ଦୀର୍ଘ ୧୫ ବର୍ଷ ପରେ ଥିଏଟରକୁ କମ୍‌ବ୍ୟାକ୍‌ କରୁଛନ୍ତି ଜୀନତ ଅମାନ୍‌, କସ୍ତୁରବାଙ୍କ ଚରିତ୍ରରେ ଆସିବେ ନଜର

ଅଭିନେତ୍ରୀ ଜୀନତ ଅମାନ ଦୀର୍ଘ ୧୫ ବର୍ଷ ପରେ ଥିଏଟର ଜଗତକୁ କମ୍‌ବ୍ୟାକ କରୁଛନ୍ତି। ଜୀନତ ନାଟକ ‘ଡିୟରେଷ୍ଟ ବାପୁ, ଲଭ କସ୍ତୁରବା’ରେ ନଜର ଆସିବେ। ଏହି ନାଟକରେ ଜୀନତ ମହାତ୍ମା ଗାନ୍ଧିଙ୍କ ପତ୍ନୀ କସ୍ତୁରବା ଗାନ୍ଧିଙ୍କ ଭୂମିକାରେ ନଜର ଆସିବେ। ଫେବୃଆରୀ ୨୧ରେ ‘ ଦ ଗ୍ରେଟ ଇଣ୍ଡିଆନ ଥିଏଟର ଫେଷ୍ଟିଭାଲ’ରେ ଏହି ନାକଟର ପ୍ରିମିୟର ହେବ। ଏହି ଅଫର ପାଇ ଜୀନତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କସ୍ତୁରବାଙ୍କ ବିଷୟରେ ଆମେ ବହୁତ କମ୍‌ ଜାଣିଛେ, କିନ୍ତୁ ଏହି ନାଟକ ଜରିଆରେ ଆମେ ବହୁତ କିଛି କସ୍ତୁରବାଙ୍କ ବିଷୟରେ ଜାଣିପାରିବା।zeenat

ଏହାର ଲେଖକ ତଥା ନିର୍ଦ୍ଦେଶକ ସୈଫ ହେଦର ହସନ କରୁଥିବା ବେଳେ ଜୀନତଙ୍କ ଅଭିନୟକୁ ନେଇ ବେଶ ଆଶବାଦୀ ଅଛନ୍ତି।
ଅନେକ ଦିନ ହେଲାଣି ସିନେମାରୁ ଦୂରେଇ ରହିଥିବା ଜୀନତ କହିଛନ୍ତି, ‘ମୋ ଜୀବନରେ ବହୁତ କିଛି ଚାଲିଥିଲା, ଏଥିପାଇଁ ମୁଁ ଫିଲ୍ମ ଦୁନିଆରୁ ଦୂରେଇ ରହିଥିଲି। ହିନ୍ଦୀ ସିନେମାରେ ଜଗତରେ ବୟସ ଅନୁସାରେ ଭୂମିକା କମ୍‌ ରହିଥାଏ। ଏହା ସିନେମା ଠାରୁ ଦୂରେଇ ରହିବାର ପ୍ରମୁଖ କାରଣ। ଏବେ ଜୀନତ ସଂପୂର୍ଣ୍ଣ ନାଟକ ଉପରେ ଧ୍ୟାନ ଦେବେ। ମୁଁ ଭବିଷ୍ୟ ଯୋଜନାକୁ ନେଇ ଚିନ୍ତା କରେ ନାହିଁ। ମୁଁ ବର୍ତ୍ତମାନ ସମୟରେ ବିଶ୍ୱାସ କରେ ବୋଲି କହିଛନ୍ତି।

You might also like