ଖାଦ୍ୟପେୟ

ଥଣ୍ଡା ଋତୁରେ ଏପରି ବନାନ୍ତୁ ବନ୍ଧା କୋବି ମଟର ସବଜି, ଆଙ୍ଗୁଳି ଚାଟି ଖାଇବେ ପରିବାର

ବନ୍ଧାକୋବି ମଟର ସବଜି ଏକ ବଢ଼ିଆ ସହଜ ରେସିପି। ଯେଉଁଥିପାଇ ଆପଣଙ୍କୁ କଟା ବନ୍ଧା କୋବି ଏବଂ ମଟରର ଆବଶ୍ୟକତା ପଡିବ। ଏହି ରେସିପିରେ ବେଶି କିଛି ଦରକାର ପଡିନଥାଏ, ଏହାକୁ କେବଳ କିଛି ଭାରତୀୟ ମସଲା ପକାଇ ପ୍ରସ୍ତୁତ କରାଯାଏ। ଯାହା ବହୁତ ସ୍ୱାଦିଷ୍ଟ ଲାଗେ। ତାହାଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୨୫୦ ଗ୍ରାମ୍‌ ବନ୍ଧା କୋବି
  • ୧ କପ୍‌ ମଟର
  • ୨ କପ୍‌ ଟମାଟୋ ପ୍ୟୁରି
  • ୧ ଛୋଟ ଚାମଚ ହଳଦି
  • ୧ ଛୋଟ ଚାମଚ ଲାଲ ଲଙ୍କା ପାଉଡର
  • ୧ ଛୋଟ ଚାମଚ ଧନିଆ ପାଉଡର
  • ୧ ଛୋଟ ଚାମଚ ଜିରା
  • ୧/୨ ଛୋଟ ଚାମଚ ଲୁଣ
  • ଆବଶ୍ୟକ ଅନୁସାରେ କଟା ହୋଇଥିବା ଧନିଆ ପତ୍ର
  • ୧ ଛୋଟ ଚାମଚ କଟା କଞ୍ଚା ଲଙ୍କା
  • ଆବଶ୍ୟକ ଅନୁସାରେ ଅଦା (କଦ୍ଦୁକସ୍‌ ହୋଇଥିବା)
  • ତଡକା ପାଇଁ ତେଲ (ଆବଶ୍ୟକ ଅନୁସାରେ)

ପ୍ରସ୍ତୁତି ପ୍ରଣାଳୀ

ସର୍ବପ୍ରଥମେ ବନ୍ଧା କୋବିକୁ ଛୋଟ ସାଇଜର କାଟି ଭଲଭାବେ ଧୋଇନେଇ ଗୋଟେ ଗିନାରେ ରଖନ୍ତୁ। ଏବେ ଏକ କଡା ନିଅନ୍ତୁ ଏବଂ ଏହାକୁ ଗରମ କରନ୍ତୁ। ଗରମ କଡାରେ ତେଲ ପକାଇ ଗରମ କରନ୍ତୁ। ତେଲ ଗରମ ହୋଇଗଲେ ଏଥରେ କଞ୍ଚା ଲଙ୍କା ଏବଂ ଅଦା ପକାଇ ଭାଜନ୍ତୁ। ଏବେ କାଟି ରଖିଥିବା ବନ୍ଧା କୋବି ପକାନ୍ତୁ ଏବଂ ଏହାକୁୁ ୪ ରୁ ୫ ମିନିଟ ପର୍ଯ୍ୟନ୍ତ ଭାଜନ୍ତୁ।

ଯେତେବେଳେ ବନ୍ଧାକୋବି ସିଝିଯାଇ ନରମ ହୋଇଯିବ ସେତେବେଳେ ଏଥିରେ ମଟର ପକାନ୍ତୁ। ସ୍ୱାଦାନୁସାରେ ବିଟ୍‌ ଲୁଣ ପକାଇ ଦିଅନ୍ତୁ। ଏବେ ଏହିସବୁ ସାମଗ୍ରୀକୁ ଭଲଭାବେ ମିଶାଇ ଗ୍ୟାସକୁ ଧୀମା ଆଞ୍ଚରେ କରି ପରିବାକୁ ସିଝିବାକୁ ୨ ମିନିଟ ଛାଡି ଦିଅନ୍ତୁ। ଏବେ ଏଥିରେ ଟମାଟୋ ପ୍ୟୁରୀ ପକାନ୍ତୁ ଏବଂ ଭଲଭାବେ ମିଶାନ୍ତୁ। ଅତିକମରେ ୫ ରୁ ୬ ମିନିଟ୍‌ ପର୍ଯ୍ୟନ୍ତ ଧୀମା ଆଞ୍ଚରେ ସିଝିବାକୁ ଛାଡନ୍ତୁ।

ଏହାପରେ ପରିବାରେ ହଳଦୀ, ଲଙ୍କା ପାଉଡର ଏବଂ ଧନିଆ ପାଉଡର ପକାଇ ଭଲଭାବେ ଚଲାନ୍ତୁ ଏବଂ ଘୋଡାଇ ୨ ମିନିଟ୍‌ ପର୍ଯ୍ୟନ୍ତ ସିଝାଇ ଦିଅନ୍ତୁ। ଏବେ ଢ଼ାଙ୍କୁଣୀ ଖୋଲନ୍ତୁ ଏବଂ ୨ ମିନିଟ୍‌ ପର୍ଯ୍ୟନ୍ତ ହାଇ ଫ୍ଲେମରେ ପରିବାକୁ ଭଲଭାବେ ସିଝିବାକୁ ଛାଡନ୍ତୁ। ଏବେ ଆପଣଙ୍କର ବନ୍ଧାକୋବି ମଟର ସବଜି ପ୍ରସ୍ତୁତ ହୋଇଯାଇଛି। ଆପଣ ଏହାକୁ କଟା ଧନିଆ ପତ୍ରରେ ସଜାଇ ସର୍ଭ କରିପାରିବେ। ଏହି ସବଜି ଗରମ ଗରମ ରୁଟି ଏବଂ ପରଟା ସହିତ ବଢ଼ିଆ ସ୍ୱାଦିଷ୍ଟ ଲାଗିବ।

Pritiparna

Share
Published by
Pritiparna
Tags: recipe

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାମ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

3 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

5 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

9 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

10 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

15 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

23 mins ago