Odisha News
.

କୋରାପୁଟ ଜୟପୁରରେ ଗୁଳିକାଣ୍ଡ, ବାପ ପୁଅ ଆହତ

ଜୟପୁର (କେନ୍ଯୁଜ୍) : କୋରାପୁଟ ଜୟପୁରରେ ଗୁଳିକାଣ୍ଡ । ଏଥିରେ ବାପ ପୁଅ ଆହତ ହୋଇଛନ୍ତି । ପୁଅ ସନ୍ତୋଷ ନାୟକ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ପ୍ରଥମେ ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ପିଠିରେ ଗୁଳି ଲାଗିଛି । ତାଙ୍କ ବାପା ଜୟପୁର ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଗୁଳିମାଡ଼ର କାରଣ ଜଣା ପଡ଼ିନାହିଁ । ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.