ରିଲାଏନ୍ସ ଜିଓର ୯.୯୯ ପ୍ରତିଶତ ଅଂଶ ୪୩,୫୭୩ କୋଟି ଟଙ୍କାରେ କିଣିଲା ଫେସବୁକ କମ୍ପାନୀ

ଆମେରିକୀୟ ସୋସିଆଲ ମିଡ଼ିଆ କମ୍ପାନୀ ଫେସବୁକ ଭାରତରେ ନିଜ ଡ଼ିଜିଟାଲ ମାର୍କେଟ ସ୍ଥାପନ କରିବା ପାଇଁ ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ସହିତ ଏକ ବଡ ଡ଼ିଲ କରିଛି । ଫେସବୁକ ଭାରତର ବିଶିଷ୍ଟ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ଼ର ଡ଼ିଜିଟାଲ ଅପରେସନ ରିଲାଏନ୍ସ ଜିଓରେ୫.୭ ବିଲିୟନ ବା ୪୩,୫୭୩ କୋଟି ତାଙ୍କର ନିବେଶ କରିଥିବା ନେଇ ଏକ ଖବର ସାମ୍ନାକୁ ଆସିଛି । ଫେସବୁକ ୱେବସାଇଟରେ ଜାରି ହୋଇଥିବା ସୂଚନା ଅନୁଯାୟୀ, ଏହି ସୋସିଆଲ ମିଡ଼ିଆ କମ୍ପାନୀ ଭାରତର ସବୁଠୁ ବଡ ଟେଲିକମ କମ୍ପାନୀ ରିଲାଏନ୍ସ ଜିଓରେ ୯.୯୯ ପ୍ରତିଶତ ଭାଗ ୪୩,୫୭୩ ଟଙ୍କାରେ କିଣି ନେଇଛି ।

face jio

ଏହି ଡ଼ିଲ ସହିତ ଫେସବୁକ ରିଲାଏନ୍ସ ଜିଓର ସବୁଠୁ ବଡ଼ ସେୟାର ହୋଲଡ଼ର ପାଲଟି ଯାଇଛି । ସିଇଓ ମାର୍କ ଜୁକରବର୍ଗଙ୍କ ପରିଚାଳିତ ଫେସବୁକ ତରଫରୁ କୁହାଯାଇଛିକି, ଏହି ନିବେଶ ଭାରତ ପ୍ରତି ଥିବା ଆମ ପ୍ରତିବଦ୍ଧତାକୁ ଦର୍ଶାଉଛି । ସମଗ୍ର ଭାରତରେ ଜିଓ ଆଣିଥିବା ଏକ ବିରାଟ ପରିବର୍ତ୍ତନ ନେଇ ଆମେ ଖୁବ ଉତ୍ସାହିତ ଅଛୁ । ଚାରି ବର୍ଷରୁ ବି କମ ସମୟ ଭିତରେ ଜିଓ ୩୮୮ ମିଲିୟନରୁ ବି ଅଧିକ ଲୋକଙ୍କୁ ଅନଲାଇନ ପ୍ଲାଟ୍ଫର୍ମକୁ ନେଇ ଆସିଛି ।

ଏହି ଇନୋଭେସନ ନୂଆ ନୂଆ ଏଣ୍ଟରପ୍ରାଇଜେସକୁ ବି ପ୍ରୋତ୍ସାହନ ଯୋଗାଉଛି । ପ୍ରକୃତରେ ୨୦୧୬ ମସିହାରେ ଜିଓ ଲଂଚ ହେବା ପରେ ରିଲାଏନ୍ସ ଦେଶରେ ଏକମାତ୍ର କମ୍ପାନୀ ଭାବେ ଭାରତୀୟ ବଜାରରେ ଆମେରିକୀୟ ଟେକନିକ ସମୂହ ସହ ହାତ ମିଳେଇବାକୁ ସକ୍ଷମ । ରିଲାଏନ୍ସ ମୋବାଇଲ ଟେଲିକମ ଠାରୁ ଆରମ୍ଭ କରି ବ୍ରଡ଼ବ୍ୟାଣ୍ଡ ପର୍ଯ୍ୟନ୍ତ ପ୍ରତିଟି କେଶରେ ଇ-କମର୍ସର ବିସ୍ତାର କରିଛି ।

 

Leave A Reply

Your email address will not be published.