ଅଣନିଃଶ୍ୱାସୀ ହୋଇଗଲେ ଜିନତ ଅମାନ …ତଣ୍ଟିରେ ଅଟକି ଗଲା ବଟିକା

ବଲିଉଡରେ ବହୁ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଜୀନତ ଅମାନ । ତାଙ୍କ ଅଭିନୟର ଯାଦୁ ଆଜି ବି ଲୋକଙ୍କୁ ବାନ୍ଧି ରଖିଛି । ସବୁବେଳେ ସେ ବେଶ ଚର୍ଚ୍ଚାରେ ରହିଆସିଛନ୍ତି । ଏହି ଅଭିନେତ୍ରୀ ଇନଷ୍ଟାଗ୍ରାମରେ କିଛି ଲେଖା ସେୟାର କରିଛନ୍ତି । ଯେଉଁଥିରେ ଲେଖା ହୋଇଛି କି ସେ ମୃତ୍ୟୁମୂଖରୁ ବଞ୍ଚିଛନ୍ତି । ଆସନ୍ତୁ ଜାଣିବା ଅଭିନେତ୍ରୀ କାହିକିଁ ଏମିତି କହିଛନ୍ତି ଓ ତାଙ୍କ ସହ କଣ ଘଟିଛି ।
ଜୀନତଙ୍କ ପୋଷ୍ଟ ଭାଇରାଲ
ଜୀନତ ଲେଖା ମାଧ୍ୟମରେ କହିଛନ୍ତି କି ବଟିକା ଖାଇବା ଯୋଗୁଁ ତାହା ତଣ୍ଟିରେ ଅଟକି ଯାଇଥିଲା । ଯାହା ଫଳରେ ତାଙ୍କୁ ପ୍ରଶ୍ବାସ ନେବାରେ ବହୁତ କଷ୍ଟ ହୋଇଥିଲା । ଯାହା ସେ ଆପଣମାନଙ୍କୁ ଜଣାଇବାକୁ ଚାହୁଁଛନ୍ତି ତାଙ୍କ ସହ ଗତକାଲି ରାତିରେ କଣ ହୋଇଥିଲା ।
ଜୀନତଙ୍କ ତଣ୍ଟିରେ ଅଟକି ଯାଇଥିଲା ବଟିକା
ଜୀନତ କହିଛନ୍ତି ମୁମ୍ବାଇରେ ଥିବା ଅନ୍ଧେରୀ ନିକଟରେ ଥିବା ଏକ ଷ୍ଟୁଡିଓରେ ସୁଟିଙ୍ଗ ଶେଷ ହୋଇଥିଲା । ଏହା ଏକ ଲମ୍ବା ସମୟ ଥିଲା । ମୁଁ ଯେତେବେଳେ ଘରକୁ ଗଲି ଏହାପରେ ମୋ କାମ କରିବାକୁ ଲାଗିଲି । ଶୋଇବା ପୂର୍ବରୁ ମତେ ବ୍ଲଡ ପ୍ରେସରର ବଟିକା ଖାଇବାର ଥିଲା ।
ମୁଁ ବଟିକା କୁ ପାଟି ଭିତରେ ରଖି ପାଣି ପିଇଲି । କିନ୍ତୁ ମୁଁ ଅନୁଭବ କଲି ମୋର ଶ୍ବାସ ଅଟକି ଯାଉଛି । ଏକ ଛୋଟିଆ ବଟିକା ଥିଲା ଯାହାକି ମୋ ତଣ୍ଟିରେ ଅଟକି ଯାଇଥିଲା । ଏହି ବଟିକା ଏତେ ଭିତରକୁ ଯାଇ ଅଟକି ଥିଲା ଯାହା ମୁଁ ବାହାର କରିପାରୁଥିଲି ନା ଆଉ କେହି ଏହାକୁ ବାହାର କରିପାରିଥାନ୍ତ। ମୁଁ ସେହି ସମୟରେ ପ୍ରଶ୍ବାସ ନେଇ ପାରୁଥିଲି କିନ୍ତୁ ମତେ ବହୁତ କଷ୍ଟ ହେଉଥିଲା ।
ତାପରେ ମୁଁ ପାଣି ପିଇବାକୁ ଲାଗିଲି ଯେଉଁ ପର୍ଯନ୍ତ ମୋ ଗ୍ଲାସର ପାଣି ଶେଷ ନ ହୋଇଛି । କିନ୍ତୁ ବଟିକା ସେମିତି ଅଟକି ରହିଥିଲା । ମୋ ପାଖରେ ଗୋଟିଏ କୁକୁର ଓ ୫ଟି ବିଲେଇ ଛଡା ଆଉ କେହି ନଥିଲେ । ସେହି ସମୟରେ ମୁଁ ବ୍ୟସ୍ତ ହୋଇ ପଡୁଥିଲି । ଡାକ୍ତରଙ୍କ ଫୋନ ଲାଗି ନଥିଲା ଏହାପରେ ମୁଁ ମୋ ପୁଅ ଜହାନ ଖାନଙ୍କୁ ଫୋନ କରିଥିଲି । ସେ ତୁରନ୍ତ ମୋ ପାଖକୁ ଆସିଥିଲା ।
ଯେତେବେଳେ ମୁଁ ପୁଅର ଆସିବା ବାଟକୁ ଚାହିଁ ରହିଥିଲି ସେହି ସମୟରେ ମୋତେ ଅଧିକ କଷ୍ଟ ହେଉଥିଲା । ଏହାପରେ ପୁଅ ସହ ମୁଁ ଡାକ୍ତରଙ୍କ ପାଖକୁ ଯାଇଥିଲୁ । ଡାକ୍ତର କହିଥିଲେ ଏହା କିଛି ସମୟ ପରେ ଠିକ୍ ହୋଇଯିବ ଅର୍ଥାତ ବଟିକା ତରଳି ଯିବ । ଏହାପରେ ମୁଁ ଗରମ ପାଣି ପିଇ କିଛି ସମୟ ଅପେକ୍ଷା କରିଲି । ସକାଳୁ ଉଠି ନିଜକୁ ସୁସ୍ଥ ଅନୁଭବ କଲି ।