ଇମ୍ୟୁନିଟି ବଢାଇବାରେ ସାହାଯ୍ୟ କରିବ ଫେସ ମାସ୍କ ! ଏକ୍ସପର୍ଟମାନେ ପ୍ରଥମ ଥର କହିଲେ ଏହାର ବଡ଼ ଫାଇଦା

କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ପ୍ରଥମରୁ ହିଁ ଫେସ ମାସ୍କ ବ୍ୟବହାର କରିବାକୁ କୁହାଯାଇଛି। କିନ୍ତୁ ବର୍ତ୍ତମାନ ହେଲଥ୍ ଏକ୍ସପର୍ଟମାନେ ଫେସ ମାସ୍କର ଏକ ନୂଆ ତଥା ବଡ଼ ଫାଇଦା ବାହାର କରିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ମାସ୍କ କେବଳ କରୋନା ଭାଇରସ ରୋକିବାରେ ସାହାଯ୍ୟ କରେ ନାହିଁ, ବରଂ ତା’ସହିତ ଆମ ଶରୀରରେ ଇମ୍ୟୁନିଟି ଶକ୍ତିକୁ ମଧ୍ୟ ବଢ଼ାଇବାରେ ସାହାଯ୍ୟ କରିଥାଏ। ଏହି ରିପୋର୍ଟ ‘ନିୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ୍ ମେଡିକାଲ’ରେ ପ୍ରକାଶ ପାଇଛି।

fx

‘ୟୁନିଭରସିଟି ଅଫ୍ କାର୍ଲିଫର୍ନିଆ’ର ଜର୍ଜ ଡବ୍ଲୁ ରଦରଫୋର୍ଡ ଓ ମୋନିକା ଗାନ୍ଧୀ କହିଛନ୍ତି, ଶରୀରରେ ଇମ୍ୟୁନିଟି ଶକ୍ତିକୁ ବୃଦ୍ଧି କରିବାରେ ଫେସ ମାସ୍କ ଏକ ‘variolation’ ରୂପେ କାର୍ଯ୍ୟ କରିଥାଏ। ଏହାସହିତ ଏହା ସଂକ୍ରମଣର ଗତିକୁ ମଧ୍ୟ ଧିମା କରିପାରିଥାଏ।

m

କେମିତି ଷ୍ଟ୍ରଙ୍ଗ ହେବ ଇମ୍ୟୁନିଟି

ବିଶେଷଜ୍ଞମାନଙ୍କ କହିବା ହେଲା, ଫେସ ମାସ୍କ ଡ୍ରପଲେଟସ ସହିତ ବାହାରୁ ଆସୁଥିବା ସଂକ୍ରମଣକାରୀ ତତ୍ତ୍ୱକୁ ଫିଲଟର କରିପାରେ। ଛିଙ୍କିବା ଏବଂ କାଶିବା ଦ୍ୱାରା ବହୁତ କମ ପରିମାଣରେ ଭାଇରସ ବାହାରକୁ ଯାଇପାରିଥାଏ। ବିଶେଷଜ୍ଞ କହିଛନ୍ତି, ବସନ୍ତ ରୋଗର ଭ୍ୟାକସିନ ତିଆରି ହେବା ପର୍ଯ୍ୟନ୍ତ ଲୋକେ ଭାରିଓଲେଶନର ସହାରା ନେଉଥିଲେ। ଏଥିରେ ଯେଉଁ ଲୋକ ରୋଗାଗ୍ରସ୍ଥ ହେଉ ନ ଥିଲେ, ସେମାନଙ୍କୁ ବସନ୍ତ ରୋଗୀଙ୍କ ମ୍ୟାଟେରିଆଲ ସମ୍ପର୍କରେ ନିଆଯାଉଥିଲା। ଏଥିରେ ଇନଫେକ୍ସନ ସମ୍ପର୍କରେ ଆସିବା ପରେ ବି ଲୋକେ ଗମ୍ଭୀର ରୂପେ ରୋଗରେ ପଡୁ ନ ଥିଲେ।

mk

ବୈଜ୍ଞାନିକମାନେ କୋଭିଡ-୧୯ରେ ବି ଏମିତି ହିଁ ସମ୍ଭାବନା ବାହାର କରିଛନ୍ତି, ଯାହାକି viral pathogenesisର ପୁରୁଣା ଥିଓରୀ ଉପରେ ଆଧାରିତ। ଏହି ଥିଓରୀ ଅନୁସାରେ, ରୋଗର ଗମ୍ଭୀରତା virus inoculum ଅର୍ଥାତ ଶରୀରକୁ ଯାଉଥିବା ଭାଇରସର ସଂକ୍ରମଣକାରୀ ଅଂଶ ଉପରେ ନିର୍ଭର କରିଥାଏ।

Anabel Garcia Alexa Casanova

ବିଶେଷଜ୍ଞମାନେ ଆହୁରି କହିଥିଲେ ଯେ ଏ ପର୍ଯ୍ୟନ୍ତ ଏହି ଷ୍ଟାଡିର କେବଳ ସକାରାତ୍ମକ ଫଳ ସାମ୍ନାକୁ ଆସିଛି। ବୈଜ୍ଞାନିକମାନେ ଆର୍ଜେଣ୍ଟିନାର ଏକ କ୍ରୁଜ ଶିପର ଉଦାହରଣ ମଧ୍ୟ ଦେଇଥିଲେ। ସେ କହିଥିଲେ, କ୍ରୁଜ ପାସେଞ୍ଜରଙ୍କୁ ସର୍ଜିକାଲ ଏବଂ N95 ମାସ୍କ ଦେବା ପରେ ୨୦ ପ୍ରତିଶତ ରୋଗୀ asymptomatic ମିଳିଥିଲେ। ଯେତେବେଳେ କି ସାଧାରଣ ମାସ୍କ ଦିଆଯିବାରେ ୮୧ ପ୍ରତିଶତ ଲୋକ asymptomatic ମିଳିଥିଲେ। ଏଥିରୁ ଜଣାପଡିଥିଲା କି, ଗୋଟେ ଭଲ ମାସ୍କ ସଂକ୍ରମଣର ଗତିକୁ ରୋକି ପାରିଥାଏ।

Leave A Reply

Your email address will not be published.