Odisha News
.

ଜିଦ୍‌ ଆଗରେ ଜଳିଗଲା ୫ ବଖରାରୁ ଊର୍ଦ୍ଧ୍ୱ ଘର

ନୟାଗଡ଼(କେନ୍ଯୁଜ୍) : ଆସିଲେନି ଅଗ୍ନିଶମ କର୍ମଚାରୀ। ଜଳିଗଲା ଘରଦ୍ୱାର। ଅଗ୍ନିଶମ କର୍ମଚାରୀଙ୍କ ଜିଦ୍‌ ଆଗରେ ଲୋକଙ୍କ ଜୀବନ ବିପନ୍ନ। ନୟାଗଡ଼-ଦଶପଲ୍ଲା ବ୍ଲକ ଶ୍ରୀରାମପୁର ଗାଁରେ ଭୟାବହ ଅଗ୍ନିକାଣ୍ଡ ଘଟି ୫ଟି ପରିବାରର ୫ ବଖରାରୁ ଉର୍ଦ୍ଧ୍ୱ ଘର ପୋଡି ପାଉଁଶ ହୋଇଯାଇଛି। ନିଆଁର ଆଁରେ ଭସ୍ମୀଭୂତ ହୋଇଛି ପ୍ରାୟ ଲକ୍ଷାଧିକ ଟଙ୍କାର ସମ୍ପତ୍ତି। ଗତକାଲି ବିଳମ୍ବିତ ରାତିରେ ଗାଁରେ ନିଆଁ ଲାଗିଯାଇଥିଲା। ଗାଁଲୋକେ ନିଆଁ ଲିଭାଇବା ପାଇଁ ଦମକଳ ବାହିନୀକୁ ଫୋନ୍‌ କରିଥିଲେ। ହେଲେ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ଦମକଳ ବାହିନୀ ଆସିନଥିଲା। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା।

Leave A Reply

Your email address will not be published.