ଯୁବରାଜଙ୍କ ଘରକୁ ଆସିଲେ କୁନି ଅତିଥି, ଶିଶୁପୁତ୍ରକୁ ଜନ୍ମ ଦେଲେ ପତ୍ନୀ ହେଜେଲ

ଭାରତୀୟ କ୍ରିକେଟର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂହ ବାପା ହୋଇଛନ୍ତି । ଯୁବରାଜଙ୍କ ପତ୍ନୀ ହେଜେଲ କିଚ୍‌ ଗୋଟିଏ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଗତକାଲି ଯୁବିଙ୍କ ଘରକୁ ଆସିଛନ୍ତି ନୂଆ ଅତିଥି ଆସିଛନ୍ତି। ଟ୍ୱିଟ କରି ଏନେଇ ନିଜେ ସ୍ପଷ୍ଟ କରିଛନ୍ତି ଯୁବରାଜ ।

ଯୁବରାଜ ଲେଖିଛନ୍ତି, ମୋର ସମସ୍ତ ପ୍ରଶଂସକଙ୍କୁ ସଂପର୍କୀୟ ତଥା ସାଙ୍ଗସାଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ କଥା ସେୟାର କରୁଛି । ଭଗବାନଙ୍କ ଆଶୀର୍ବାଦରୁ ଆମକୁ ପିଲାର ଶୁଖ ପ୍ରାପ୍ତି ହୋଇଛି । ଏଥିପାଇଁ ଇଶ୍ୱରଙ୍କୁ କୋଟି କୋଟି ଧନ୍ୟବାଦ । ଆହୁରି ସେ ଲେଖିଛନ୍ତି ଆମେ ଚାହୁଁଛୁ ଆପଣମାନେ ଆମ ଜୁନିୟରଙ୍କୁ ଏମିତି ଆଶୀର୍ବାଦ କରନ୍ତୁ ।

ସୂଚନା ଥାଉକି, ୧୨ ନଭେମ୍ୱର ୨୦୧୫ରେ ଯୁବରାଜ ହେଜେଲଙ୍କ ନିର୍ବନ୍ଧ ହୋଇଥିଲା । ପରେ ୩୦ ନଭେମ୍ୱର ୨୦୧୬ରେ ଚଣ୍ଡୀଗଡରେ ସେ ବିବାହ ବନ୍ଧନରେ ବାନ୍ଧିହୋଇଥିଲେ । ହେଜେଲ ବଲିଉଡର ଜଣେ ଜଣାଶୁଣା ଅଭିନେତ୍ରୀ। ତାଙ୍କୁ ସଲମାନଙ୍କ ଫିଲ୍ମ ‘ବଡିଗାର୍ଡ’ରେ ଦେଖିବାକୁ ମିଳିଥିଲା। ଏହାଛଡା ଅନେକ ଗୁଡିଏ ବିଜ୍ଞାପନ ରେ ନଜର ଆସିଛନ୍ତି ହେଜେଲ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.