ୍ଟରେ ସହଜରେ ଏହାକୁ ଦେଖିପାରିବେ।

ପ୍ରକାଶ ଯେ କେଜିଏଫ୍‌ ଚାପ୍ଟର ୨ ଓଟିଟି ପ୍ଲାଟଫର୍ମ ଆମାଜନ୍‌ ପ୍ରାଇମ୍‌ ଭିଡିଓରେ ଆସିସାରିଛି। ଏବେ ଯାଏଁ ପ୍ରାଇମ୍‌ ଭିଡିଓରେ ୟର୍ଲି ଆକ୍ସେସ୍‌ ରେଣ୍ଟାଲ ମଡେଲରେ ଦର୍ଶକ ଅତିରିକ୍ତ ପଇସା ଦେଇ ଫିଲ୍ମକୁ ଦେଖିପାରୁଥିଲେ। କିନ୍ତୁ ଏବେ ସବ୍‌ସ୍କ୍ରିପସନ୍‌ ନଥିବା ଦର୍ଶକ ବି ଫିଲ୍ମକୁ ଦେଖିପାରିବେ। କିନ୍ତୁ ଏବେ ଦର୍ଶକ ଫିଲ୍ମକୁ ଆମାଜନ୍‌ରେ ଅଧିକ ଟଙ୍କା ନ ଦେଇ ମଧ୍ୟ ଦେଖିପାରିବେ। ଆମାଜନ୍‌ରେ ଏହି ଫିଲ୍ମ ଜୁନ୍‌ ୩ରୁ ଷ୍ଟ୍ରିମ୍‌ ହେଉଛି। ଏ ନେଇ ଆମାଜନ ପକ୍ଷରୁ ସୂଚନା ଦିଆଯାଇଛି।

୨୦୧୮ ମସିହାରେ ରିଲିଜ୍‌ ହୋଇଥିବା କେଜିଏଫ୍‌ ଚାପ୍ଟର ୧ରେ ରକି ଭାଇଙ୍କ ଭୂମିକାରେ ୟଶ୍‌ ଧମାଲ କରିଥିଲେ। ଫିଲ୍ମରେ ୟଶ୍‌ ହିରୋ କିମ୍ବା ଭିଲେନ୍‌ ନୁହେଁ, ବରଂ ମନ୍‌ଷ୍ଟର ଥିଲେ। ସେ ସାରା ଦୁନିଆରେ ରାଜ୍‌ କରିବାକୁ ଚାହୁଁଥିଲେ। ଫିଲ୍ମର ପ୍ରଥମ ଚାପ୍ଟରରେ ରକି ମୁମ୍ବାଇରେ ରାଜ୍‌ କରୁଛନ୍ତି ଓ ଚାପ୍ଟର ୨ରେ ସେ କୋଲାର ଗୋଲ୍ଡ ଫିଲ୍ଡର ବାଦ୍‌ଶାହ ବନି ଯାଉଛନ୍ତି। କେଜିଏଫ୍‌ ଚାପ୍ଟର ୨ରେ ୟଶ୍‌ ଓ ସଞ୍ଜୟ ଦତ୍ତଙ୍କ ମଧ୍ୟରେ ଜବରଦସ୍ତ ଟକ୍କର ଦେଖିବାକୁ ମିଳିଛି। ଫିଲ୍ମରେ ଅନେକ ଇମୋସନାଲ ସିନ୍‌ ବି ରହିଛି, ଯାହା ଦର୍ଶକଙ୍କ ମନକୁ ଛୁଇଁଯାଇଛି।

Also Read: ଆର୍ଥିକ ସଙ୍କଟ ପରେ ବି ଶ୍ରୀଲଙ୍କାରେ ଆୟୋଜିତ ହେବ ଏସିଆ କପ୍‌ ଟୁର୍ଣ୍ଣାମେଣ୍ଟ, ଅଗଷ୍ଟ ୨୪ରେ ପ୍ରଥମ ମ୍ୟାଚ୍‌

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.