Odisha News
.

ଆକାଶରେ ଦୁର୍ଘଟଣା, ନିଶ୍ଚିତ ମୃତ୍ୟୁରୁ ବର୍ତ୍ତିଗଲେ ଏୟାର ଇଣ୍ଡିଆ ଯାତ୍ରୀ

ଭୁବନେଶ୍ବର(କେନ୍ୟୁଜ୍): ମଝି ଆକାଶରେ ଭିଷଣ  ନିଆଁ ଲାଗିଲା ଏୟାର ଇଣ୍ଡିଆ  ବିମାନରେ। ଅଳ୍ପକେ ବର୍ତ୍ତିଲେ ବିମାନ ଯାତ୍ରୀ । ବିମାନ ଉଡାଣର ୩୦ ମିନିଟ ପରେ ମଝି ଆକାଶରେ ଲାଗିଲା ନିଆଁ। ନିଆଁର ଦୃଶ୍ୟ ଦେଖିବାପରେ ଭୟର ବାତାବରଣ ଖେଳିଗଲା ବିମାନ ଯାତ୍ରୀଙ୍କ ମଧ୍ୟରେ। ବିମାନ ମଧ୍ୟରେ ଏକ ସୁନିଶ୍ଚିତ ଦୁର୍ଘଟଣାକୁ ଅନୁଭବ କରପାରୁଥିଲେ ବିମାନରେ ଥିବା କ୍ରୁ ମେମ୍ବରଙ୍କ ସହିତ ୮୯ ଜଣ ଯାତ୍ରୀ କିନ୍ତୁ କିଛି ବି କରିବା ପାଇଁ କାହା ପାଖରେ କିଛି ଚାରା ନଥିଲା।  କିଛି ସମୟ ପରେ ବିମାନର ପାଇଲଟ ଯାତ୍ରୀଙ୍କୁ ଜରୁରୀ ଅବତରଣର ସୂଚନା ଦେବା ପରେ ଯାତ୍ରୀମାନଙ୍କର ଡର ଟିକେ କମିଥିଲା  କିନ୍ତୁ ନିଶ୍ଚିତ ହୋଇ ପାରୁନଥିଲେ ଦୁର୍ଘଟଣାରୁ କେମିତି ବର୍ତ୍ତିବେ। ଅନେକ ସମୟ ଧରି ଲୋକ ମାନଙ୍କ ମଧ୍ୟରେ ଛନକା ଭରି  ରହିଥିଲା। କେତେବେଳେ ବିମାନ ଏୟାରପୋର୍ଟରେ  ଲ୍ୟାଣ୍ଡ କରିବ ଆଉ ଯାତ୍ରୀମାନେ ସୁରକ୍ଷିତ ଭାବରେ ଓହ୍ଲାଇବେ ସେ ଚିନ୍ତା  ଘାରିଥିଲା  ପାଇଲଟଙ୍କୁ। କିଛି  ସମୟର  ଅନ୍ତରେ ବିମାନକୁ ରାୟପୁରର ବିମାନ ବନ୍ଦରରେ ଜରୁରୀ  ଅବତରଣ କରିବାରେ  ସଫଳ ହେଲେ ପାଇଲଟ। ପୂର୍ବରୁ ବିମାନବନ୍ଦରରେ ଥବା କର୍ମଚାରୀମାନେ ଏହାର  ସୂଚନା ପାଇଥିବାରୁ ସେଠାର ଯାତ୍ରୀମାନଙ୍କୁ  ସୁରକ୍ଷିତରେ ବାହାର କରିବାପାଇଁ ତତ୍ପର ହାଇପଡିଥିଲେ। ଶେଷରେ ସେଇଆ ହିଁ ହେଲା ଜଣକ ପରେ ଜଣେ  ସବୁ ଯାତ୍ରୀଙ୍କୁ  ସୁରକ୍ଷିତରେ ବିମାନର ସ୍ଲୋପରେ ତଳକୁ ଖସିଆ ଗଲା। ବିମାନଟିରେ  କେଉଁ କାରଣରୁ ନିଆଁ  ଲାଗିଲା ତାହ ତ ତଦନ୍ତ ସାପେକ୍ଷ । କିନ୍ତୁ କୁହାଯାଇପାରିବ  ଏକ ସୁନିଶ୍ଚିତ ଦୁର୍ଘଟଣାରେ  ମୃତ୍ୟୁକୁ ଅତି ନିକଟରୁ  ଦେଖି ଫେରିଛନ୍ତି ବିମାନର ପ୍ରତ୍ୟେକ ଯାତ୍ରୀ।

Loading...

Leave A Reply

Your email address will not be published.