ନୂଆଦିଲ୍ଲୀ : ଆଜି ଅପରାହ୍ନରେ ସଫଦରଗଞ୍ଜ ହସ୍ପିଟାଲରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି। ସର୍ଟ ସର୍କିଟ୍ ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ଜଣା ପଡିଛି। ତେବେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି। ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ସୂଚନା ରହିଛି।
Delhi: Fire broke out in the nursing room of Safdarjung Hospital due to a short-circuit earlier this afternoon. It was doused shortly. pic.twitter.com/K6AW59pfGW
— ANI (@ANI) January 14, 2021
ଖବର ଅନୁଯାୟୀ ହସ୍ପିଟାଲର ଚତୁର୍ଥ ମହଲାରେ ନର୍ସିଂ ରୁମରେ ନିଆଁ ଲାଗିଛି। ଅଗ୍ନିକାଣ୍ଡ ପରେ ହସ୍ପିଟାଲରେ ଚାଞ୍ଚଲ୍ୟ ଖେଳି ଯାଇଛି। ନିଆଁ ଲାଗିଥିବା ମହଲା ଆଖପାଖରୁ ରୋଗୀଙ୍କୁ ସୁରକ୍ଷିତ ଭାବେ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।