ଦର୍ଶକଙ୍କ ପାଇଁ ଖୁସି ଖବର! ୧୦୦ ଟଙ୍କାରେ ଦେଖି ପାରିବେ ‘ବ୍ରହ୍ମାସ୍ତ୍ର’; କେବଳ ଏତିକି ଦିନ ପାଇଁ ରହିଛି ଅଫର୍‌…

ରଣବୀର କପୁରଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି। ରିଲିଜ ହେବା ଦିନଠାରୁ ଏହି ଫିଲ୍ମ ଜବରଦସ୍ତ ରୋଜଗାର କରି ଆସୁଛି। ୨୩ ସେପ୍ଟେମ୍ବର ଜାତୀୟ ସିନେମା ଦିବସ ଅବସରରେ ଏହି ଫିଲ୍ମ ରେକର୍ଡ ବ୍ରେକ୍‌ ବିଜନେସ୍‌ କରିଥିଲା। ଏ ପର୍ଯ୍ୟନ୍ତ ଫିଲ୍ମ ଭାରତୀୟ ବକ୍ସ ଅଫିସରେ ମୋଟ ୨୪୬.୬୩ କୋଟି ଟଙ୍କାର ରୋଜଗାର କରି ସାରିଲାଣି। ଏହାରି ଭିତରେ ଫିଲ୍ମକୁ ମିଳିଥିବା ଜବରଦସ୍ତ ରେସ୍‌ପନ୍ସରେ ଉତ୍ସାହିତ ହୋଇ ଫିଲ୍ମର ନିର୍ଦ୍ଦେଶକ ଅୟାନ୍ ମୁଖାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି।

ଗତ ଶୁକ୍ରବାର ବ୍ରହ୍ମାସ୍ତ୍ର ପାଇଁ ଲମ୍ବା ଲାଇନ୍‌ ଦେଖିବା ପରେ ଏବେ ନିର୍ମାତା ଦର୍ଶକଙ୍କୁ ଏକ ବଡ଼ ଉପହାର ଭେଟି ଦେଇଛନ୍ତି। ନବରାତ୍ରିର ଶୁଭ ଅବସରରେ ସୋମବାର ୨୬ ସେପ୍ଟେମ୍ବରରୁ ଗୁରୁବାର ୨୯ ସେପ୍ଟେମ୍ବର ପର୍ଯ୍ୟନ୍ତ ଟିକେଟ୍‌ ମୂଲ୍ୟ ୧୦୦ ଟଙ୍କା କରି ଦିଆଯାଇଛି। ରବିବାର ନିଜ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଅୟାନ୍‌ ଏହି ଘୋଷଣା କରିଛନ୍ତି।

ସେ ଲେଖିଛନ୍ତି, ‘ନବରାତ୍ରି ବ୍ରହ୍ମାସ୍ତ୍ର ବିଶେଷ। ଏହି ଯୋଜନାକୁ ନେଇ ଆମେ ଉତ୍ସାହିତ ଅଛୁ। ଜାତୀୟ ସିନେମା ଦିବସ ଆମକୁ ସଠିକ୍ ଟିକେଟ୍ ମୂଲ୍ୟର ପଏଣ୍ଟ ଖୋଜିବା ବିଷୟରେ ବହୁତ କିଛି ଶିଖାଇଛି। କେମିତି ଅଧିକ ସଂଖ୍ୟାରେ ଦର୍ଶକ ବଡ଼ ପରଦାରେ ଏହି ଫିଲ୍ମର ଆନନ୍ଦ ନେଇ ପାରିବେ, ତାହା ଆମକୁ ଶିକ୍ଷା ଦେଇଛି। ଆମେ ଆଶା କରୁଛୁ କି, ଦର୍ଶକ ଏହି ସପ୍ତାହରେ ବ୍ରହ୍ମାସ୍ତ୍ରର ଆନନ୍ଦ ନେବା ଜାରି ରଖିବେ। କାହିଁକି ନା, କାଲିଠାରୁ ନବରାତ୍ରି ଆରମ୍ଭ ହେଉଛି’।

ସୂଚନାଥାଉ କି, ଜାତୀୟ ସିନେମା ଦିବସ ଅବସରରେ ଫିଲ୍ମର ଟିକେଟ୍ ମୂଲ୍ୟ ୭୫ ଟଙ୍କା ହେବା କାରଣରୁ ‘ବ୍ରହ୍ମାସ୍ତ୍ର’ ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା। ମଲ୍ଟିପ୍ଲେକ୍ସ ବାହାରେ ଲୋକଙ୍କର ଲମ୍ବା ଲାଇନ୍‌ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଏହାସହ ଜଡ଼ିତ ଅନେକ ଫଟୋ ମଧ୍ୟ ଭାଇରାଲ ହୋଇଥିଲା। ଏହି ଫିଲ୍ମ ଗତ ଶୁକ୍ରବାର ମୋଟ ୧୦.୭୯ କୋଟି ଟଙ୍କାର ଆୟ କରିଛି। ଏହା ପୂର୍ବରୁ ବର୍ଷ ୨୦୧୭ରେ ‘ବାହୁବଲୀ ୨’ ଏପରି କମାଲ ଦେଖାଇ ପାରିଥିଲା। ଏସ୍‌ଏସ୍‌ ରାଜାମୌଳୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ସେତେବେଳେ ୧୦.୦୫ କୋଟି ଟଙ୍କାର କଲେକ୍ସନ କରିଥିଲା।

 

View this post on Instagram

 

A post shared by Ayan Mukerji (@ayan_mukerji)

କହି ରଖୁଛୁ ଯେ ରିଲିଜ୍‌ର କିଛି ଦିନ ପୂର୍ବରୁ ଖବର ଆସିଥିଲା କି, ବ୍ରହ୍ମାସ୍ତ୍ର ଫିଲ୍ମକୁ ତିଆରି କରିବାରେ ୪୧୦ କୋଟିରୁ ଅଧିକ ଟଙ୍କାର ବଜେଟ୍‌ ଖର୍ଚ୍ଚ ହୋଇଛି, ଯାହାକି କୌଣସି ବି ବଲିଉଡ୍‌ ଫିଲ୍ମ ତୁଳନାରେ ସବୁଠୁ ଅଧିକ। ଆର୍‌ଆର୍‌ଆର୍‌, ସାହୋ, ବାହୁବଲୀକୁ ଛାଡ଼ି ଏ ପର୍ଯ୍ୟନ୍ତର ସବୁଠାରୁ ବିଗ୍‌ ବଜେଟ୍‌ ଫିଲ୍ମ ଥିଲା ୨୦୧୮ ମସିହାରେ ଆସିଥିବା ‘ଠଗ୍ସ ଅଫ୍‌ ହିନ୍ଦୁସ୍ତାନ’। ବ୍ରହ୍ମାସ୍ତ୍ରର VFX ଫିଲ୍ମର ସବୁଠାରୁ ବଡ଼ ପ୍ଲସ୍‌ ପଏଣ୍ଟ। ନିର୍ମାତା ମଧ୍ୟ ବଜେଟ୍‌ର ସବୁଠାରୁ ଅଧିକ ପଇସା VFX ଇଫେକ୍ଟସ୍‌କୁ ଜବରଦସ୍ତ କରିବା ପାଇଁ ଖର୍ଚ୍ଚ କରିଛନ୍ତି। ଏହା ବ୍ୟତୀତ ଲୋକେସନ ଏବଂ ଷ୍ଟାର୍‌ମାନଙ୍କ ଫିସ୍‌ ସମେତ କେତେକ ଜିନିଷରେ ଢେର୍‌ ପଇସା ଖର୍ଚ୍ଚ କରାଯାଇଛି। ବ୍ରହ୍ମାସ୍ତ୍ର ଏ ପର୍ଯ୍ୟନ୍ତର ସବୁଠାରୁ ମହଙ୍ଗା ଫିଲ୍ମ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.