ଖୁବ୍‌ ଶୀଘ୍ର ସନ୍ତାନ ଜନ୍ମ ଦେବେ ୟୁବିକା ଚୌଧୁରୀ, ବେବି ସାଓ୍ଵାର ପାର୍ଟିରୁ ଫଟୋ ସେୟାର କଲେ ପ୍ରିନ୍ସ

ପ୍ରିନ୍ସ ନରୁଲା ଏବଂ ୟୁବିକା ଚୌଧୁରୀ ଖୁବ୍‌ ଶୀଘ୍ର ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ୱାଗତ କରିବାକୁ ଯାଉଛନ୍ତି । ଏହି ଦମ୍ପତି ସୋସିଆଲ ମିଡିଆରେ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଏପରି ଭାବେ ପ୍ରଶଂସକମାନଙ୍କୁ ଏକ ଖୁସି ଖବର ଦେଇଛନ୍ତି ଯେ ଖୁବ୍ ଶୀଘ୍ର ଦୁହେଁ ଦୁଇରୁ ତିନି ହେବାକୁ ଯାଉଛନ୍ତି ଏବଂ ୟୁବିକା ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି । ଦୁହେଁ ଆଜିକାଲି ଏକତ୍ର ଖୁସିର ସମୟ ବିତାଉଛନ୍ତି ଏବଂ ଏହି ଖୁସିର ସମୟକୁ ଉପଭୋଗ କରୁଛନ୍ତି । ନିକଟରେ ‘ମାମା-ଟୁ-ବି ୟୁବିକା ଚୌଧୁରୀଙ୍କ ଗ୍ରାଣ୍ଡ ବେବି ସାୱାର ସମାରୋହ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ କିଛି ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ୟୁବିକା ଚୌଧରୀ ଏବଂ ପ୍ରିନ୍ସ ନରୁଲାଙ୍କ ମୁହଁରେ ମା’ ଏବଂ ବାପା ହେବାର ସୁଖ ସ୍ପଷ୍ଟ ଦେଖାଯାଉଛି । ଏପରି ଭାବେ ଏହି ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଯାହାକୁ ଲୋକମାନେ ମଧ୍ୟ ବହୁତ ପସନ୍ଦ କରୁଛନ୍ତି ।

ୟୁବିକା ଚୌଧୁରୀ ବେବି ସାୱାରରେ ଧଳା ରଙ୍ଗର ଡ୍ରେସ୍‌ରେ ଡଲ୍ ପରି ଦେଖାଯାଉଛନ୍ତି । ମା ହେବାକୁ ଥିବା ଅଭିନେତ୍ରୀ ଏହି ଡ୍ରେସ୍‌କୁ ଲାଇଟ୍‌ ମେକଅପ୍ ଏବଂ କେଶରେ ଲାଗାଇଥିବା ଧନୁ କ୍ଲିପ୍ ସହିତ ବହୁତ ସନ୍ଦର ଲାଗୁଛନ୍ତି । ଏହି ବିଶେଷ ଉତ୍ସବରେ ଯୁବିକାଙ୍କ ସ୍ୱାମୀ ପ୍ରିନ୍ସ ନରୁଲା ଧଳା ପ୍ୟାଣ୍ଟ ସହିତ ନୀଳ ରଙ୍ଗର ସାର୍ଟ ପିନ୍ଧିଥିଲେ । ପରିବାର ସଦସ୍ୟଙ୍କ ବ୍ୟତୀତ ଅନେକ ସେଲିବ୍ରିଟି ୟୁବିକା ଚୌଧୁରୀଙ୍କ ବେବି ସାୱାରରେ ମଧ୍ୟ ଯୋଗ ଦେଇଥିଲେ । ଏଥିରେ ନିଶା ରାୱଲ, ମାହି ବିଜୟ, ସମ୍ୱବନା ସେଠଙ୍କ ଭଳି ସେଲିବ୍ରେଟଙ୍କ ନାମ ଅନ୍ତର୍ଭୁକ୍ତ ରହିଛି । ନିଶା ରାୱଲ ତାଙ୍କ ଇନଷ୍ଟାରେ ୟୁବିକାଙ୍କ ବେବି ସାୱାରର କିଛି ଝଲକ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସେ ୟୁବିକା ଚୌଧୁରୀ ଏବଂ ପ୍ରିନ୍ସ ନରୁଲାଙ୍କ ସହ ପୋଜ୍ ଏବଂ ମଜା ଦେଉଥିବାର ନଜର ଆସିଛନ୍ତି । ଏହା ସହିତ, ବେବି ସାୱାରର ନିଶାଙ୍କ ଦ୍ୱାରା ସେୟାର ହୋଇଥିବା ଫଟୋଗୁଡ଼ିକରେ, ଆପଣ ଏହି ପାର୍ଟିର ସାଜସଜ୍ଜାର ଝଲକ ମଧ୍ୟ ଦେଖିପାରିବେ । ୟୁବିକା ଚୌଧୁରୀଙ୍କ ବେବି ସାୱାର ନୀଳ ଏବଂ ଗୋଲାପୀ ରଙ୍ଗର ବେଲୁନରେ ସଜାଯାଇଥିଲା । ଯାହା ଦେଖିବାକୁ ବହୁତ ସନ୍ଦର ହୋଇଛି ।

ବେବି ସାୱାର ଅବସରରେ ପ୍ରିନ୍ସ ଏବଂ ୟୁବିକା ମଧ୍ୟ ଏକ ରୋମାଣ୍ଟିକ୍ ଡ୍ୟାନ୍ସ କରିଥିଲେ । ଏହି ସମୟ ମଧ୍ୟରେ ପ୍ରିନ୍ସ ୟୁବିକାଙ୍କ ବେବି ବମ୍ପକୁ କିସ୍‌ କରିବା ସହି ଭଲ ପାଇବା ଦେଉଥିବାର ନଜର ଆସିଛନ୍ତି । ତେବେ ପ୍ରିନ୍ସ ନରୁଲା ଏବଂ ୟୁବିକା ଚୌଧୁରୀଙ୍କ ଲଭ୍‌ ଷ୍ଟୋରି ବିଗ୍ ବସ୍ ଘରୁ ଆରମ୍ଭ ହୋଇଥିଲା । ସୋ ରୁ ବାହାରିବା ପରେ ଦୁହେଁ ୨୦୧୮ ରେ ବିବାହ କରିଥିଲେ । ତେବେ ୬ ବର୍ଷ ପରେ ସେ ଦୁହେଁ ମା ଏବଂ ବାପା ହେବାକୁ ଯାଉଛନ୍ତି । ଯାହା ସେମାନଙ୍କ ପାଇଁ ବହୁତ ଖୁସିର ବିଷୟ ପାଲଟିଛି । ଏହା ସହ ସେମାନଙ୍କ ଫ୍ୟାନ୍ସ ମଧ୍ୟ ଅପେକ୍ଷା କରିଛନ୍ତି, ଯେ କେବେ ସେମାନଙ୍କ ଘରକୁ ନୂଆ ଅତିଥି ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.