‘ୟେ ରିସ୍ତା କ୍ଯା କେହଲାତା ହୈ’ ଫେମ୍ କରନ ମେହେରାଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ, ଘରୋଇ ହିଂସା ନେଇ ପତ୍ନୀ କରିଛନ୍ତି ଅଭିଯୋଗ

ଟିଭି ଇଣ୍ଡଷ୍ଟ୍ରୀର ଜଣାଶୁଣା ଚେହେରା କରନ ମେହେରାଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ପତ୍ନୀ ନିଶା ତାଙ୍କ ଉପରେ ଘରୋଇ ହିଂସା କେସ୍ ଦାଏର କରିଛନ୍ତି। ନିଶା ଅଭିଯୋଗରେ କହିଛନ୍ତି କି, କରନ ମେହେରା ତାଙ୍କ ସହିତ ପ୍ରଥମେ ଝଗଡା ଏବଂ ପରେ ମାରପିଟ୍ କରିଛନ୍ତି। ଏହା ପରେ ସେ ଗୋରେଗାଓ ପୋଲିସ ଷ୍ଟେସନରେ କେସ୍ ଦାଏର କରିଛନ୍ତି।

ପତ୍ନୀଙ୍କ ଅଭିଯୋଗ ପରେ କରନଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ଉପରେ ୩୩୬,୩୩୭, ୩୩୨, ୫୦୪, ୫୦୬ ଅଧିନରେ ମାମଲା ରୁଜୁ କରିଛି। ଆଜି କରନଙ୍କୁ କୋର୍ଟରେ ହାଜର କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.