ଗିରଫଦାବି ଭିତରେ ବୟାନ ରଖିଲେ ଜୁବିନ, ଟ୍ୱିଟ୍‌ କରି କହିଲେ- ‘ଦେଶ ପ୍ରତି ମୋର ଖୁବ୍‌ ଭଲ ପାଇବା ଅଛି’

ନିକଟରେ ପ୍ରସିଦ୍ଧ ଗାୟକ ଜୁବିନ ନୌଟିୟାଲ ବିବାଦ ଭିତରରେ ରହିଛନ୍ତି। ବର୍ତମାନ ତାଙ୍କୁ ସୋସିଆଲ ମିଡିଆରେ ଗିରଫ କରିବାକୁ ଦାବି କରାଯାଇଥିଲା। ସେଥିପାଇଁ ଟ୍ବିଟରରେ #ArrestJubinNautiyal ଟ୍ରେଣ୍ଡ କରୁଛି। ଅନେକ ଉପଭୋକ୍ତା ତାଙ୍କର ଆଗାମୀ କନସର୍ଟର ଏକ ପୋଷ୍ଟର ସେୟାର କରିଥିଲେ,ଯାହାକୁ ନେଇ ବାତାବରଣ ପୂରା ସରଗରମ୍‌ ହୋଇ ଉଠିଛି । ଉପଭୋକ୍ତାମାନେ ଜୁବିନଙ୍କୁ ଟ୍ୟାଗ୍ କରି ବହୁତ କଥା କହିଥିଲେ । ୟୁଜର ଜୁବନିଙ୍କୁ ଟ୍ୟାଗ୍‌ କରି ତାଙ୍କୁ ଅନେକ କଥା କହିଛନ୍ତି । ଏହାପରେ ଏହି ଗୁଜବ ବ୍ୟାପିଛି କି ତାଙ୍କର ୟୁଏସ ଟୁର୍‌ କ୍ୟାନସେଲ କରି ଦିଆ ଯାଇଛି । ଏବେ ଏହି ମାମଲାରେ ଜୁବିନ ନୌଟିୟାଲଙ୍କ ପକ୍ଷରୁ ରିଆକ୍ସନ ଆସିଛି । ସେ କହିଛନ୍ତି କି ଗୁଜବ ଉପରେ ଧ୍ୟାନ ନ ଦିଅନ୍ତୁ । ସେ ନିଜ ଦେଶକୁ ବହୁତ ଭଲ ପାଇବା ପାଆନ୍ତି।

ବାସ୍ତବରେ ସୋସିଆଲ ମିଡିଆରେ ଏକ ପୋଷ୍ଟର ସେୟାର କରାଯାଇଥିଲା ଯେ ଖୁବ୍ ଶୀଘ୍ର ଆମେରିକାରେ ଜୁବିନଙ୍କର ଏକ ଲାଇଭ୍‌ କନସର୍ଟ ଅନୁଷ୍ଠିତ ହେବ। ଯାହାର ସଂଗଠକ ହେଉଛି ଜୟ ସିଂ । ଯିଏ କି ଭାରତର ଜଣେ ୱାଣ୍ଟେଡ୍‌ କ୍ରିମିନାଲ। ୟୁଜର ଜୟ ସିଂହଙ୍କ ଉପରେ ଖଲିସ୍ତାନକୁ ସମର୍ଥନ କରିବା ଅଭିଯୋଗ କରିଛନ୍ତି। ଏହି ଗୁଜବ ପରେ ଜୁବିନ୍ ତାଙ୍କ ଟ୍ୱିଟରେ ଲେଖିଛନ୍ତି, “ହେଲୋ ବନ୍ଧୁ ଓ ଟ୍ୱିଟର ପରିବାର , ଆଗାମୀ ମାସରେ ଟ୍ରାଭେଲିଂ ଓ ଶୁଟିଂରେ ବ୍ୟସ୍ତ ରହିବି । କୌଣସି ପ୍ରକାରର ଗୁଜବରେ ନିରାଶ ହୁଅନାହିଁ । ମୋତେ ନିଜ ଦେଶ ପ୍ରତି ବହୁତ ଭଲ ପାଇବା ଅଛି । ଆପଣ ସମସ୍ତଙ୍କୁ ଭଲ ପାଏ” ।

jubin 2

ଏହି ବିବାଦ ପରେ ଜୁବିନ୍ ନୌଟିୟାଲଙ୍କ ଆମେରିକା-କାନାଡା ଯାତ୍ରା ବାତିଲ କରାଯାଇଛି ବୋଲି କୁହାଯାଇଥିଲା। ଏଏହା ଉପରେ ଜୁବିନଙ୍କର ମ୍ୟାନେଜର ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରି କହିଛନ୍ତି କି ତାଙ୍କର ୟୁଏସ୍‌ ଟୁର ବହୁତ ପୂର୍ବରୁ ହିଁ କ୍ୟାନସେଲ କରିଦିଆ ଯାଇଥିଲା । ସିଙ୍ଗରଙ୍କ ମ୍ୟାନେଜର ଇନଷ୍ଟାଗ୍ରାମରେ ଲେଖିଛନ୍ତି, ‘ସ୍ପଷ୍ଟ କରିବାକୁ ଚାହୁଁଛନ୍ତି ଯେ ଜୁବିନ୍ ନୌଟିୟାଲଙ୍କ ଲାଇଭ୍ ଆମେରିକୀୟ ଯାତ୍ରା ବହୁ ପୂର୍ବରୁ ବାତିଲ ହୋଇଯାଇଥିଲା। ଜୟ ହିନ୍ଦ, ଗୁଜବ ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ ।

କୁହାଯାଉଛି ଯେ ଜୟ ସିଂ ନାମକ ଏହି ବ୍ୟକ୍ତି ଡ୍ରଗ୍ସ ଚୋରାଚାଲାଣ ସହିତ ଆତଙ୍କବାଦୀ ସଂଗଠନ ଆଇଏସଆଇ ସହିତ ଜଡିତ ରହିଛି । ଅନେକ ୟୁଜର୍ସ ଜୟ ସିଂଙ୍କ ବିରୋଧରେ ଏଭଳି ଅଭିଯୋଗ କରିଛନ୍ତି । ଗୋଟିଏପଟେ ପୁଲିସ ଏହି ଅପରାଧୀକୁ ୩୦ ବର୍ଷ ଧରି ଖୋଜୁଥିବାବେଳେ । ଏଭଳି ପରିସ୍ଥିତିରେ ଜୁବିଙ୍କ ସହ ତାଙ୍କର କିପରି ସମ୍ପର୍କ ରହିଛି ବୋଲି ପ୍ରଶ୍ନ ଉଠାଇଛନ୍ତି ୟୁଜର୍ସ। ତେଣୁ ଯଥାଶୀଘ୍ର ଜୁବିନଙ୍କୁ ଗିରଫ କରାଯାଇ ଘଟଣାର ତଦନ୍ତ କରିବାକୁ ଦାବି ହୋଇଛି ।

Leave A Reply

Your email address will not be published.