ଲିଙ୍ଗରାଜ ମନ୍ଦିର ଉତ୍ତର ପାଖରୁ ବଡ ଉଚ୍ଛେଦ ଆରମ୍ଭ, ଜବରଦଖଲରେ ଥିବା ୨୨୫ ଟି ଦୋକାନ ଭଙ୍ଗା ଚାଲିଛି

ଭୁବନେଶ୍ବର : ଲିଙ୍ଗରାଜ ମନ୍ଦିର ଉତ୍ତର ପାଖରୁ ବଡ ଉଚ୍ଛେଦ ଆରମ୍ଭ । ଜବରଦଖଲରେ ଥିବା ୨୨୫ ଟି ଦୋକାନ ଭଙ୍ଗା ଯାଉଛି । ମନ୍ଦିର ନିକଟରୁ ସବୁ ଜବରଦଖଲ ହଟିବ । ପୂର୍ବରୁ ଏଥିପାଇଁ ପ୍ରଶାସନ ନୋଟିସ ଜାରି କରିଥିଲା । ଶନିବାର ଓ ରବିବାର ଉଚ୍ଛେଦ କାର୍ଯ୍ୟ ହେବାକୁ ସ୍ଥିର ହୋଇଥିଲା ।

ଶୁକ୍ରବାର ଅନନ୍ତ ବାସୁଦେବ ମନ୍ଦିରର ଅର୍ଦ୍ଧନିର୍ମିତ ରୋଷଘର ଭଙ୍ଗାଯାଇଛି। ହେଲେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୋମବାରକୁ ଘୁଞ୍ଚାଇ ଦିଆଯାଇଥିଲା । ଏକାମ୍ର କ୍ଷେତ୍ରକୁ ଐତିହ୍ୟ ସହର ଗଢ଼ି ତୋଳିବାକୁ ରାଜ୍ୟ ସକରାର ଘୋଷଣା କରିବା ପରେ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ ପୋଲିସ ପକ୍ଷରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ଅନ୍ୟପଟେ ବ୍ୟବସାୟୀ ଓ ସ୍ଥାନୀୟ ଲୋକ ଏହାକୁ ବିରୋଧ କରୁଛନ୍ତି । ପ୍ରଥମେ ଥଇଥାନ ପରେ ଉଚ୍ଛେଦ ପାଇଁ ସେମାନେ ଦାବି କରିଛନ୍ତି ।

Leave A Reply

Your email address will not be published.