ସୁହାନୀ ଚୌଧୁରୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେଲେ ‘ୟେ ହେ ମୋହାବତେଁ’ର ଅଭିନେତା ଅଭିଷେକ ମଲ୍ଲିକ

ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ‘ୟେ ହେ ମୋହାବତେଁ’ର ଅଭିନେତା ଅଭିଷେକ ମଲ୍ଲିକ। ସୋମବାର(ଅକ୍ଟୋବର ୧୮)ରେ ସେ ନିଜ ଦୀର୍ଘ ଦିନର ପ୍ରେମିକା ତଥା ଫ୍ୟାଶନ୍‌ ଷ୍ଟାଇଲିଷ୍ଟ ସୁହାନୀ ଚୌଧୁରୀଙ୍କ ହାତ ଧରିଛନ୍ତି। ଉଭୟଙ୍କ ବିବାହର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ମହାମାରୀ ବେଳେ ଉଭୟଙ୍କ ମଧ୍ୟରେ ନିବିଡ଼ତା ଆସିଥିଲା। ଉଭୟଙ୍କ ପରିବାରର ସହମତିରେ ବନ୍ଧୁ ବାନ୍ଧବଙ୍କ ଉପସ୍ଥିତିରେ ଅଭିଷେକ ସୁହାନୀଙ୍କୁ ବିବାହ କରିଛନ୍ତି।

ଏହି ଯୋଡ଼ି ବିବାହ ଉତ୍ସବରେ ମ୍ୟାଚିଂ ଆଉଟ୍‌ଫିଟ୍‌ ପିନ୍ଧିଛନ୍ତି। ବାହାଘରରେ ଅଭିଷେକ ବେଜ୍‌ ଶେରଓ୍ଵନୀରେ ଖୁବ୍‌ ସୁନ୍ଦର ଲାଗୁଥିବା ବେଳେ ସୁହାନୀ ମଧ୍ୟ ଲେହେଙ୍ଗାରେ ପରୀ ଭଳି ଲାଗୁଛନ୍ତି। ତାଙ୍କ ବ୍ରାଇଡଲ ଗେଟ୍‌ଅପ୍‌ ତାଙ୍କୁ ଖୁବ୍‌ ମାନୁଛି।

ଉଭୟଙ୍କର ଏକ ଫଟୋ ସେୟାର କରି ଅଭିଷେକ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ମିଷ୍ଟର ଆଣ୍ଡ୍‌ ମିସେସ୍‌ ମଲ୍ଲିକ।

 

View this post on Instagram

 

A post shared by Abhishek Malik (@abhishek__malik)

ଏହା ପୂର୍ବରୁ ସେ ନିଜ ନିର୍ବନ୍ଧ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ଫଟୋର କ୍ୟାପସନ୍‌ରେ ଲେଖିଥିଲେ, ସତ ପ୍ରେମ କାହାଣୀ କେବେ ସରେ ନାହିଁ।

 

View this post on Instagram

 

A post shared by Abhishek Malik (@abhishek__malik)


ଏହି ଯୋଡ଼ି ନିଜର ପ୍ରି ୱେଡିଂ ଫଟୋସୁଟ୍‌ ମଧ୍ୟ କରାଇଥିଲେ। ଅଭିଷେକ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ କେତେକ ଫଟୋ ସେୟାର କରିଥିଲେ।

ଅଭିଷେକ ମଲ୍ଲିକ ୨୦୨୧ରେ କଲର୍ସ ଟିଭିର ‘ଛଳ-ଶହ ଔର ମାତ୍‌’ରେ ଋଷି ଶେଖାଓ୍ଵତ୍‌ ଭୂମିକାରେ ଅଭିନୟ କରିଥିଲେ। ୨୦୧୩ରେ ସେ ସୋନି ଟିଭିରେ ପ୍ରସାରିତ ଶୋ’ ‘ଦିଲ କି ନଜର ସେ ଖୁବ୍‌ସୁରତ’ରେ ରାହୁଲ ଓ ଜି-ଟିଭିର ପୁନର୍ବିବାହ-ଏକ ନୟି ଉମିଦରେ ରୋହନ ଦୁବେ ଭୂମିକାରେ ନଜର ଆସିଥିଲେ। ପରେ କେସି ୟେ ୟାରିୟାରେ ହର୍ଷଦ ସକ୍‌ସେନା ଭୂମିକା ତାଙ୍କୁ ଲୋକପ୍ରିୟ କରିଥିଲା। ସେହିପରି ‘ୟେ ହେ ମୋହାବତେଁ’ରେ ସେ ଇସିତା ଭଲ୍ଲାଙ୍କ ଜ୍ୱାଇଁ ରୋଲରେ ନଜର ଆସିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.