ଖାଦ୍ୟପେୟ

ପିଲାଙ୍କ ପାଇଁ ଏମିତି ବନାନ୍ତୁ ଆଇସକ୍ରୀମ ସାଣ୍ଡଓ୍ଵିଚ୍‌, ପାଟିରୁ ଛାଡିବନି ସ୍ୱାଦ

ଆଇସକ୍ରୀମ ତ ସମସ୍ତଙ୍କୁ ବହୁତ ପସନ୍ଦ। ପିଲାଙ୍କ ଠାରୁ ବଡ ଯାଏଁ ସମସ୍ତେ ପ୍ରାୟ ଆଇସକ୍ରୀମ ଖାଇବାକୁ ପସନ୍ଦ କରନ୍ତି। ଯଦି ଆପଣ ମଧ୍ୟ ଘରେ ରହି କିଛି ମିଠା ଏବଂ ରିଫ୍ରେସିଙ୍ଗ ଖାଇବାକୁ ଇଚ୍ଛା କରୁଛନ୍ତି ତାହେଲେ ଆଇସକ୍ରୀମ ସାଣ୍ଡଓ୍ଵିଚ୍‌ ଆପଣଙ୍କ ପାଇଁ ବହୁତ ବଢ଼ିଆ ଅପ୍ସନ ରହିବ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆଇସକ୍ରୀମ ସାଣ୍ଡଓ୍ଵିଚ୍‌ ପାଇଁ ଆବଶ୍ୟକ ସାମଗ୍ରୀ

୧/୨ କପ୍‌ କୋକୋ ପାଉଡର, ୧/୨ କପ୍‌ ଚିନି, ୧/୨ କପ୍‌ ମଇଦା, ୨ ଚାମଚ ଲହୁଣୀ, ୧/୨ କପ୍‌ ଆଇସକ୍ରୀମ, ୧ ଚାମଚ ଭାନିଲା ଏସେନ୍ସ, ଗୋଟେ ଅଣ୍ଡା, ୧ ଚିମୁଟାଏ ଲୁଣ, ୧ ଚିମୁଟାଏ ବେକିଙ୍ଗ ପାଉଡର।

ପ୍ରସ୍ତୁତି ପ୍ରଣାଳୀ

ସର୍ବ ପ୍ରଥମେ ଆପଣଙ୍କୁ ଏକ ପାତ୍ରରେ ମେଲ୍ଟ ହୋଇଥିବା ଲହୁଣୀ ଏବଂ ଚିନି ପକାଇ ଫେଣ୍ଟନ୍ତୁ। ଏହାପରେ ସେଥିରେ ଅଣ୍ଡା ଏବଂ ଭାନିଲା ଆସେନ୍ସ ପକାଇ ପୁଣି ଥରେ ଚିନି ଗୋଳାଇବା ପର୍ଯ୍ୟନ୍ତ ଫେଣ୍ଟନ୍ତୁ।

ଏକ ଛଙ୍କାକୁ ପାତ୍ର ଉପରେ ରଖନ୍ତୁ। ସେଥିରେ ମଇଦା, କୋକୋ ପାଉଡର, ଲୁଣ ଏବଂ ବେକିଙ୍ଗ ପାଉଡରକୁ ପକାଇ ଛାଙ୍କିଦିଅନ୍ତୁ। ସମସ୍ତ ଜିନିଷକୁ ଭଲଭାବେ ମିଶାଇବା ପରେ ଏକ ପତଳା ଘୋଳ ପ୍ରସ୍ତୁତ କରନ୍ତୁ। ବେକିଙ୍ଗ ଡିସରେ ଏହାକୁ ରଖନ୍ତୁ ଏବଂ ୧୮୦ ଡିଗ୍ରୀରେ ରଖି ୩୦ ମିନିଟ ପର୍ଯ୍ୟନ୍ତ ବେକ୍‌ କରନ୍ତୁ।

ଏହି ଏହାକୁ ଥଣ୍ଡା କରନ୍ତୁ ଏବଂ ଏହାକୁ ଦୁଇ ଭାଗରେ କାଟି, ଗୋଟିଏ ଭାଗରେ ଆଇସକ୍ରୀମ ରଖନ୍ତୁ ଏବଂ ଅନ୍ୟ ଭାଗରେ ଘୋଳ ଲଗାନ୍ତୁ। ଏବେ ଆପଣଙ୍କ ଟେଷ୍ଟି ଆଇସକ୍ରୀମ ସାଣ୍ଡଓ୍ଵିଚ୍‌ ସର୍ଭ କରିବା ପାଇଁ ରେଡି ହୋଇଯାଇଛି।

Pritiparna

Share
Published by
Pritiparna
Tags: recipe

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

18 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

19 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

23 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

25 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

30 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

38 mins ago