ପୁରୀ ଭାର୍ଗବୀ ନଦୀରେ ବନ୍ୟାଜଳ ପ୍ରବେଶ, ବାଟଗାଁ ଓ ଉତ୍ତରକଣା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

ପୁରୀ(କେନ୍ୟୁଜ୍): ହୀରାକୁଦର ୨୦ଟି ଗେଟ୍‌ ଖୋଲିବା ଦ୍ୱାରା ବନ୍ୟାଜଳ ପୁରୀ ଭାର୍ଗବୀ ନଦୀରେ ପ୍ରବେଶ କରିଛି । ଫଳରେ ବାଟଗାଁ ଓ ଉତ୍ତରକଣା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ବାଟଗାଁ ନୂଆସାହି କଲଭର୍ଟ ଉପରେ ବନ୍ୟାଜଳ ପ୍ରଭାବିତ ହେଉଛି । ଉତ୍ତରକଣା ଓ ବାଟଗାଁର ୩୦୦ ପରିବାର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଜଳଘେରରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଗୋଟିଏ ଓଡ୍ରାଫ୍‌ ଟିମ୍‌ ସହ ଉଦ୍ଧାରକାରୀ ଟିମ୍‌ ଘଟଣାସ୍ଥଳକୁ ଯାଇଛି ।

 

Leave A Reply

Your email address will not be published.