ଖେତରେ କାମ କରିବାବେଳେ ନାଚିଲେ ଚାଷୀ !  ଭିଡିଓ ଦେଖି ଲୋକେ କହିଲେ, ଏଇଟା ହିଁ ରିୟଲ ଖୁସି

ଖୁସି ତ ମନରୁ ଆସିଥାଏ। ବ୍ୟକ୍ତି ନିଜେ ଖୁସ ତ ଦୁନିଆ ଖୁସ। ଏକ ଚାଷୀଙ୍କର ଖୁସି ଭରା ଭିଡିଓ ଏବେ ସାମ୍ନାକୁ ଆସିଛି। ଏଥିରେ ଚାଷୀ ଜଣଙ୍କ କାମ କରୁ କରୁ ଝୁମି ଯାଉଛନ୍ତି। କୁହାଯାଏ ଯେ କର୍ମ ହିଁ ଭଗବାନ। କାମକୁ ସବୁବେଳେ ଏଞ୍ଜୟ କରିବା ଉଚିତ। ପିଲାବେଳେ ଆମେ ବହିରେ କୃଷକ ଖୁସିରେ କାମ କରୁଥିବାର ଆମେ ଦେଖିଛନ୍ତି। କିନ୍ତୁ ଅସଲ ଜୀବନରେ ଏମିତି ହିଁ ଦୃଶ୍ୟ ଦେଖିବାକୁ ମିଳିଛି।

ଏହି ଭିଡିଓରେ ଜଣେ ଚାଷୀ ବହୁତ ଖୁସିରେ ନିଜ ଫସଲ ଚାଷ କରୁଥିବାବେଳେ ଖୁସିରେ ନାଚୁଛନ୍ତି। ତେବେ ଏହି ଭିଡିଓ ଲୋକଙ୍କୁ ଶିକ୍ଷା ଦେଇଛି ଯେ ଜୀବନରେ ଖୁସିରେ ରହିବା ବହୁତ ଜରୁରୀ।

କ୍ରିକେଟର ବିରେନ୍ଦ୍ର ସେହଓ୍ଵାଗ ଏହି ଭିଡିଓକୁ ସେୟାର କରିଛନ୍ତି। ସେ ଏହାକୁ ସେୟାର କରି  ବହୁତ ସୁନ୍ଦର କ୍ୟାପସନ୍‌ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି ତୁମେ କିଛି ବି କାମ କର ଘରେ କିମ୍ବା ଅଫିସରେ ବାସ୍‌ ଖୁସିରେ ରହିବା ଜରୁରୀ। ଯେମିତି ଏହି ଚାଷୀ ଜଣଙ୍କ ଖୁସି ହୋଇ ଝୁମୁଛନ୍ତି।

 

Leave A Reply

Your email address will not be published.