ଦିଓ୍ଵାଲୀରେ ଗିଫ୍ଟ କରିବା ପାଇଁ ବେଷ୍ଟ ହୋମମେଡ ବାଦାମ୍‌ ଚକୋଲେଟ, ଟେଷ୍ଟ ଏମିତି ସମସ୍ତେ କରିବେ ପ୍ରଶଂସା

ବ୍ରେକଫାଷ୍ଟ ହେଉ ଅବା ଟିଫିନରେ କଣ ପ୍ରସ୍ତୁତ ହେବ, ଏହାକୁ ନେଇ ସବୁବେଳେ ମନରେ ଚିନ୍ତା ଥାଏ। କାହିଁକିନା ପ୍ରତିଦିନ ଏକା ପ୍ରକାର ଖାଦ୍ୟ ଖାଇ ଖାଇ ବୋର ଲାଗିଥାଏ। ତେଣୁ ଆଜି ଆମେ ଆଣିଛୁ ଆପଣଙ୍କ ପାଇଁ ଏକ ନୂଆ ରେସିପି। ଯାହା ସ୍ୱାଦିଷ୍ଟ ସହିତ ସ୍ୱାସ୍ଥ୍ୟକର ମଧ୍ୟ। ଏହାକୁ ବନାଇବା ବି ବହୁତ ସହଜ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ବାଦାମ
ମିଲ୍କ ଚକୋଲେଟ
ଡାର୍କ ଚକୋଲେଟ
ସି ସଲ୍ଟ

ପ୍ରସ୍ତୁତି ପ୍ରଣାଳୀ

  • ସର୍ବପ୍ରଥମେ ଦୁଇ ପ୍ରକାର ଚକୋଲେଟକୁ ନିଅନ୍ତୁ ଏବଂ ଏହାକୁ କଟ୍‌ କରିଦିଅନ୍ତୁ। ଆପଣଙ୍କୁ ମିଲ୍କ ଚକୋଲେଟର ପରିମାଣ ଟିକେ ଅଧିକ ନେବା ଉଚିତ। ଯେବେକି ଡାର୍କ ଚକୋଲେଟ
  • ଭାଗ କମ୍‌ ନେବେ। ଯଦିଓ ଆପଣ ନିଜ ସ୍ୱାଦ ମୁତାବକ ଏହାର ମାତ୍ରାକୁ ବଦଳାଇପାରିବେ।
  • ଚକୋଲେଟ ଚପ୍‌ ହୋଇଯିବା ପରେ ଏହାକୁ ମେଲ୍ଟ କରନ୍ତୁ। ଏଥିପାଇଁ ଆପଣ ଡବଲ ବଏଲର ପ୍ରୋସେସକୁ ଫଲୋ କରିପାରିବେ।
  • ଯେଉଁ ସମୟ ଭିତରେ ଚକୋଲେଟ ମେଲ୍ଟ ହେଉଥି ସେହି ସମୟ ଭିତରେ ବାଦାମକୁ ରୋଷ୍ଟ କରନ୍ତୁ।
  • ଚକୋଲେଟ ଭିତରେ ବାଦାମ ସାମାନ୍ୟ ରୋଷ୍ଟ ହୋଇଥିବା ଦରକାର। ଏଥିପାଇଁ ଏକ ପ୍ୟାନକୁ ଗରମ କରନ୍ତୁ ଏବଂ ତାଉପରେ ଏଥିରେ ବାଦାମକୁ ରୋଷ୍ଟ କରନ୍ତୁ।
  • ବାଦାମକୁ ଲଗାତର ଚଲାନ୍ତୁ। ଯାହାଦ୍ୱାରା ଏହା ଅଧିକ ଭାଜି ହେବା ଠାରୁ ରକ୍ଷା ପାଇବ।
  • ଏବେ ଯେତେବେଳେ ଏହି ଦୁଇ ଜିନିଷ କମ୍ପଲିଟ୍‌ ହୋଇଯିବ, ବାଦାମ ଏବଂ ଚକୋଲେଟକୁ ଭଲଭାବେ ମିକ୍ସ କରନ୍ତୁ।
  • ଏକ ଟ୍ରେ ନିଅନ୍ତୁ ଏବଂ ତାଉପରେ ବଟର ପେପର ଲଗାନ୍ତୁ। ଏହାପରେ ଗୋଟେ ଗୋଟେ ବାଦାମ ଚକୋଲେଟକୁ ରଖନ୍ତୁ। ଏହାଉପରେ ସି ସଲ୍ଟ ପକାଇ ଦିଅନ୍ତୁ।
  • ଏବେ ଏହି ଟ୍ରେକୁ ଫ୍ରିଜରେ ଥଣ୍ଡା ହେବା ପାଇଁ ରଖନ୍ତୁ। ଆପଣଙ୍କ ବାଦାମ ଚକୋଲେଟ ପ୍ରସ୍ତୁତ ହୋଇଯାଇଛି।

କେମିତି କରିବେ ଗିଫ୍ଟ ପ୍ୟାକ୍‌

ଦୀପାବଳିରେ ଏହାକୁ ଗିଫ୍ଟ କରିବା ପାଇଁ ଆପଣ ଚକୋଲେଟ ଫାଇଲକୁ କିଣିପାରିବେ। ଏହାପରେ ସମସ୍ତ ଚକୋଲେଟକୁ ସେଥିରେ ଗୋଡାଇ ଏକ ଜାରରେ ରଖନ୍ତୁ। ଜାରକୁ ନେଟ ଏବଂ ସୁନ୍ଦର ଫୁଲରେ ସଜାଇ ଦିଅନ୍ତୁ। ଏକ ଛୋଟ ବାସ୍କେଟରେ ରଖନ୍ତୁ ଏବଂ ଗିଫ୍ଟ କରନ୍ତୁ। ଏହାବ୍ୟତୀତ ଆପଣ କାଚର କଣ୍ଟେନରରେ ରଖି ବି ଏହାକୁ ଗିଫ୍ଟ କରିପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.