ମନୋରଂଜନ

କରୋନା ଜନିତ ମୃତ୍ୟୁ ପୂର୍ବରୁ ସୋସିଆଲ ମିଡିଆରେ କରିଥିଲେ କିଛି ଏଭଳି ପୋଷ୍ଟ, ଦେଖନ୍ତୁ

କରୋନର ୨ୟ ଲହର ସତେ ଯେପରି ସମସ୍ତଙ୍କ ଜୀବନ ନେବାକୁ ପ୍ରଣ କରିଛି । ଗତ ବର୍ଷରୁ ଏବର୍ଷ ପର୍ଯ୍ୟନ୍ତ କାହିଁ କେତେ ଲୋକ ମୃତ୍ୟୁ ବରଣ କଲାଣି । କେବଳ ସ୍ୱାସ୍ଥ୍ୟ ବ୍ୟବସ୍ଥା ଏଥିରେ ଟଳମଳ ହୋଇନାହିଁ ବରଂ ଆର୍ଥିକ, ବୃତ୍ତିଗତ ସମସ୍ୟା ମଧ୍ୟ ମୁଣ୍ଡ ଟେକିଛି । ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସାରା ଦୁନିଆ ଏବେ କରୋନା କବଳରେ ।

ଅନେକ ପ୍ରସିଦ୍ଧ କଳାକାର ମଧ୍ୟ ଏହି କରୋନାରେ ନିଜ ଜୀବନ ହରାଇଛନ୍ତି । ଏବେ ଆଉ ଜଣେ କଳାକାରଙ୍କ ଜୀବନ ମଧ୍ୟ ଏହି କରୋନାରେ ହାରିଛି । ଅଭିନେତା ରାହୁଲ ବୋହରା । ଅଭିନେତା ସହ ରାହୁଲ ବୋହରା ଜଣେ ଫେମସ ୟୁଟୁବ ଇନଫ୍ଲୁଏନସର ମଧ୍ୟ ଥିଲେ । କରୋନା ସହ ଲଢ଼ୁଥିବା ବେଳେ ସେ ଜାଣି ସାରିଥିଲେ ଯେ ତାଙ୍କର ମୃତ୍ୟୁ ସୁନିଶ୍ଚିତ । ଏହି ସମୟରେ ହତାଶ ହୋଇ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ କରିଥିଲେ । ଏଥିରେ ସେ କରୋନାରେ ହାରିଯିବା କଥାକୁ ବୟାନ କରିଥିଲେ । ଦେଖନ୍ତୁ ଏହି ପୋଷ୍ଟ..

Mujhe bhi treatment acha mil jata,
To main bhi bach jata tumhaara Irahul Vohra

Name-Rahul Vohra
Age -35
Hospital name…

Posted by Irahul Vohra on Saturday, 8 May 2021

ରାହୁଲଙ୍କ ନିଧନ ପରେ ତାଙ୍କ ଫ୍ୟାନ ଫଲୋର୍ସ ଏବେ ଖୁବ ଦୁୁଃଖିତ । ରାହୁଲଙ୍କ ଏହି ଶେଷ ପୋଷ୍ଟ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ସମସ୍ତେ ଏହାକୁ ସେୟାର କରୁଛନ୍ତି । ଏହାକୁ ଅନେକ ନାମିଦାମୀ ଫିଲ୍ମ ନିମାର୍ତ୍ତା ମଧ୍ୟ ସେୟାର କରୁଛନ୍ତି । ଏହି ପୋଷ୍ଟକୁ ଥିଏଟର- ପ୍ଲୋରାଇଟର ଅରବିନ୍ଦ ଗୌର ରବିବାର ନିଜ ଫେସବୁକ ଆକାଉଣ୍ଟରେ ଏହି ସଂପର୍କରେ ପୋଷ୍ଟକ କରିଥିଲେ । ଦେଖନ୍ତୁ ଏହି ପୋଷ୍ଟ…

Irahul Vohra चला गया। मेरा होनहार एक्टर अब नहीं रहा। कल ही राहुल ने कहा था कि “मुझे अच्छा ईलाज मिल जाता तो मैं भी बच…

Posted by Arvind Gaur on Saturday, 8 May 2021

ସୂଚନା ଅନୁଯାୟୀ, ରାହୁଲ ବୋହରା ଉତ୍ତରାଖଣ୍ଟର ମୂଳ ବାସିନ୍ଦା । ସୋସିଆଲ ମିଡିଆରେ ମୋଟିଭେସନ ଭିଡିଓ ପାଇଁ ବେଶ ଚର୍ଚ୍ଚିତ ଥିଲେ । ଏହା ବ୍ୟତିତ ସେ ନେଟଫ୍ଲିକ୍ସରେ ଅରିଜିନାଲ ଫିଲ୍ମ ଅନଫ୍ରିଡମ ରେ ନଜର ଆସିଥିଲେ । କିଛି ଦିନ ପୂର୍ବରୁ ସେ କରୋନା ସଂକ୍ରମିତ ହୋଇଥିବା ବେଳେ ଏବେ ତାଙ୍କ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି । ଏହା ଆଗରୁ ସେ ସୋସିଆଲ ମିଡିଆରେ ବାରମ୍ବାର ନିଜ ସ୍ୱାସ୍ଥ୍ୟଗତ ତଥ୍ୟକୁ ଫଲୋର୍ସଙ୍କ ଆଗରେ ଅପଡେଟ କରୁଥିଲେ । ଭଗବାନ ତାଙ୍କ ଅମର ଆତ୍ମାକୁ ଏବେ ଶାନ୍ତି ପ୍ରଦାନ କରନ୍ତୁ, ଏହା ହିଁ ଆମ କାମନା ।

KNews Bureau

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

8 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

9 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

13 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

15 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

20 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

28 mins ago